Videos
|
Odisha

ବାଲିଯାତ୍ରାରେ ଅର୍ଗସ; କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ, ଆକର୍ଷଣୀୟ ପୁରସ୍କାର ଜିତନ୍ତୁ

Smruti Parija
Browse all articles by Smruti Parija
·1 year ago·2 min read
ବାଲିଯାତ୍ରାରେ ଅର୍ଗସ; କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ, ଆକର୍ଷଣୀୟ ପୁରସ୍କାର ଜିତନ୍ତୁ

ଅର୍ଗସ ବ୍ୟୁରୋ: ଆଉ ଦିନ କେଇଟା ପରେ ଐତିହାସିକ ବାଲିଯାତ୍ରା । ବିଭିନ୍ନ ପ୍ରକାରର ଜିନିଷ କିଣା କିଣି ସହ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ଓ ଦୋଳିର ମଜା ନେବେ ଲୋକେ । ଏବେଠୁ ବାଲିଯାତ୍ରା ପାଇଁ ଲୋକଙ୍କ ମନରେ ଉତ୍ସାହ ଭରିଗଲାଣି । ବାଲିଯାତ୍ରା ପଡିଆରେ ଗତବର୍ଷ ଭଳି ଏବର୍ଷ ମଧ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ନାଚ, ଗୀତ,ଷ୍ଟାଣ୍ଡ୍ ଅପ୍ କମେଡିଆନ୍ ,ବିଭିନ୍ନ ପ୍ରକାରର ଖେଳ କୁଦ ଆଦି ଅନୁଷ୍ଠିତ କରିବାକୁ ଯାଉଛି ଓଡିଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଅର୍ଗସ । 

ଲୋକଙ୍କ ମନୋରଞ୍ଜନ ପାଇଁ , ବାଲିଯାତ୍ରାରେ ଏକ ସୁନ୍ଦର ସ୍ମୃତି ସାଉଁଟିବା ପାଇଁ ବାଲିଯାତ୍ରା ଉପର ପଡିଆ ଷ୍ଟଲ୍ ନମ୍ବର - 85 ରେ ଏହି ସବୁ କାର୍ଯ୍ୟକ୍ରମ ଅର୍ଗସ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି । ଗତ ଥର ଭଳି ଏବର୍ଷ ମଧ୍ୟ ବିପୁଳ ମାତ୍ରାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆହୁରି ସଫଳ କରିବାକୁ ଅର୍ଗସ ପରିବାର ପକ୍ଷରୁ ନିବଦେନ କରାଯାଉଛି । ସଂନ୍ଧ୍ୟା 6 ଟାରୁ ରାତି 10 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଯେଉଁଥିରେ ଆପଣ ଅଂଶଗ୍ରହଣ କରି ବିଭିନ୍ନ ଆକର୍ଷଣୀୟ ପୁରସ୍କାର ଜିତି ପାରିବେ । 

ଦିନ ଥିଲା ଓଡ଼ିଆ ସାଧବ ପୁଅ ବିଦେଶରୁ ନୌବାଣିଜ୍ୟ ସାରି ଗଡ଼ଗଡ଼ିଆ ଘାଟରେ ପହଞ୍ଚୁଥିଲା। ନଦୀ ବାଲିରେ ବିଦେଶରୁ ଆଣିଥିବା ଜିନିଷର ହେଉଥିଲା ବ୍ୟବସାୟ। ଆଉ ସେହି ସ୍ମୁତିରୁ ସୃଷ୍ଟି ଆଜିର ବାଲିଯାତ୍ରା । ପ୍ରତିବର୍ଷ କାର୍ତ୍ତିକପୂର୍ଣ୍ଣିମା ଦିନଠାରୁ 7 ଦିନ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଆଉ ବାଲିଯାତ୍ରାକୁ ନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକ ଚାତକ ପରି ଚାହିଁ ରହିଥାନ୍ତି ।  ତେବେ ଏଥର ନୂଆ କ'ଣ ? କେଉଁ ଅତିଥି ଆସୁଛନ୍ତି ? କ'ଣ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି ? ସେନେଇ ଦର୍ଶକ ଖୁବ ଉତ୍ସାହିତ । 

ବାଲିଯାତ୍ରା ପାଖେଇ ଆସୁଥିଲାବେଳେ ଦିନକୁ ଦିନ ପଡିଆ ଚଳଚଞ୍ଚଳ ହୋଇପଡୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟେଜ ବନ୍ଧା ଠାରୁ ଆରମ୍ଭ କରି ପ୍ରସ୍ତୁତି କାମ ମଧ୍ୟ ଜୋରସୋରରେ ଚାଲିଛି। ଏଥର ମେଳାରେ ଆକର୍ଷଣ ସାଜିବ ଜିଆଣ୍ଟ ଫ୍ରିସବି ଓ ସୁନାମି ଦୋଳି। ରାଜ୍ୟ ବାହାରୁ ବିଭିନ୍ନ ଦୋଳି ବ୍ୟବସାୟୀ ମାନେ ଆସି ବାଲିଯାତ୍ରା ପଡ଼ିଆ ରେ  ପହଞ୍ଚି ଦୋଳି ଖଞ୍ଜା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି । 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥର ବାଲିଯାତ୍ରା ତଳପଡ଼ିଆର ସାତଟି ସ୍ଥାନରେ 30ରୁ ଅଧିକ ଦୋଳି ପଡିବ । ଯେଉଁଥିରେ ରାମ ଦୋଳି, ଟୟ ଟ୍ରେନ୍, ଡିସ୍କୋ ଓ ଟୋରାଟୋରା, ଡ୍ରାଗନ୍,ବ୍ରେକ ଡ୍ୟାନ୍ସ ଆଦି ଦୋଳି ସମେତ ଆକର୍ଷଣୀୟ ଭାବେ ସୁନାମି ଓ ଜିଆଣ୍ଟ ଫ୍ରିସବି ଦୋଳିର ମଜା ନେବେ ଦର୍ଶକ । ପ୍ରଥମ ଥର କରି ସାଉଥ୍ - ଇଷ୍ଟ ପାଭି ଲିୟନ୍ , ଭାରତୀୟ ନୌସେନାର ଭାଗିଦାରୀ, ଡ୍ରୋନ୍ ସୋ ଆଦି ଦେଖିବାକୁ ପାଇବେ ଦର୍ଶକ । ଭିନ୍ନ ଭିନ୍ନ ଦିବସରେ ଆନ୍ତର୍ଜାତୀୟ କଳାକାର ମାନେ ଆସି କାର୍ଯ୍ୟକ୍ରମ ପରିବେଷଣ କରିବେ ବାଲିଯାତ୍ରା ପଡ଼ିଆରେ। ତେବେ ଉଦଘାଟନ ଦିନ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । 

ସେପଟେ ବାଲିଯାତ୍ରାରେ ସୁରକ୍ଷାକୁ ନେଇ କଡା ବନ୍ଦୋବସ୍ତ କରୁଛି କମିଶନରେଟ୍ ପୋଲିସ। ବାଲିଯାତ୍ରା ପାଇଁ ନିୟୋଜିତ ହେବେ ମୋଟ ୭୦ ପ୍ଲାଟୁନ ପୋଲିସ ଫୋର୍ସ। ମୋଟ ୨୦ ଟି ପୋଲିସ ଏଡ୍ ପୋଷ୍ଟ ପାଇଁ ବ୍ୟବସ୍ଥା କରାଯାଉଛି। ସହରର ୧୫ ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଉଛି। ତଳ ପଡିଆ ପଛ ପଟ ନଦୀ କୂଳ ରାସ୍ତାଟିକୁ ଗ୍ରୀନ କରିଡ଼ର ଭାବରେ ବ୍ୟବହାର କରିବାକୁ ଯୋଜନା କରାଯାଉଛି। ଜରୁରୀକାଳୀନ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯିବ। ତଳ ଓ ଉପର ପଡିଆ ମଝି ରାସ୍ତାକୁ ମଧ୍ୟ ବ୍ୟବହାର କରାଯିବ। ରାସ୍ତା କଡ ଅବରୋଧ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି ।