Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ହତ୍ୟା ମାମଲା... ବଢିଲା ବରିଷ୍ଠ ଆଇପିଏସଙ୍କ ଅଡୁଆ

Odisha

Soumya Murder Case / ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ହତ୍ୟା ମାମଲା... ବଢିଲା ବରିଷ୍ଠ ଆଇପିଏସଙ୍କ ଅଡୁଆ

Rashmita Mishra
Browse all articles by Rashmita Mishra
·1 hour ago·2 min read
ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ହତ୍ୟା ମାମଲା... ବଢିଲା ବରିଷ୍ଠ ଆଇପିଏସଙ୍କ ଅଡୁଆ
Soumya Murder Case

Key Points

ବଢିଲା ବରିଷ୍ଠ ଆଇପିଏସଙ୍କ ଅଡୁଆ
ଭିଡ ହତ୍ୟାର ଶିକାର ସୌମ୍ୟଙ୍କୁ ଆଇପିଏସ ବାବୁ ନିର୍ଯାତନା ଦେଉଥିବା ହୋଇଥିଲା ଅଭିଯୋଗ
ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ରିପୋର୍ଟ ମାଗିଥିଲା କ୍ରାଇମବ୍ରାଞ୍ଚ
ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଲେ ରେଲୱେ ଏଡିଜି ଅରୁଣ ବୋଥ୍ରା
ପୂର୍ବରୁ ଏଡିଜି ଦୟାଲ ଗଙ୍ଗୱାରଙ୍କ ନାଁରେ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର

ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲା । ବଢିଲା ବରିଷ୍ଠ ଆଇପିଏସଙ୍କ ଅଡୁଆ...ଆଜି କ୍ରାଇମବ୍ରାଞ୍ଚ ଡିଜିଙ୍କ ନିର୍ଦ୍ଦେଶ ପରେ ରିପୋର୍ଟ ଦାଖଲ କରିଛନ୍ତି ADG...ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ରିପୋର୍ଟ ମାଗିଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ଏଡିଜି ଦୟାଲ ଗଙ୍ଗୱାରଙ୍କ ନାଁରେ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର । 

ବଢିଲା ବରିଷ୍ଠ ଆଇପିଏସଙ୍କ ଅଡୁଆ... ଭିଡ ହତ୍ୟାର ଶିକାର ସୌମ୍ୟଙ୍କୁ ଆଇପିଏସ ବାବୁ ନିର୍ଯାତନା ଦେଉଥିବା ହୋଇଥିଲା ଅଭିଯୋଗ ।  ରେଲୱେ ଓ କୋଷ୍ଟାଲ  ସିକ୍ୟୁରିଟି ଏଡିଜିଙ୍କୁ ରିପୋର୍ଟ ମାଗିଥିଲା କ୍ରାଇମବ୍ରାଞ୍ଚ । ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଲେ ରେଲୱେ ଏଡିଜି ଅରୁଣ ବୋଥ୍ରା । ପୂର୍ବରୁ ଏଡିଜି ଦୟାଲ ଗଙ୍ଗୱାରଙ୍କ ନାଁରେ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର । 

କନଷ୍ଟେବଲ୍ ସୌମ୍ୟ ରଂଜନ ସ୍ବାଇଁଙ୍କ ବରିଷ୍ଠ ଆଇପିଏସ୍ ଦେଉଥିଲେ କି ନିର୍ଯାତନା, ଘରକୁ ଡାକି କରାଉଥିଲେ କି ଜିମ୍ ଟ୍ରେନିଂ, ସୌମ୍ୟ ପ୍ରତିଦିନ କରୁଥିଲେ କି ଆଇପିଏସ୍ ବାବୁଙ୍କ ବଡି ମସାଜ୍, ସବୁ ପ୍ରଶ୍ନର ଉତ୍ତର ତଦନ୍ତ ରିପୋର୍ଟରେ ବନ୍ଦ । ଗତ ୨୬ତାରିଖରେ କ୍ରାଇମବ୍ରାଞ୍ଚ ଡିଜି ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ADG ଙ୍କୁ ଚିଠି ଲେଖି ତଦନ୍ତ ରିପୋର୍ଟ ଦେବାକୁ କହିଥିଲେ । ମୃତ GRP କନେଷ୍ଟବଳ ଙ୍କୁ ଜଣେ ବରିଷ୍ଠ IPS ଅଧିକାରୀ ଘରୋଇ କାମରେ ନିୟୋଜିତ କରୁଥିବା ସୌମ୍ୟଙ୍କ ବାପା ମାଆ ଅଭିଯୋଗ ଆଣିଥିଲେ । ଯେଉଁ ଅଭିଯୋଗ ଆଧାରରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପାଇବା ପରେ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା କଣ ରହୁଛି ତା ଉପରେ ନଜର ।

ଗତ ମେ ୭ତାରିଖରେ ରାମଚନ୍ଦ୍ରପୁର କାଜ ନିକଟରେ ଗାଡି ଦୁର୍ଘଟଣାକୁ ନେଇ ଘଟିଥିଲା ଭିଡ଼ ହତ୍ୟା । GRP କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଙ୍କୁ ଲୋକ ମାନେ ପିଟି ପିଟି ହତ୍ୟା କରିଥିଲେ । ସେହି ଦିନ ଠାରୁ ସୌମ୍ୟଙ୍କ ବାପା ମାଆ ADG ଦୟାଲ ଗଙ୍ଗୱାରର ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲେ । ସୌମ୍ୟ ଙ୍କୁ ADG ଘରକୁ ଡାକୁଥିଲେ । ମାଲିସ କରିବା ପାଇଁ କହୁଥିଲେ । NHRC ଟିମ ଆଗରେ ମଧ୍ୟ ସୌମ୍ୟଙ୍କ ମାଆ ଗୋଟି ଗୋଟି ଅଭିଯୋଗ ଆଣିଥିଲେ ।

ସୌମ୍ୟ ରଞ୍ଜନ ସ୍ୱାଇଁ ଙ୍କୁ ହତ୍ୟା ଘଟଣାରେ ବାଲିଅନ୍ତା ଥାନା ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ୭ଜଣଙ୍କୁ ଗିରଫ କରିଛି । ଆଗକୁ ମଧ୍ୟ ଗିରଫଦାରି ସଂଖ୍ୟା ବଢ଼ିପାରେ । ଭାଇରଲ ଭିଡ଼ିଓ ଆଧାରରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ଚିନ୍ହଟ କରିଛି କ୍ରାଇମବ୍ରାଞ୍ଚ । ହେଲେ ଏବେ ବି ସନ୍ଦେହ ଘେରରେ ତଦନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored