Videos
|
Odisha

Balasore FM College Case: ସିଗ୍ନେଚର କ୍ୟାମ୍ପେନ୍‌ କରିଥିବା ଛାତ୍ରଙ୍କୁ କେବେ ଧରିବ ପୋଲିସ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Balasore FM College Case: ସିଗ୍ନେଚର କ୍ୟାମ୍ପେନ୍‌ କରିଥିବା ଛାତ୍ରଙ୍କୁ କେବେ ଧରିବ ପୋଲିସ ?

Key Points

ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଛାତ୍ର ଗିରଫ
ହେଲେ ସିଗ୍ନେଚର୍ କ୍ୟାମ୍ପେନ୍ କରିଥିବା ଛାତ୍ର ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ
ସମୀର ସାହୁଙ୍କ ପାଇଁ ଓକିଲାତି କରି ଛାତ୍ରୀଙ୍କ ଚରିତ୍ରସଂହାର କରିଥିଲେ ଛାତ୍ର ଗୋଷ୍ଠୀ
ସାମ୍ନାକୁ ଆସିଲା ଛାତ୍ରୀ ଆତ୍ମାହୁତି ପୂର୍ବର ସିସିଟିଭି ଫୁଟେଜ୍

ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଛାତ୍ର ଗିରଫ । ହେଲେ ସିଗ୍ନେଚର୍ କ୍ୟାମ୍ପେନ୍ କରିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ । ସମୀର ସାହୁଙ୍କ ପାଇଁ ଓକିଲାତି କରି ଛାତ୍ରୀଙ୍କ ଚରିତ୍ରସଂହାର କରିଥିଲେ ଛାତ୍ର ଗୋଷ୍ଠୀ । ସାମ୍ନାକୁ ଆସିଲା ଛାତ୍ରୀ ଆତ୍ମାହୁତି ପୂର୍ବର ସିସିଟିଭି ଫୁଟେଜ୍ ।

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଦୁଇ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ବାଳ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଜଣ ଛାତ୍ର, ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଗିରଫ କରିଛି ।

ସେପଟେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ABVP । ପୋଲିସର ବିଫଳତାକୁ ଘଣ୍ଟା ଘୋଡ଼ାଇବାକୁ ଯାଇ ଛାତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ଛାତ୍ରଙ୍କୁ ଗିରଫ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏଠି ପ୍ରଶ୍ନ ଉଠୁଛି, ଛାତ୍ରୀ ଆତ୍ମାହୁତି ପୂର୍ବରୁ ଯେଉଁମାନେ ସିଗ୍ନେଚର୍ କ୍ୟାମ୍ପେନ୍ କରିଥିଲେ ସେମାନେ ତଦନ୍ତ ପରିସରକୁ ଆସିଛନ୍ତି କି ? HOD ସମୀର ସାହୁଙ୍କ ବିରୋଧରେ ପୀଡ଼ିତା ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ କିଛି ଛାତ୍ର ଗୋଷ୍ଠୀ ପ୍ରିନ୍ସିପାଲଙ୍କ ପାଖରେ ଅଭିଯୋଗ କରିଥିଲେ । ସେମାନେ ଅଭିଯୁକ୍ତ HOD ସମୀର ସାହୁକୁ ସମର୍ଥନ କରି ପୀଡ଼ିତାଙ୍କ ନାଁରେ ଟିପ୍ପଣୀ ଦେଇଥିଲେ । ସୋସିଆଲ୍ ମିଡିଆରେ ବି ପୀଡ଼ିତାଙ୍କ ଚରିତ୍ର ସଂହାର କରିଥିଲେ । ଏହାକୁ ନେଇ ପୀଡ଼ିତା ମାନସିକ ଅବସାଦରେ ଥିଲେ । ଏହି ଛାତ୍ର ଗୋଷ୍ଠୀ କିଏ ? ଏମାନଙ୍କ ପଛରେ କାହାର ହାତ ? ଏନେଇ ମୃତ ଛାତ୍ରୀଙ୍କ ସହଯୋଗୀ ବି ଅଭିଯୋଗ କରିଥିଲେ ।

ସେପଟେ ଘଟଣାରେ ସାମ୍ନାକୁ ଆସିଛି ଛାତ୍ରୀ ଆତ୍ମାହୁତି ପୂର୍ବର ସିସିଟିଭି ଫୁଟେଜ । ପୀଡ଼ିତା ସାଇକେଲରେ କଲେଜ ଯାଉଥିବାର ଭିଡିଓ ସେଥିରେ ରହିଛି । ପୀଡ଼ିତା ସାଇକେଲ୍‌ରେ ପେଟ୍ରୋଲ ପମ୍ପ୍ ଆଡ଼କୁ ଯାଉଥିବା କୁହାଯାଉଛି । FM କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ସିସିଟିଭି ଫୁଟେଜ୍‌ ଭାଇରାଲ ହୋଇଛି । ଜୁଲାଇ ୧୨ ତାରିଖର ଦିନ ୧୦ଟା ୪୪ ମିନିଟ୍‌ର ସେହି ସିସିଟିଭି ଫୁଟେଜ୍‌ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Balasore FM College Case: When will the police arrest the student who conducted the signature campaign? | Argus News