Historic Baliyatra Cuttack / ଐତିହାସିକ କଟକ ବାଲିଯାତ୍ରାକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ନିମନ୍ତ୍ରଣ

Key Points
ଭୁବନେଶ୍ଵର: ପାଖେଇ ଆସୁଛି ସମୟ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଐତିହାସିକ କଟକ ବାଲିଯାତ୍ରା-୨୦୨୫କୁ ଆସିବା ଲାଗି ବଣ୍ଟା ଚାଲିଛି ନିମନ୍ତ୍ରଣ ପତ୍ର । ପ୍ରଥମେ ମା' କଟକ ଚଣ୍ଡୀଙ୍କୁ ବାଲିଯାତ୍ରା ନିମନ୍ତ୍ରଣ ପତ୍ର ଦେଇଛି ପ୍ରଶାସନ ।
ଏଥିସହ ପଢ଼ନ୍ତୁ: ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍
ମା' କଟକ ଚଣ୍ଡୀଙ୍କୁ ବାଲିଯାତ୍ରା ନିମନ୍ତ୍ରଣ ପତ୍ର ଦେବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲାପାଳ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ବାଲିଯାତ୍ରା ଆସିବାକୁ ନିମନ୍ତ୍ରଣ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ।
ସେହିଭଳି ବାଲିଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି କଟକ ଜିଲ୍ଲାପାଳ । ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବାଲିଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ ।
ନଭେମ୍ବର ୫ ତାରିଖରୁ କଟକ ମହାନଦୀ ପଠା ଗଡ଼ଗାଡ଼ିଆ ଘାଟର ୬୦ ଏକର ଜମିରେ ଆରମ୍ଭ ହେବ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏସିଆର ସର୍ବ ବୃହତ ବାଣିଜ୍ୟିକ ମେଳା ୧୨ ତାରିଖରେ ସରିବ ।
ବାଲିଯାତ୍ରାରେ କଟକ ଇନ୍ କଟକ ଠାରୁ ଆରମ୍ଭ କରି ଓରମାସ, ସାଂସ୍କୃତିକ ମଞ୍ଚ ପ୍ରସ୍ତୁତି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏଥର ବାଲିଯାତ୍ରାରେ ସ୍ଥାନ ପାଇବ ଇଣ୍ଡୋନେସିଆ ପ୍ୟାଭିଲିୟନ୍ । ଅତୀତର ଗୌରବମୟ ନୌବାଣିଜ୍ୟ ସମ୍ପର୍କକୁ ଏହି ପାଭିଲିଅନରେ ପ୍ରଦର୍ଶିତ କରାଯିବ ।
ଏଥିପାଇଁ ବାଲିଯାତ୍ରାର ସହଯୋଗୀ ରାଷ୍ଟ୍ର ଭାବେ ରାଜ୍ୟ ସରକାରଙ୍କ ସ୍ୱୀକୃତି ପାଇଛି ଇଣ୍ଡୋନେସିଆ । ଯାହା ଇଣ୍ଡୋନେସିଆ ଓ ଓଡ଼ିଶା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ।
ବାଲିଯାତ୍ରାର ସହଯୋଗୀ ରାଷ୍ଟ୍ର ଇଣ୍ଡୋନେସିଆ ପାଇଁ ବାଲିଯାତ୍ରା ପଡ଼ିଆରେ ସ୍ଵତନ୍ତ୍ର ପ୍ୟାଭିଲିୟନ ରହିବ । ଯେଉଁଠି ଇଣ୍ଡୋନେସିଆର ହସ୍ତଶିଳ୍ପ ସହ ଅନ୍ଯ କଳାକୃତି ଓ କାରିଗରୀ ପ୍ରଦର୍ଶନୀ କରାଯିବ । ବାଲିଯାତ୍ରାକୁ ବୁଲି ଆସୁଥିବା ଲୋକେ ଇଣ୍ଡୋନେସିଆର କଳା, ସଂସ୍କୃତି ଓ ପରମ୍ପରା ବାବଦରେ ଜାଣିପାରିବେ । ଏହାଦ୍ଵାରା ସାଂସ୍କୃତିକ ଭାବ ବିନିମୟ ହୋଇ ପାରିବ ।
ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...
ହଜାର ହଜାର ବର୍ଷର ସଂସ୍କୃତି ଓ ପରମ୍ପରାକୁ ନେଇ କଟକର ମହାନଦୀ ପଠାରେ ଆୟୋଜିତ ହେଉଛି ଐତିହାସିକ ବାଲିଯାତ୍ରା । ଡିଜିଟାଲ୍ ଯୁଗରେ ଧିରେ ଧିରେ ଯୁବପିଢ଼ି ବହିରୁ ମୁହଁ ଫେରାଇ ନେଉଥିବା ବେଳେ କଟକ ଜିଲ୍ଲା ପ୍ରଶାସନ ନେଇଛି ନୂଆ ପଦକ୍ଷେପ । ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ ହଜାର ବହି କିଣା ଯାଇଛି । ଏସବୁ ବହିକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବାଲିଯାତ୍ରାରେ ବଣ୍ଟନ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ ହଜାର ବହି କିଣା ଯାଇଛି । ଏସବୁ ବହିକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବାଲିଯାତ୍ରାରେ ବଣ୍ଟନ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ଜିଲ୍ଲାପାଳ କହିଛନ୍ତି, "ପ୍ରଶାସନ ୭୫ ହଜାର ବହି କିଣିଥିବା ବେଳେ ଲୋକମାନେ ମଧ୍ୟ ଓଡ଼ିଆ ବହି ଦେଇ ପାରିବେ । ଏଥିପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ସିଏମସି କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ ଅଫିସ୍ରେ ପୁସ୍ତକ ସଂଗ୍ରହ କେନ୍ଦ୍ର ଖୋଲା ଯାଇଛି ।"
📱 Get Argus News App
✨Related Topics
Explore more stories