ଆତ୍ମାହୁତି ନୁହଁ ଜାଳି ଦେଇଥିଲେ ବାପାଭାଇ ଓ ସାବତ ମାଆ; ୩ ଜଣଙ୍କୁ ବାନ୍ଧିଲା ପୋଲିସ

Key Points
ପୋଲିସ ଏବେ ବାପା, ଭାଇ ଓ ସାବତ ମାଆକୁ ଗିରଫ କରିଛି । ଆବଶ୍ୟକ ପଡ଼ିଲେ ଗିରଫ ତିନି ଜଣଙ୍କୁ ରିମାଣ଼୍ଡରେ ଅଣାଯିବ ବୋଲି କହିଛନ୍ତି ଜୋନ୍-୪ ଏସିପି ।
ଭୁବନେଶ୍ଵର/ନିଆଳି: ବାଲିପାଟଣାରେ ନିଆଁରେ ପୋଡ଼ି ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଜଣ ଗିରଫ । ବାଲିପାଟଣା ପୋଲିସ ଯୁବକଙ୍କ ବାପା, ଭାଇ ସହ ସାବତ ମାଆଙ୍କୁ ଗିରଫ କରିଛି । ଏନେଇ ସୂଚନା ଦେଇଛନ୍ତି ଜୋନ୍-୪ ଏସିପି । ପୋଲିସ ସୂଚନା ଅନୁସାରେ, ଜମିବାଡ଼ିକୁ ନେଇ ପରିବାରରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା । ଘଟଣାସ୍ଥଳରୁ ପୋଲିସ ପେଟ୍ରୋଲ ବୋତଲ ସହ ଦିଆସିଲି ଜବତ କରିଛି ।
ଶୁକ୍ରବାର ମୃତକଙ୍କ ପତ୍ନୀଙ୍କ ଆଗରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ ବାପା ଓ ଭାଇ । ଏନେଇ ମୃତକ ମଧ୍ୟ ବୟାନ ଦେଇଥିଲେ । କହିଥିଲେ ବାପା ଓ ଭାଇ ତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି । ଏପରିକି ବାପା, ଭାଇ ଓ ସାବତ ମାଆ ସବୁଥିରେ ପାତର ଅନ୍ତର କରୁଥିଲେ ବୋଲି କହିଛନ୍ତି ମୃତକ ।
ପୋଲିସ ଏବେ ବାପା, ଭାଇ ଓ ସାବତ ମାଆକୁ ଗିରଫ କରିଛି । ଆବଶ୍ୟକ ପଡ଼ିଲେ ଗିରଫ ତିନି ଜଣଙ୍କୁ ରିମାଣ଼୍ଡରେ ଅଣାଯିବ ବୋଲି କହିଛନ୍ତି ଜୋନ୍-୪ ଏସିପି । ତେବେ ପୂର୍ବରୁ ଜମିଜମାକୁ ନେଇ ଥିବା ପାରିବାରକ ବିବାଦ ନେଇ ସ୍ଥାନୀୟ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଏସିପି କହିଛନ୍ତି । ତେବେ ମୃତକ ଛୋଟ ଥିବାବେଳେ ତାଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ ।
📱 Get Argus News App
✨
ଗତକାଲି ନିଆଁରେ ପୋଡ଼ି ଯାଇଲେ ଯୁବକ ଜଣଙ୍କ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଯୁବକଙ୍କ ଶରୀର ୮୦ରୁ ଊର୍ଦ୍ଧ୍ଵ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଏମ୍ସରେ ମୃତ୍ୟୁ ହୋଇଛି । ମାମଲାରେ ପୋଲିସ ମୃତକଙ୍କ ବାପା, ସାବତ ମାଆ ଓ ଭାଇକୁ ପଚରାଉଚରା ପରେ ଗିରଫ କରିଛି ।