ବାଲିଯାତ୍ରା; ଏଥର ୩୦ରୁ ଅଧିକ ଦୋଳିର ମଜା ନେବେ ଦର୍ଶକ

Key Points
- ଚଳଚଞ୍ଚଳ ବାଲିଯାତ୍ରା ପଡ଼ିଆ
- ଆକର୍ଷଣ ସାଜିବ ଜିଆଣ୍ଟ ଫ୍ରିସବି ଓ ସୁନାମି ଦୋଳି
- ୩୦ରୁ ଅଧିକ ଦୋଳିର ମଜା ନେବେ ଦର୍ଶକ
କଟକ: କଟକର ଐତିହାସିକ ବାଲିଯାତ୍ରା ପାଖେଇ ଆସୁଥିଲାବେଳେ ଦିନକୁ ଦିନ ପଡିଆ ଚଳଚଞ୍ଚଳ ହୋଇପଡୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟେଜ ବନ୍ଧା ଠାରୁ ଆରମ୍ଭ କରି ପ୍ରସ୍ତୁତି କାମ ମଧ୍ୟ ଜୋରସୋରରେ ଚାଲିଛି। ଏଥର ମେଳାରେ ଆକର୍ଷଣ ସାଜିବ ଜିଆଣ୍ଟ ଫ୍ରିସବି ଓ ସୁନାମି ଦୋଳି। ରାଜ୍ୟ ବାହାରୁ ବିଭିନ୍ନ ଦୋଳି ବ୍ୟବସାୟୀ ମାନେ ଆସି ବାଲିଯାତ୍ରା ପଡ଼ିଆ ରେ ପହଞ୍ଚି ଦୋଳି ଖଞ୍ଜା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି।
ଏଥର ବାଲିଯାତ୍ରା ତଳପଡ଼ିଆର ସାତଟି ସ୍ଥାନରେ 30ରୁ ଅଧିକ ଦୋଳି ପଡିବ । ଯେଉଁଥିରେ ରାମ ଦୋଳି, ଟୟ ଟ୍ରେନ୍, ଡିସ୍କୋ ଓ ଟୋରାଟୋରା, ଡ୍ରାଗନ୍,ବ୍ରେକ ଡ୍ୟାନ୍ସ ଆଦି ଦୋଳି ସମେତ ଆକର୍ଷଣୀୟ ଭାବେ ସୁନାମି ଓ ଜିଆଣ୍ଟ ଫ୍ରିସବି ଦୋଳିର ମଜା ନେବେ ଦର୍ଶକ ।
ଚଳିତବର୍ଷ ବାଲିଯାତ୍ରା ଉଦାଘାଟନୀ ଉତ୍ସବକୁ ଭବ୍ୟ ଢଙ୍ଗରେ ଆୟୋଜନ କରିବା ପାଇଁ ଯୋଜନା କରିଛି ଜିଲ୍ଲା ପ୍ରଶାସନ । କଟକ ଇନ୍ କଟକ ପାଭିଲିଅନ ଭିତରେ ଏକ ସାଉଥ୍ ଇଷ୍ଟ ପାଭିଲିୟନ କରାଯାଉଛି ଯେଉଁଠି ଓଡ଼ିଶାର ବାଣିଜ୍ୟିକ ସମ୍ପର୍କର ଝଲକ ଦେଖିବାକୁ ମିଳିବ ।
📱 Get Argus News App
✨ବାଲିଯାତ୍ରାକୁ ଅଳ୍ପ ଦିନ ଥିବାବେଳେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମଧ୍ୟପ୍ରଦେଶ ଓ କୋଲକାତାରୁ ବିଭିନ୍ନ ଦୋଳି ବ୍ୟବସାୟୀମାନେ ଟ୍ରକ୍ରେ ଜିନିଷ ଆଣି ପଡିଆରେ କାର୍ଯ୍ୟ ଆରମ୍ଭ କରିଛନ୍ତି।