Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉପର ପଡ଼ିଆରେ ଝଲସିବ କଟକର ଐତିହାସିକ ବାଲିଯାତ୍ରା

Odisha

Historic Baliyatra Cuttack / ଉପର ପଡ଼ିଆରେ ଝଲସିବ କଟକର ଐତିହାସିକ ବାଲିଯାତ୍ରା

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଉପର ପଡ଼ିଆରେ ଝଲସିବ କଟକର ଐତିହାସିକ ବାଲିଯାତ୍ରା

Key Points

ଏଥର ଗ୍ରାଣ୍ଡ ବାଲିଯାତ୍ରା
ଉପର ପଡ଼ିଆରେ ଝଲସିବ କଟକର ଐତିହ୍ୟ

ଆସନ୍ତା ନଭେମ୍ବର ୫ ରେ ଆୟୋଜିତ ହେବ ଚଳିତ ବର୍ଷର କଟକ ଐତିହାସିକ ବାଲିଯାତ୍ରା। ତେବେ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ନେଇ ଥିବା ଦ୍ଵନ୍ଦ ହାଇକୋର୍ଟଙ୍କ ଗ୍ରୀନ ସିଗ୍ନାଲ ପରେ ଦୂର ହୋଇଯାଇଛି। ଯାହାକୁ ଦୃଷ୍ଟିରେ ରଖି ଉପର ପଡ଼ିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକର ଐତିହ୍ୟ ଓ ପରମ୍ପରା ପ୍ରଦର୍ଶନ କରାଯିବ। ଉପର ପଡ଼ିଆରେ ସ୍ଥାନ ପାଇବ କଟକର ସାଂସ୍କୃତିକ ଐତିହ୍ୟ ଦହିବରା ଆଳୁଦମ, ଠୁଙ୍କାପୁରୀ, ତାରକସୀ ଓ ହସ୍ତଶିଳ୍ପ, ମାଟିରେ ତିଆରି ସାମଗ୍ରୀ ଓ ପାତ୍ର, ବାଉଁଶରୁ ତିଆରି ସାମଗ୍ରୀ, ଶିଙ୍ଗ କାମ, ଶିଳ, ଚକି ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ସମେତ ଦୋଳି ଆଦିର ସମ୍ଭାର ଉପର ପଡ଼ିଆରେ ସ୍ଥାନ ପାଇବ।

ତଳ ପଡ଼ିଆରେ ୬୦ ଏକର ଜମିରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଆରମ୍ଭ ହୋଇଯାଇଛି ବିଦ୍ୟୁତ୍ ମରାମତି କାମ। ଖୁଣ୍ଟ ପୋତିବା ସହ ତାର ଭିଡ଼ିବା କାମ ଆରମ୍ଭ କରି ଦେଇଛନ୍ତି ଟାଟା ପାୱାର କର୍ମଚାରୀ। ସେହିପରି ରାସ୍ତା ଓ ପ୍ଲଟ ପାଇଁ ଆରମ୍ଭ ହୋଇଯାଇଛି ମାପଚୁପ କାମ। ପ୍ରଥମେ ରାସ୍ତା ଚିହ୍ନଟ ଓ ପରେ ପ୍ଲଟ ଚିହ୍ନଟ ପ୍ରକ୍ରିୟା କରାଯିବ। ପ୍ଲଟ ପଞ୍ଜିକରଣ ୧୨ ତାରିଖ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ ଠାରେ ଜାରି ରହିବ।

ଚଳିତ ବର୍ଷ ଓରମାସ ବ୍ୟତୀତ ସମୁଦାୟ ୧୬୫୪ଟି ଷ୍ଟଲ ହେବ । ଏହା ସହ ଏକ ଆପ୍ ମଧ୍ୟ ପ୍ରଶାସନ ପକ୍ଷରୁ ତିଆରି କରାଯାଇଛି। ଯାହାଦ୍ୱାରା ଜଣେ ବ୍ୟକ୍ତି କେଉଁଠାରେ କେଉଁ ଜିନିଷର ସମ୍ଭାର ଏବଂ ଜନସାଧାରଣଙ୍କ ପାଇଁ ଥିବା ସୁବିଧା ସୁଯୋଗ ଅଛି ତାହା ସେ ପାଇ ପାରିବ।


ଏଥିସହ ପଢ଼ନ୍ତ: "ତଳ, ଉପର ଦୁଇଟି ଯାକ ପଡିଆରେ ହେବ ବାଲିଯାତ୍ରା"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉଭୟ ପଡ଼ିଆରେ ଆୟୋଜିତ ହେବ କଟକର ଐତିହାସିକ ବାଲିଯାତ୍ରା । ଏ ନେଇ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କଟକ ଜିଲ୍ଲାପାଳଙ୍କ ସତ୍ୟପାଠ ଦାଖଲ ପରେ ଉଭୟ ପଡ଼ିଆରେ ବାଲିଯାତ୍ରା ଆୟୋଜନ ନେଇ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ବାଲିଯାତ୍ରା ଆୟୋଜନ ସମୟରେ ଶବ୍ଦ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ସହ ଉଠା ଦୋକାନୀଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।


ଉଠା ଦୋକାନୀଙ୍କୁ ସମସ୍ତ ପ୍ରକାରର ମୌଳିକ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । ତେବେ ଚଳିତ ବର୍ଷ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବାକୁ ନେଇ କଟକର ବିଭିନ୍ନ ସାମାଜିକ ସଂଗଠନ ସହ ପ୍ରମୁଖ ରାଜନୈତିକ ଦଳର ନେତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଥିଲେ ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Argus Whatsapp Channel Mobile Top
Sponsored