Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡାକରା

Banajyotshna Ray
Browse all articles by Banajyotshna Ray
·1 year ago
ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡାକରା

ଅର୍ଗସ ବ୍ୟୁରୋ:  ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡାକରା । ରାଜ୍ୟ BJP ସାଙ୍ଗଠନିକ ନିର୍ବାଚନ ପାଇଁ ଅଧିକାରୀ ଭାବେ ନିଯୁକ୍ତ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ କାର୍ଯ୍ୟାଳୟରୁ ଡାକରା ଆସିଛି । ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବା ସହ ଆସନ୍ତାକାଲି ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ହେବାକୁ ଥିବା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ମିଳିଥିବା ବେଳେ ସହ ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ସାଂସଦ ସୁକାନ୍ତ ପାଣିଗ୍ରାହୀ, ଉପ ସଭାପତି ସୁକେଶି ଓରାମ, ସାଧାରଣ ସମ୍ପାଦକ ଯତୀନ ମହାନ୍ତିଙ୍କୁ ସହ ନିର୍ବାଚନ ଅଧିକାରୀ ଦାୟିତ୍ବ ମିଳିଛି । ବୁଥ ସଭାପତିଠାରୁ ଆରମ୍ଭ କରି ରାଜ୍ୟ ସଭାପତି ପର୍ଯ୍ୟନ୍ତ ଅକ୍ଟୋବରରେ BJPର ସାଙ୍ଗଠନିକ ନିର୍ବାଚନ ହେବାକୁ ଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
balasore MP Pratap Sarangi summoned to Delhi | Argus News