Videos
|
Odisha

ଘନ କୁହୁଡ଼ିର ଚାଦର ତଳେ ବାଲିଗୁଡ଼ା ସହର

Ritu Das
Browse all articles by Ritu Das
·1 year ago·1 min read
ଘନ କୁହୁଡ଼ିର ଚାଦର ତଳେ ବାଲିଗୁଡ଼ା ସହର

ଅର୍ଗସ ବ୍ୟୁରୋ: ଘନ କୁହୁଡ଼ିର ଚାଦର ତଳେ ବାଲିଗୁଡ଼ା ସହର। ଦିନକୁ ଦିନ ବାଲିଗୁଡ଼ା ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାରଦ ଖସୁଛି ଓ ଶୀତ ବଢୁଛି। ଯାତାୟତ ଓ ଜୀବନ ଜୀବିକା ଉପରେ ଶୀତର ପ୍ରଭାବ ପଡୁଛି। ଫଳରେ ଜାତୀୟ ରାଜପଥରେ 40 ରୁ 50 ଫୁଟ୍ ଦୂର ପର୍ଯ୍ୟନ୍ତ ଦେଖା ଯାଉନଥିବାରୁ ଗାଡି ମୋଟର ଚଳାଚଳରେ ବ୍ୟାପକ ସମସ୍ୟା ଦେଖାଦେଇଛି। ଜାତୀୟ ରାଜପଥ ପାର୍ଶ୍ବରେ ଲମ୍ବା ଲାଇନରେ ଗାଡ଼ି ମୋଟର ଅଟକି ରହୁଛି।


ଘନ କୁହୁଡ଼ି ଓ ଶୀତର ପ୍ରଭାବ ଯୋଗୁଁ ସକାଳ ୧୦ଟା ପର୍ଯ୍ୟନ୍ତ ଅଞ୍ଚଳରେ ଜାତୀୟ ରାଜପଥ ସଂଲଗ୍ନ ବଜାର ଗୁଡ଼ିକ ଫାଙ୍କା ଫାଙ୍କା ଲାଗୁଛି। ଘନ କୁହୁଡ଼ି ଯୋଗୁ ୫୯ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳରେ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ବସ କର୍ମକର୍ତ୍ତା ଓ ଅଞ୍ଚଳବାସୀ । ଗ୍ରାମାଞ୍ଚଳର ଲୋକମାନେ ନିଆଁର ସାହାରା ନେଉଥିବା ବେଳେ ବାଲିଗୁଡ଼ା ସହର ବାସି ଖେଳକୁଦ ଓ ବ୍ୟାୟାମ କରି ଶୀତ ଦାଉରୁ ନିଜକୁ ସୁରକ୍ଷିତ ରଖୁଛନ୍ତି। ଶୀତ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ପର୍ଯ୍ୟଟକ ମାନଙ୍କ ଆଗମନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Baliguda | Argus News