Videos
|
Odisha

Odisha Shocking Crime News / ବାଲେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହ*ତ୍ୟା ଅଭିଯୋଗ… ୫ ଦିନ ପରେ ମିଳିଲା ମୃତଦେହ

Ritu Das
Browse all articles by Ritu Das
·1 hour ago·2 min read
ବାଲେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହ*ତ୍ୟା ଅଭିଯୋଗ… ୫ ଦିନ ପରେ ମିଳିଲା ମୃତଦେହ
India

Key Points

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହ*ତ୍ୟା
ଦୀର୍ଘ ୫ ଦିନ ପରେ ମୃତ ଦେହର ଠିକଣା ଦେଲା ଅଭିଯୁକ୍ତ
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହ*ତ୍ୟା । ଦୀର୍ଘ ୫ ଦିନ ପରେ ମୃତ ଦେହର ଠିକଣା ଦେଲା ଅଭିଯୁକ୍ତ । ଘରୁ ନୃତ୍ୟ କ୍ଲାସ ଯିବି କହି ନିଜର ନାବାଳିକା ସାଙ୍ଗ ଓ ପୁରୁଷ ବନ୍ଧୁଙ୍କ ଯିବା ପରେ ନିଖୋଜ ହୋଇଥିବା ନାମ୍ପୋ ଫାଣ୍ଡି ରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ଖୋଜା ଖୋଜି ଜାରି ରଖିଥିବା ବେଳେ ଆଜି ଜଳେଶ୍ୱର ଥାନା ବର୍ତନା ଢେରାପଦା ନିକଟରେ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଜଘନ୍ୟ ହତ୍ୟା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୈତାନ ସାଜିଲା ପୁରୁଷ ବନ୍ଧୁ । ବୁଲିବାକୁ ନେବ କହି ଦୁଷ୍କର୍ମ ପରେ ହ*ତ୍ୟା କରି ଫିଙ୍ଗି ଦେଲା। ହତ୍ୟାରେ ସାଥ ଦେଇଛନ୍ତି ମୃତ ନାବାଳିକାଙ୍କ ଘନିଷ୍ଠ ବାନ୍ଧବୀ ଏବଂ ତାଙ୍କ ମାଆ। ସୂଚନା ମୁତାବକ ଗତ ୧୬ ଅକ୍ଟୋବର ତାରିଖ ସନ୍ଧ୍ୟା ମୃତ ନବାଳିକା ଓ ତାଙ୍କ ସାଙ୍ଗ ସହ ପୁରୁଷ ବନ୍ଧୁ ଚନ୍ଦ୍ରକାନ୍ତ ଜେନାଙ୍କ ସହ ନୃତ୍ୟ କ୍ଲାସ ଘରୁ ବାହାରିଥିଲେ । ସେବେଠାରୁ ଘରକୁ ଫେରି ନଥିଲେ ମୃତ ନବାଳିକା । ତେଣୁ ୧୭ ଅକ୍ଟୋବର ନାମ୍ପୋ ଫାଣ୍ଡି ରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ତନାଘନା ଆରମ୍ଭ କରିଥିଲା। ଅଭିଯୁକ୍ତ ଚନ୍ଦ୍ରକାନ୍ତଙ୍କୁ ପ୍ରଥମେ ଅଟକ ରଖି ପଚାର ଉଚରା କରିବାରୁ କିଛି ସୁଫଳ ମିଳି ନଥିଲା । ପରେ ନଜରବନ୍ଦୀ କରି ଅଭିଯୁକ୍ତଙ୍କୁ ଛାଡିଦେଇଥିଲା। ତେବେ ଆଜି ସକାଳୁ ଅଭିଯୁକ୍ତ ପୋଲିସକୁ ମୃତଦେହ ବାବଦରେ କହିବା ପରେ ପୋଲିସ ନାବାଳିକା ମୃତଦେହ ନିକଟରେ ପହଞ୍ଚିଥିଲା।

ବୀଭତ୍ସ ହ*ତ୍ୟାକାଣ୍ଡ ଓ ନାବାଳିକାର ଗଳିତ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପରେ ନ୍ୟାୟ ଦାବିରେ ଜଳେଶ୍ୱର-ପଶ୍ଚିମବାର୍ଡ ମୁଖ୍ୟ ରାସ୍ତା ରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଅଭିଯୁକ୍ତଙ୍କ ସହଯୋଗ କରିଥିବା ଅଭିଯୋଗରେ ନାବାଳିକାଙ୍କ ଜଣେ ଘନିଷ୍ଠ ବନ୍ଧୁ ଏବଂ ତାଙ୍କ ମାଆ ଏହି ହ*ତ୍ୟାକାଣ୍ଡରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଘର ଭାଙ୍ଗିଦେଇଛନ୍ତି।

ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବାଲେଶ୍ବର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଅତିରିକ୍ତ ଆରକ୍ଷ ଅଧିକାରୀ ପରେଶ ରାଉତ ଙ୍କ ନେତୃତ୍ୱ ରେ ନିତି ଜଣ ଡିଏସପି ଓ ଦୁଇ ଜଣ ଆଇଆଇସି ଙ୍କୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ଫରେନସିକ ଟିମ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଉପରେ ନଜର କରି ତଥ୍ୟ ସଂଗ୍ରହ କରୁଛି। ସେପଟେ ପୋଲିସ ସାମ୍ନାରେ ସବୁ ସତ ମାନିଥିବା ବିଶେଷ ସୂତ୍ରରୁ ଖବର ମିଳିଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକାରୀ କହିଛନ୍ତି।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: