Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ' ରାଜ୍ୟର ବିନାଶ ପାଇଁ କାମ କରୁଛନ୍ତି ନବୀନ ବାବୁ !'

Odisha

' ରାଜ୍ୟର ବିନାଶ ପାଇଁ କାମ କରୁଛନ୍ତି ନବୀନ ବାବୁ !'

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
' ରାଜ୍ୟର ବିନାଶ ପାଇଁ କାମ କରୁଛନ୍ତି ନବୀନ ବାବୁ !'

Key Points

  • ରାଜ୍ୟର ବିନାଶ କେମିତି ହେବ ଚିନ୍ତା କରନ୍ତି ମୁଖ୍ୟମନ୍ତ୍ରୀ
  • ୨୩ ବର୍ଷରେ ସବୁ ଥିରେ ଫେଲ୍‌
  • ଦୋଷ ଦେବାରେ କିନ୍ତୁ ପୁରା ମାହିର

ଅର୍ଗସ ବ୍ୟୁରୋ: ବିଜେଡି ସରକାର ଓଡିଶାର ବିକାଶ ଚାହୁଁନି । ରାଜ୍ୟବାସୀଙ୍କ ଲାଗି ପ୍ରଧାନମନ୍ତ୍ରୀ ସବୁବେଳେ ଚିନ୍ତିତ ଅଛନ୍ତି । କେମିତି ଲୋକଙ୍କ ବିକାଶ ହେବ ସେନେଇ ଚିନ୍ତା କରୁଛନ୍ତି । ହେଲେ ଏ ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ସହିତ କେବଳ ବିନାଶ କେମିତି ହେବ ସେହି କଥା ଚିନ୍ତା କରୁଛି । ଏ କଥା ଆମେ ନୁହେଁ ବରଂ ବାଲେଶ୍ଵରର ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଅଭିଯୋଗ କରିଛନ୍ତି । 

ଉପା ସରକାର କମ ଦେଉଥିଲା, ଏନଡିଏ ସରକାର ଅଧିକ ଦେଉଛି । ଏକଥା ଖୋଦ୍‌ ମୁଖ୍ୟମନ୍ତ୍ରୀ ମାନିଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ମୋଦି ସରକାର ରାଜ୍ୟକୁ ଏତେ ଅଧିକ ଅନୁକମ୍ପା ଦେଉଛି ତାହାଲେ ବିକାଶର ପଥ ହୁଡିଛି କିଏ ?

ଖାଲି କେନ୍ଦ୍ରୀୟ ଯୋଜନାକୁ ହଡପ କରୁଛନ୍ତି ତାହା ନୁହେଁ ବରଂ ଶିକ୍ଷା, ସ୍ଵାସ୍ଥ୍ୟ, ପାଣି, ଆଇନଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରତାପ । `କେନ୍ଦ୍ର ସରକାର ଦେଶର ବିକାଶ ପାଇଁ ଲାଗିଛନ୍ତି' । `କିନ୍ତୁ ରାଜ୍ୟର ବିନାଶ ପାଇଁ ପ୍ରତିବଦ୍ଧତା ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ' । `ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି' । `ଦଳୀୟ ଲୋକଙ୍କୁ ଆବାସ ମିଳୁଥିବା ବେଳେ ଯୋଗ୍ୟଙ୍କୁ ବାଦ୍ ଦିଆଯାଉଛି' । ଖାଲି ଏତିକି ନୁହେଁ ବରଂ `ମୋଦି ସରକାରଙ୍କ ଯୋଜନାରେ ନିଜ ଫଟୋ ଲଗାଇ ପ୍ରଚାର କରୁଛନ୍ତି ରାଜ୍ୟ ସରକାର ଏମିତିକି `ଧାନମଣ୍ଡିର ଦୁର୍ନୀତି ନକହିଲେ ଭଲ, ଚାଷୀ ଭ୍ରଷ୍ଟାଚାର ଯୋଗୁଁ ହନ୍ତସନ୍ତ' । ଶିକ୍ଷା ଓ ସ୍ଵାସ୍ଥ୍ୟରେ ଆମେ କେତେ ଉନ୍ନତ ସେକଥା ଜଳଜଳ ହୋଇ ଦିଶୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଏତିକି ନୁହେଁ ବରଂ ପାନୀୟଠୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ସହ ଏମଏସପି କଥା ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରତାପ ଷଡଙ୍ଗୀ । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ରାଜ୍ୟରେ ଦୁର୍ନୀତି ବଢିବାରେ ଲାଗିଛି ଆଉ ସବୁ ଦେଖି ଆଖି ବୁଜି ଦେଇଛନ୍ତି ନବୀନ । ଯାହାକୁ ନେଇ ଏବେ ତେଜୁଛି ରାଜନୀତି ।


 

Sponsored
Pratap Sarangi | Argus News