Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାପାଙ୍କୁ ଘରେ ଛାଡ଼ି ସବୁଦିନ ପାଇଁ ପଳାଇଲା ପୁଅ...

Sushanta Sahoo
Browse all articles by Sushanta Sahoo
·10 months ago·1 min read
ବାପାଙ୍କୁ ଘରେ ଛାଡ଼ି ସବୁଦିନ ପାଇଁ ପଳାଇଲା ପୁଅ...

Key Points

ବାଲେଶ୍ଵର ମେଡିକାଲର ସର୍ଜରୀ ୱାର୍ଡ ଡ୍ରେସିଂ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି ଯୁବକ । ମୃତକ ହେଉଛନ୍ତି ହସ୍ପିଟାଲ୍ ଆଟେଣ୍ଡାଣ୍ଟ ମୃତ୍ୟୁଞ୍ଜୟ ସାମଲଙ୍କ ପୁଅ ରୌମ୍ୟରଞ୍ଜନ ।


ବାଲେଶ୍ଵର: ବାପାଙ୍କୁ ମେଡିକାଲ୍‌ରୁ ଆଣି ଘରେ ଛାଡ଼ିଲେ, ପୁଣି କାମ ଅଛି କହି ପଳାଇଲେ । ଆଉ କେଇ ଘଣ୍ଟା ପରେ ସେହି ମେଡିକାଲ୍‌ରେ ମିଳିଲା ପୁଅର ମୃତଦେହ । ଏଭଳି ଘଟଣା ଘଟିଛି ବାଲେଶ୍ଵରରେ । ବାଲେଶ୍ଵର ମେଡିକାଲର ସର୍ଜରୀ ୱାର୍ଡ ଡ୍ରେସିଂ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି ଯୁବକ । ମୃତକ ହେଉଛନ୍ତି ହସ୍ପିଟାଲ୍ ଆଟେଣ୍ଡାଣ୍ଟ ମୃତ୍ୟୁଞ୍ଜୟ ସାମଲଙ୍କ ପୁଅ ରୌମ୍ୟରଞ୍ଜନ ।


ସୂଚନା ଅନୁସାରେ, ଅନଲାଇନ୍ ଗେମ୍ ଖେଳି ଟଙ୍କା ହାରିଯିବାରୁ ଯୁବକ ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ବାପା ମୃତ୍ୟୁଞ୍ଜୟଙ୍କ ନାଇଟ୍ ସିଫ୍ଟ ଥିବା ବେଳେ ପ୍ରଥମେ ତାଙ୍କୁ ହସ୍ପିଟାଲରେ ନେଇ ଘରେ ଛାଡ଼ିଥିଲେ ରୌମ୍ୟ । ତା'ପରେ ରୌମ୍ୟ କାମ ଥିବା କହି ପୁଣି ମେଡିକାଲ ଆସିଥିଲେ । ରୌମ୍ୟ ଆଟେଣ୍ଡାଣ୍ଟଙ୍କ ପୁଅ ହୋଇଥିବାରୁ ପ୍ରାୟତଃ ମେଡିକାଲ୍ ଆସିଥାନ୍ତି । ତେଣୁ କେହି ସନ୍ଦେହ କରି ନଥିଲେ ।


ହେଲେ ଦୀର୍ଘ ସମୟ ଧରି ରୌମ୍ୟ ଘରକୁ ନ ଫେରିବାରୁ ସନ୍ଦେହ କରିଥିଲେ ପରିବାର ଲୋକ । ମେଡିକାଲରେ ପରିବାର ଲୋକ ପହଞ୍ଚି ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ସର୍ଜରୀ ୱାର୍ଡ ଡ୍ରେସିଂ ରୁମ୍‌ରୁ ମିଳିଥିଲା ରୌମ୍ୟଙ୍କ ଝୁଲନ୍ତା ଶରୀର । ସଙ୍ଗେ ସଙ୍ଗେ ଡାକ୍ତର ଦେଖିବା ସହ ମୃତ ଘୋଷଣା କରିଛନ୍ତି । ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balasore Youth Found Dead in Hospital Dressing Room | Argus News | Argus News