Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mysterious Loud Sound / ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ଵର, ଭୟରେ ଘରୁ ବାହାରି ଆସିଲେ ଲୋକେ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ଵର, ଭୟରେ ଘରୁ ବାହାରି ଆସିଲେ ଲୋକେ

Key Points

ହଠାତ୍ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଛି ବାଲେଶ୍ଵର । ସମୟ ପାଖାପାଖି ଦିନ ୩ଟା ୩୩, ଯିଏ ଯାହାକ କାମରେ ବ୍ୟସ୍ତ ଥାଆନ୍ତି । ଠିକ୍ ସେତିକି ବେଳେ ଆକାଶରୁ ଶୁଭିଥିଲା ରହସ୍ୟମୟ ପ୍ରଚଣ୍ଡ ଶବ୍ଦ । ଆଉ ଏହି ଶବ୍ଦ ଶୁଣି ଯିଏ ଯେଉଁଠି ଥିଲେ ସ୍ତବ୍ଧ ହୋଇଗଲେ ।


ବାଲେଶ୍ଵର: ପୁଣି ବାଲେଶ୍ଵର, ପୁଣି ପ୍ରଚଣ୍ଡ ଶବ୍ଦ । ଅପରାହ୍ଣରେ ହଠାତ୍ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଛି ବାଲେଶ୍ଵର । ସମୟ ପାଖାପାଖି ଦିନ ୩ଟା ୩୩, ଯିଏ ଯାହାକ କାମରେ ବ୍ୟସ୍ତ ଥାଆନ୍ତି । ଠିକ୍ ସେତିକି ବେଳେ ଆକାଶରୁ ଶୁଭିଥିଲା ରହସ୍ୟମୟ ପ୍ରଚଣ୍ଡ ଶବ୍ଦ । ଆଉ ଏହି ଶବ୍ଦ ଶୁଣି ଯିଏ ଯେଉଁଠି ଥିଲେ ସ୍ତବ୍ଧ ହୋଇଗଲେ ।


ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ଲୋକେ ଭୟରେ ଘରୁ ବାହାରକୁ ବି ଚାଲି ଆସିଛନ୍ତି । ପାଖାପାଖି ଗୋଟାଏ ମିନିଟ୍ ଧରି ବାଲେଶ୍ଵର ଆକାଶରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିବା ସ୍ଥାନୀୟ ଲୋକେ କହିଛନ୍ତି । ବାଲେଶ୍ଵର ସହର ସହ ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ପ୍ରଚଣ୍ଡ ଶବ୍ଦରେ ଘରଦ୍ଵାର ସହ ଦୋକାନ ବଜାର ମଧ୍ୟ ଥରି ଉଠିଥିଲା ।


ଏଥିସହ ପଢ଼ନ୍ତୁ: ସୋର ଅଞ୍ଚଳରେ ଦୁଇ ଥର ପ୍ରଚଣ୍ଡ ଶବ୍ଦ


ଏହା ପ୍ରଥମଥର ନୁହେଁ ଆଗରୁ ବି ବାଲେଶ୍ଵରରେ ଏଭଳି ଶବ୍ଦ ଶୁଣିବାକୁ ମିଳିଛି । ତେବେ ଚାନ୍ଦିପୁର ଡିଆରଡିଓରୁ କୌଣସି ମିସାଇଲର ପରୀକ୍ଷଣ ଯୋଗୁଁ ଏଭଳି ଶବ୍ଦ ହୋଇ ଥାଇପାରେ ବୋଲି ଆଶଙ୍କା କରାଯାଉଥିଲେ ହେଁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ପୂର୍ବରୁ ୨୦୨୪ ଜୁନ୍ ୭ ତାରିଖରେ ବାଲେଶ୍ଵରର ସୋର ସହ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳ ଏଭଳି ପ୍ରଚଣ୍ଡ ଶବ୍ଦରେ କେଇ ସେକେଣ୍ଡ ପାଇଁ ଥରି ଉଠିଥିଲା । ସେତେବେଳେ ସକାଳ ୯ଟା ୫୦ରୁ ଦିନ ୧୦ଟା ମଧ୍ୟରେ ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ ଲୋକେ । କିନ୍ତୁ ଆକାଶକୁ ଦେଖିଲା ବେଳକୁ କିଛି ନଥିଲା ।


ଏଥିସହ ପଢ଼ନ୍ତୁ: ଏଥରକ ହଜିଯିବ ଜାଡ଼ ! ସ୍ଵାଭାବିକ ଠାରୁ ଅଧିକ ରହିବ ରାତି ତାପମାତ୍ରା, ଡିସେମ୍ବରରେ ବି ବର୍ଷା ଆକଳନ


ଜୁନ୍ ୬ ଅପରାହ୍ଣ ୨ଟା ୫୫ରୁ ୩ଟା ମଧ୍ୟରେ ମଧ୍ୟ ସମାନ ଘଟଣା ଘଟିଥିଲା ବାଲେଶ୍ଵରରେ । ପ୍ରଚଣ୍ଡ ଶବ୍ଦରେ ଲୋକଙ୍କ ଘରଦ୍ଵାର ଥରି ଉଠିଥିଲା । ପୁଣି ଏବେ ବାଲେଶ୍ଵରରେ ସେଭଳି ରହସ୍ୟମୟ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଶବ୍ଦ କେଉଁଠାରୁ ହେଲା, କାହିଁକି ହେଲା ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ ।

Related Topics

Explore more stories

Sponsored
Mystery Loud Sound Shakes Balasore Again | Argus News | Argus News