Historic Baliyatra Cuttack / ଏଥରର ମୁଖ୍ୟ ଆକର୍ଷଣ, ଇଲେକ୍ଟ୍ରିକ ଢୋଲ-ଭିନଟେଜ କାର ଶୋ'- 5D ଥିଏଟରର-ଓ୍ୱାଟର ସ୍ପୋର୍ଟ୍ସ

Key Points
ଯାହାକୁ ଦୃଷ୍ଟିରେ ରଖି କାମ ମଧ୍ୟ ସେହି ଅନୁଯାୟୀ ଜାରି ରଖିଛନ୍ତି କାରିଗର ଓ କର୍ମଚାରୀ।
ଆଉ ଦୁଇ ଦିନ ପରେ କଟକ ଐତିହାସିକ ବାଲିଯାତ୍ରା। ଚାଲିଛି ଜୋରଦାର ପ୍ରସ୍ତୁତି। ଦିଆଯାଉଛି ଶେଷ ସ୍ପର୍ଶ । ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲା ପ୍ରଶାସନ । ବିଶେଷ କରି ଚଳିତ ଥର ବାଲିଯାତ୍ରାରେ ଆନାମରଫିକ 3D ସ୍କ୍ରିନ, ଏକ୍ସପେରିଏନ୍ସ ଜୋନ, ଇଲେକ୍ଟ୍ରିକ ଢୋଲ, ଭିନଟେଜ କାର ପ୍ରଦର୍ଶନ, କଟକ ପ୍ରସିଦ୍ଧ ତାରକସୀ ଗ୍ୟାଲେରୀ, 5D ଥିଏଟରର ମଜା ସହ ମହାନଦୀରେ ଚିତ୍ତାକର୍ଷକ ଜଳକ୍ରୀଡ଼ା ଏବଂ ଲେଜର ଲାଇଟ୍ ଶୋ ଦେଖିବାକୁ ପାଇବେ ଦର୍ଶକ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ, ରୋଇଂ, କ୍ୟାନୋ ଏବଂ କାୟାକିଂ ଭଳି ବିଭିନ୍ନ ଜଳକ୍ରୀଡ଼ାର ମଜା ନେଇପାରିବେ ବାଲିଯାତ୍ରାକୁ ଆସୁଥିବା ଦର୍ଶକ। ତେବେ ଚଳିତ ବର୍ଷ ୩ ଦିନ ଧରି ମହାନଦୀ ପାଣିରେ ହେବ ଲେଜର ଲାଇଟ ଶୋ।
ଏଥର ସବୁଠାରୁ ଆକର୍ଷଣୀୟ ପାଲଟିବ କଟକ ଇନ୍ କଟକ। ଓଡ଼ିଆ ଭାଷା ଓ ସାହିତ୍ୟ ଥିମରେ କଟକ ଇନ୍ କଟକ ସଜେଇ ହେଉଥିବା ବେଳେ ଦିଆଯାଉଛି ଶେଷ ସ୍ପର୍ଶ। ଏହି ପାଭିଲିଆନରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଷୟରେ ଆଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯିବ। ଯେଉଁଥିରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେବେ। ନିଜ ଭାଷା ଓ ସାହିତ୍ୟକୁ ଚିହ୍ନିବା, ତାକୁ ଅଧିକ ପ୍ରଚାର ପ୍ରସାର କରିବା ଦିଗରେ କାମ କରିବ ଏହି ମଞ୍ଚ।
ଅନ୍ୟପଟେ କଟକ ଇନ କଟକରେ ବାଲୁକା କଳାରେ ପାରମ୍ପରିକ ବୋଇତର ମଧ୍ୟ ପ୍ରସ୍ତୁତି ଚାଲିଛି। ୩୦ ଫୁଟ ଚଉଡ଼ା ଓ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ହେବ ବାଲୁକା ବୋଇତ। ଏବେ ଅପେକ୍ଷା ଦର୍ଶକଙ୍କୁ କେତେ ଆକୃଷ୍ଟ କରୁଛି ଚଳିତ ବର୍ଷର ଐତିହାସିକ ବାଲିଯାତ୍ରା।
📱 Get Argus News App
✨Related Topics
Explore more stories