Videos
|
Odisha

ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଇମ୍ପାକ୍ଟ, ଆସନ୍ତାକାଲିଠୁ ବୋତଲରେ ମିଳିବନି ପେଟ୍ରୋଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଇମ୍ପାକ୍ଟ, ଆସନ୍ତାକାଲିଠୁ ବୋତଲରେ ମିଳିବନି ପେଟ୍ରୋଲ

Key Points

ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଇମ୍ପାକ୍ଟ

ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍

ଆସନ୍ତାକାଲିଠୁ ବନ୍ଦ

ଆସନ୍ତାକାଲି ଠାରୁ ବୋତଲରେ ମିଳିବନି ପେଟ୍ରୋଲ । ବାଲେଶ୍ୱର ଘଟଣା କୁ ନଜର ରଖି ଏମିତି ନିଷ୍ପତି ନେଇଛି ସଂଘ । ଏ ନେଇ ଗତକାଲି ସଂଘର ମିଟିଂ ସରିଛି । କେବଳ ସାମ୍ପୁଲ ଓ ଗାଡି ରେ ଦେବାକୁ ନିୟମ ଅଛି । ତେଣୁ କୌଣସି ପରିସ୍ଥିତି ରେ ବୋତଲରେ ତେଲ ଦିଆଯିବ ନାହଁ । ଅତି ଆବଶ୍ୟକ ପରିସ୍ଥିତି ରେ ଆଧାରକାର୍ଡ଼ ରଖି ପେଟ୍ରୋଲ ଦିଆଯିବ । ବାଲେଶ୍ୱର ଜିଲ୍ଲାରେ ନିୟମ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛି ସଂଘ । ଗାଡିରେ ତେଲ ଯାଉନାହିଁ ବୋଲି ଯାହାର ସନ୍ଦେହ ହେବ ସେମାନେ ମେଜର ମାଧ୍ୟମରେ ତେଲ ଦେଖିପାରିବେ । ଆସନ୍ତାକାଲି ମୁଖ୍ୟ ଶାସନ ସଚିବ ଙ୍କ ସହ ଆଲୋଚନା ହେବ ।

ଓଡ଼ିଶାରେ ପେଟ୍ରୋଲ ପମ୍ପଗୁଡ଼ିକରେ ଏଣିକି ଖୋଲା ବୋତଲ କିମ୍ବା ପାତ୍ରରେ ପେଟ୍ରୋଲ ଦିଆଯିବ ନାହିଁ। କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ପେଟ୍ରୋଲ ଭରାଯିବ। ଏହି ନିଷ୍ପତ୍ତି ଆସନ୍ତାକାଲି, ଜୁଲାଇ ୨୧, ୨୦୨୫ରୁ କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲରସ୍ ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ୩ଟି ଡିପୋରେ ଲାଗୁ ହେବ। ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି।


ବାଲେଶ୍ୱର ଓ ବଳଙ୍ଗାରେ ଘଟିଥିବା ଅଘଟଣ ସମ୍ପର୍କରେ ସୂଚନା ଅନୁଯାୟୀ, ଖୋଲା ପାତ୍ରରେ ପେଟ୍ରୋଲ ନେବା ସମୟରେ ଅସାବଧାନତା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଜନମାନସରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଘଟଣାଗୁଡ଼ିକ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଥିଲା। ତେଣୁ, ଏହାକୁ ରୋକିବା ପାଇଁ ଆସୋସିଏସନ ଏହି କଡ଼ା ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

ଏହା ସହିତ, ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକମାନଙ୍କୁ ମଧ୍ୟ ନିୟମ ପାଳନ କରି କେବଳ ଗାଡ଼ିରେ ପେଟ୍ରୋଲ ଭରାଇବାକୁ ଅନୁରୋଧ କରାଯାଇଛି। ଏହା ଦ୍ୱାରା ସୁରକ୍ଷା ସହ ପେଟ୍ରୋଲ ପମ୍ପରେ ଅଘଟଣ ରୋକିବାରେ ସହାୟକ ହେବ ବୋଲି ଆସୋସିଏସନ ଆଶା ରଖିଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: