Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗିରଫଦାରୀ ସଂଖ୍ୟା ବଢ଼ୁଛି, ଏବେ ଜେଲ ଯିବେ ନିଲମ୍ବିତ ପ୍ରିନ୍ସପାଲ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଗିରଫଦାରୀ ସଂଖ୍ୟା ବଢ଼ୁଛି, ଏବେ ଜେଲ ଯିବେ ନିଲମ୍ବିତ ପ୍ରିନ୍ସପାଲ

Key Points

AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି FM ପୀଡ଼ିତାଙ୍କ ଚିକିତ୍ସା ।

କଲଚର ରିପୋର୍ଟ ଆସିଲେ ଆଣ୍ଟିବାୟୋଟିକ୍ସ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରାଯିବ ।

ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାରି ଭିତରେ ଏହି ଘଟଣାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଏହି ଘଟଣାରେ ନିଲମ୍ବିତ ପ୍ରିନ୍ସିପାଲ ଦିଲିପ ଘୋଷଙ୍କୁ ଗିରଫ କରାଯାଇଛି । ଦିଲିପ ଘୋଷଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ଆରମ୍ଭରୁ ଦିଲିପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର । ଏହି ଘଟଣାରେ ପ୍ରଥମେ ଏଜୁକେସନ୍ ବିଭାଗ HOD ସମୀର ସାହୁ ଗିରଫ ହୋଇଥିଲେ ।

ଏପଟେ AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି FM ପୀଡ଼ିତାଙ୍କ ଚିକିତ୍ସା । ଏବେ ସ୍ବାସ୍ଥ୍ୟାବସ୍ଥା ଜଟିଳ କିନ୍ତୁ ସ୍ଥିର ରହିଥିବା ସୂଚନା ଦେଇଛନ୍ତି AIIMS କର୍ତ୍ତୃପକ୍ଷ । ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି AIIMS ଅଧୀକ୍ଷକ । ଝିଅଟି AIIMSରେ ଭର୍ତ୍ତି ହେବା ବେଳେ ଯେଉଁ ସ୍ଥିତି ଥିଲା ଏବେ ବି ସେହି ସ୍ଥିତି ରହିଛି । ବିଶେଷଜ୍ଞ ଟିମ ୨୪ ଘଣ୍ଟା ଝିଅର ସ୍ବାସ୍ଥ୍ୟ ଉପରେ ନଜ ରଖିଛନ୍ତି । ଦିଲ୍ଲୀ AIIMS ସହ କଥା ହୋଇ ତାଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି ।

ଫ୍ଲୁଇଡ ରିପ୍ଲେସମେଣ୍ଟ ଚାଲିଛି । ଗତକାଲି ଡାଏଲିସିସ୍ ହୋଇଥିଲା । ଆବଶ୍ୟକ ପଡ଼ିଲେ ପୁଣି ଡାଏଲିସିସ୍ ହେବ । ଆଜି ଟିକିଏ ଜ୍ବର ଆସିଛି । ଏଥିପାଇଁ ଆଣ୍ଟିବାୟୋଟିକ୍ସ ଚାଲିଛି । କଲଚର ରିପୋର୍ଟ ଆସିଲେ ଆଣ୍ଟିବାୟୋଟିକ୍ସ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରାଯିବ । ବ୍ଲଡ୍‌ ପ୍ରେସର ନର୍ମାଲ ଅଛି । ତେବେ କଣ୍ଡିସନ କ୍ରିଟିକାଲ କିନ୍ତୁ ଷ୍ଟେବୁଲ ଅଛି ବୋଲି ଭୁବନେଶ୍ବର AIIMS ପକ୍ଷରୁ କୁହାଯାଇଛି ।

ସେପଟେ FM କଲେଜରେ କ୍ରାଇମବ୍ରାଞ୍ଚ ଛାନଭିନ୍ କରୁଛି । କ୍ରାଇମବ୍ରାଞ୍ଚ CAW & CWର ଦୁଇ ଜଣିଆ ଟିମ୍ ଆଜି ବି କଲେଜକୁ ଯାଇ ତଦନ୍ତ କରୁଛନ୍ତି । କଲେଜର ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରି ତଦନ୍ତ କରୁଛି କ୍ରାଇମ ଏଗେନ୍‌ଷ୍ଟ ଓମେନ ଏବଂ ଚିଲଡ୍ରେନ୍ ୱିଙ୍ଗ୍। ୩ ଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ଏହି ଟିମ୍ ଦିଲିପଙ୍କୁ ପଚରାଉଚରା କରିଥିଲା। କଲେଜର ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ରିପୋର୍ଟକୁ ବି ତଦାରଖ କରାଯାଇଛି। ସେପଟେ ପୀଡ଼ିତାଙ୍କ ଦ୍ରୁତ ଆରୋଗ୍ୟ ଓ ସୁସ୍ଥତା କାମନା କରି ବାଲେଶ୍ବରରେ ସାଙ୍ଗସାଥି ବିଭିନ୍ନ ମନ୍ଦିରରେ ପୂଜା କରିଛନ୍ତି। ଆରୋଗ୍ୟ କାମନା କରି ମନ୍ଦିରରେ ପାଣି ଢାଳିବା ସହ ଦୀପଦାନ କରୁଛନ୍ତି ସହପାଠୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balasore Tragedy: Number of arrests is increasing, suspended principal will now go to jail | Argus News