Crime Branch Enquiry / ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ତଦନ୍ତ ପାଇଁ ଯିବ କ୍ରାଇମବ୍ରାଞ୍ଚ ଟିମ୍
·4 months ago·2 min read

Key Points
ବାଲିଅନ୍ତା ସୋମ୍ୟରଞ୍ଜନ ହତ୍ୟାକାଣ୍ଡ ଘଟଣା
ମାମଲା ରୁଜୁ କଲା କଲା କ୍ରାଇମବ୍ରାଞ୍ଚ
DSP ରତ୍ନପ୍ରଭା ଶତପଥିଙ୍କ ନେତୃତ୍ୱରେ ତଦନ୍ତ କରିବ ଟିମ୍
ତଦନ୍ତ ପାଇଁ ବାଲିଅନ୍ତା ଯିବ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ବର,୧୦/୦୫: ବାଲିଅନ୍ତା ସୋମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା । ମାମଲା ରୁଜୁ କଲା କଲା କ୍ରାଇମବ୍ରାଞ୍ଚ । DSP ରତ୍ନପ୍ରଭା ଶତପଥିଙ୍କ ନେତୃତ୍ୱରେ ତଦନ୍ତ କରିବ ଟିମ୍ । ଡିଏସପିଙ୍କ ନେତୃତ୍ୱରେ ତିନିଜଣିଆ ଟିମ୍ ଗଠନ ହୋଇଛି। ଟିମରେ ଜଣେ ଇନିସପେକ୍ଟର ଓ ଜଣେ SI ରହିବେ। କ୍ରାଇମବ୍ରାଞ୍ଚର ଜଣେ ଏସପି କରିବେ ମନିଟରିଂ। ଆଜି ଟିମ ବାଲିଅନ୍ତା ଥାନା ଓ ପରେ ଘଟଣା ସ୍ଥଳକୁ ଯିବ।
ଗତକାଲି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ। କ୍ରାଇମ୍ବ୍ରାଞ୍ଚ ଦ୍ୱାରା ସଠିକ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ଡି.ଜି.ପି’ଙ୍କୁ କଡ଼ା ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପରେ କ୍ରାଇମ୍ବ୍ରାଞ୍ଚ୍ ଦ୍ୱାରା ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବାଲିଅନ୍ତାରେ ଜିଆରପି କନେଷ୍ଟବଲ ସୈାମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି। ପୂର୍ବରୁ ୫ ଜଣ ଗିରଫ ହୋଇଥିବା ବେଳେ ଶନିବାର ଆଉ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ତେବେ ଏହି ଗିରଫ ସଂଖ୍ୟା ଆହୁରି ବଢିପାରେ। ଘଟଣାସ୍ଥଳର ଆଖପାଖ ଗାଁ ଗୁଡ଼ିକୁ ଗିରଫଦାରୀ ଭୟ ଘାରିଛି। ପୁରୁଷମାନେ ଘର ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି। ସେପଟେ ସିସିଟିଭି ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବାଲିଅନ୍ତା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ପଢନ୍ତୁ ଏହି ଖବର: ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ୍ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡ଼ିସିପିଙ୍କ ସୂଚନା ଅନୁସାରେ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି। ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯେଉଁ ମାନେ ଯୁବକଙ୍କୁ ମାଡ଼ ମାରିଛନ୍ତି ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହି ହତ୍ୟା ଘଟଣାରେ ସତ୍ୟ ବିହାର ଅଞ୍ଚଳରେ ଥିବା ଜିମରେ କମିସନରେଟ ପୋଲିସର ଛାନଭିନ୍ । ଯେଉଁ ଜିମରେ ଟ୍ରେନରେ ଥିଲେ ସୌମ୍ୟ ରଞ୍ଜନ ସ୍ୱାଇଁ, ଘଟଣା ଦିନ ସତ୍ୟବିହାର ସ୍ଥିତ ଜିମକୁ ସୌମ୍ୟ ଆସୁଥିବା ସୂଚନା ମିଳିଛି । କିନ୍ତୁ ବାଟରେ ଘଟିଲା ଏଭଳି ଘଟଣା । ସେପଟେ ଜିମର ସିସିଟିଭି ଫୁଟେଜ ଏବଂ କର୍ମଚାରୀଙ୍କୁ ସୌମ୍ୟ ବିଷୟରେ ପଚରା ଉଚରା କରିଛି କମିସନରେଟ ପୋଲିସ ।

Related Topics
Explore more stories