ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ବଳିଆ ବାବାଙ୍କ ପ୍ରତିକ୍ରିୟା

ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ମୁଁହ ଖୋଲିଛନ୍ତି ପଦ୍ମଶ୍ରୀ ବାବା ବଳିଆ । ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ବୋଲି କହିବା ଭୁଲ ବୋଲି କହିଛନ୍ତି ବଳିଆ ବାବା । ସେ କହିଛନ୍ତି ପୃଥିବୀରେ ସବୁ ସ୍ଥାନରେ ଅନେକ ଜଗନ୍ନାଥ ମନ୍ଦିର ତିଆରି କରାଯାଉଛି । ହେଲେ ସବୁ ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ବଳକା କାଠରୁ କେଉଁଠି ମୂର୍ତ୍ତି ତିଆରି କରାଯାଏ ନାହିଁ । ଆଉ ଯଦି ବି ତାହା କରାଯାଇଛି ତେବେ ତାହା ଅନୁଚିତ ବୋଲି ସେ କହିଛନ୍ତି । ଆଜି ମମତା ବାନାର୍ଜୀଙ୍କ ଶାସନରେ ସେଠାରେ ବଳକା ଦାରୁରୁ ମୂର୍ତ୍ତି ତିଆରି କରାଯାଇଛି , କାଲି ହୁଏତ ଆଉ କିଏ ମାଗିବ । ସେଥିପାଇଁ ଦୀଘାର ଜଗନ୍ନାଥ ମନ୍ଦିରକୁ ଧାମ ବୋଲି କହିବାକୁ ବିରୋଧ କରିଛନ୍ତି ବଳିଆ ବାବା ।
ଏଥିସହ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଯୁଦ୍ଧ କୁ ନେଇ ମତ ରଖିଛନ୍ତି ବଳିଆ ବାବା । ସେ କହିଛନ୍ତି ଧର୍ମର ସ୍ଵରୁପ ହିଂସା ନୁହେଁ ସତ୍ୟ,ଦୟା,କ୍ଷମା ଧର୍ମ ର ସ୍ଵରୁପ ଅଟେ। ଯେଉଁ ଧର୍ମ ମଣିଷକୁ ଗଢ଼େ ଓ ସଞମିତ କରେ ଏବଂ ଶୃଙ୍ଖଳିତ କରେ ସେଠି ଆତଙ୍କବାଦର ପ୍ରଶ୍ନ ଉଠେ ନାହିଁ। କିଛି ମୁସଲମାନ ଧର୍ମର ଲୋକମାନଙ୍କ ମୁଣ୍ଡରେ ଆତଙ୍କବାଦ ର ଚିନ୍ତାଧାରାର କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଶିକ୍ଷା ଦିଆଯାଉଛି ଯିଏ ଯେତେ ଅନ୍ୟ ଧର୍ମର ଲୋକ ମାନଙ୍କୁ ହତ୍ୟା କରିବେ ସେତେ ଶିଘ୍ର ସେମାନେ ସ୍ବର୍ଗ ପ୍ରାପ୍ତି ହେବା ସହିତ ଆଲ୍ଲାଙ୍କ ପାଖରେ ପହଞି ପାରିବେ। ଯାହା ସମ୍ପର୍ଣ୍ଣ ରୂପେ ଅନ୍ଧବିଶ୍ୱାସ ଅଟେ ବୋଲି ବାବା ବଳିଆ କହିଛନ୍ତି।