Balijatra Accident / ବାଲିଯାତ୍ରାରେ ବଡ଼ ଅଘଟଣ… ରାମଦୋଳିର ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
·19 mins ago

Key Points
କଟକ ବାଲିଯାତ୍ରାରେ ଗୁରୁବାର ଅଘଟଣ ଘଟିଛି
କଟକ ବାଲିଯାତ୍ରାରେ ଗୁରୁବାର ଅଘଟଣ ଘଟିଛି। ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳି ଚାଲିବା ସମୟରେ ସେଥିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରାଣୀହାଟ ଅଞ୍ଚଳର ଚନ୍ଦ୍ରକାନ୍ତ ବଳ। ଘଟଣାସ୍ଥଳରୁ ଅଗ୍ନିଶମ ଓ ପୋଲିସ କର୍ମଚାରୀ ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏ ନେଇ ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି, ୧୦ଟା ୪୫ ସମୟରେ ଦୋଳିରୁ ଖସି ଜଣଙ୍କର ମୃତ୍ୟୁ ହୋଇଛି, ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ଦୋଳିର ଫିଟନେସ ଥିବା ତଦନ୍ତରୁ ଜଣାପଡ଼ିଛି ଏବଂ ଅନ୍ୟାନ୍ୟ ବିଷୟରେ ତଦନ୍ତ କରାଯାଉଥିବା ସେ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories