Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାତି ୧୦ ଟା ପରିବର୍ତ୍ତେ ୧୦.୩୦ ପର୍ଯ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

Odisha

ରାତି ୧୦ ଟା ପରିବର୍ତ୍ତେ ୧୦.୩୦ ପର୍ଯ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

Smruti Parija
Browse all articles by Smruti Parija
·1 year ago
ରାତି ୧୦ ଟା ପରିବର୍ତ୍ତେ ୧୦.୩୦ ପର୍ଯ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

କଟକ: ବଢିଲା ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାର ସମୟର ଅବଧି । ରାତି ୧୦ ଟା ପରିବର୍ତ୍ତେ ୧୦.୩୦ ପର୍ଯ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ଶନିବାର ରାତି ୧୦ ଟା ସମୟରେ ଅଧାରୁ କଳାକାରଙ୍କୁ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ କହିଥିଲା କମିସନରେଟ ପୋଲିସ । 

ଏହାପରେ ଜନସାଧାରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦଳଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହି ଘଟଣାକୁ ନେଇ କଟକ ଜିଲ୍ଲାପାଳ ଓ ପୋଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କ୍ଷମତା ପ୍ରୟୋଗ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆହୁରି ୩୦ ମିନିଟ୍ ଅଧିକ ସମୟ କରିବା ପାଇଁ ନିର୍ଦ୍ଦେଶ ହୋଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
balijatra-2024-cultural-programme-timing-changed | Argus News