|
logo
Live

Argus News - ପେଟ ପୋଷୁଛି ବାଉଁଶ କଳା କାରିଗରୀ

Odisha

ପେଟ ପୋଷୁଛି ବାଉଁଶ କଳା କାରିଗରୀ

Sangram Tripathy
Browse all articles by Sangram Tripathy
·1 year ago·2 min read
ପେଟ ପୋଷୁଛି ବାଉଁଶ କଳା କାରିଗରୀ

ଅର୍ଗସ ବ୍ୟୁରୋ:ହାତ ଚାଲିଲେ ପେଟ ପୋଷେ, ବାଉଁଶକୁ ଘଷିମାଜି ସେଥିରୁ କେତେ ପ୍ରକାରର ସୁନ୍ଦର ସୁନ୍ଦରରଙ୍ଗବେରଙ୍ଗର ଘରୋଇ ଉପକରଣ ତିଆରି କରେ ବାଉଁଶ କାରିଗର। କିନ୍ତୁ ଯେତେ ଝଡଝଞ୍ଜା ଆସିଲେ ବି ତାହାର ଖାତିର ନଥାଏ,ଲକ୍ଷ୍ୟ ଥାଏ ଦୁଇଟି ଗୋଟେ ପଟେ ତାର ପାରମ୍ପରିକ କୌଳିକ ବୃତ୍ତି ଯେମିତି ଲୋପ ନପାଇ ଯିବ ସେଥିଲାଗି ସେ ବଞ୍ଚାଇ ରଖିବାକୁ ଚେଷ୍ଚା କରେ ଆଉ ଅନ୍ୟଟି ପ୍ଲାଷ୍ଟିକ ବ୍ୟବହାର ନକରି ବାଉଁଶ କଳାକାରିଗରୀ ମାଧ୍ୟମରେ ଘରୋଇ ଉପକରଣକୁ ବ୍ୟବହାର କରିବା ଲାଗି ସଭିଙ୍କୁ ସଚେତନ ମଧ୍ୟ କରେ। 
ଆମେ କହୁଛୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ  ଖଡିପଦା ପଞ୍ଚାୟତ ଦକ୍ଷିଣ କୁରିଆ ଗାଁର ପାଖାପାଖି ୬୦ ପରିବାର କଥା,ଯେଉଁମାନେ ବାଉଁଶକୁ ବ୍ୟବହାର କରି ଆଖ ପାଖ ଅଞ୍ଚଳରେ ନିଜର ସ୍ବତନ୍ତ୍ର ପରିଚିତ ସୃଷ୍ଟି କରିପାରିଛନ୍ତି,ଆଉ ବଞ୍ଚାଇ ରଖିଛନ୍ତି ନିଜର କୌଳିକ ବୃତ୍ତିକୁ। 

ଆଜିର ଦୁନିଆରେ ପ୍ଲାଷ୍ଟିକର ବ୍ୟବହାର ବ୍ୟବହାର ବଢୁଥିବାବେଳେ ସେମାନେ କିନ୍ତୁ ବାଉଁଶ ତିଆରି ଘରକରଣା ଜିନିଷ ବ୍ୟବହାର କରିବା ଲାଗି ସଭିଙ୍କୁ କହୁଛନ୍ତି। ବାଉଁଶରୁ ତିଆରି ଘରୋଇ ଉପକରଣ, କୁଲା, ନାଳିଆ, ଖଇ ନଳିଆ, ଚାଉଳ ଡଲା, ଫୁଲ୍ ଡଲା ଭଳି ବିଭିନ୍ନ ଘରୋଇ ଉପକରଣ ବିକ୍ରିକରି ପରିବାର ଚଳାଇ ଆସୁଛନ୍ତି। କେବଳ ପୁରୁଷ ମାନେ ନୁହଁନ୍ତି ମହିଳା ମାନେ ମଧ୍ୟ ନିଜକୁ ଏତିରେ ସାମିଲ କରି ଦୁଇ ପଇସା ରୋଜଗାର କରୁଛନ୍ତି।ବାଉଁଶ ରେ ଏସବୁ ଜିନିଷ ନିର୍ମାଣ ପରେ ଆଖପାଖ ଅଂଚଳ,ତଥା ପଡୋଶୀ ଜିଲ୍ଲା ଯାଜପୁର, ଧାମନଗର, ଭଣ୍ଡାରିପୋଖରୀ, ଧୂଷୁରୀ ଅଞ୍ଚଳରେ ବିକ୍ରିକରି ପରିବାର ପ୍ରତି ପୋଷଣ କରୁଛନ୍ତି। ବରିଷ୍ଠ ବାଉଁଶ କାରିଗର ପ୍ରଭାକର କହିଛନ୍ତି ଏ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ଭାରି କଷ୍ଟ ହେଉଛି,ସରକାର ଯଦି କିଛି ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ଆଉ ଟିକେ ବଳ ହୁଅନ୍ତା ବୋଲି କହିଛନ୍ତି। ସରକାର ଏ ଦିଗରେ ଧ୍ୟାନ ଦେବା ଲାଗି ମଧ୍ୟ ସେ ଅନୁରୋଧ କରିଛନ୍ତି। ବଞ୍ଚିରହୁ ଏ ପାରମ୍ପରିକ କଳା କାରିଗରୀ 
ଆଗାମୀ ପିଢି ମଧ୍ୟ ଦେଖୁ ଏ କଳାକାରିଗରୀ,କାରଣ ବାଉଁଶ ସହ ଆମର ସମ୍ପର୍କ ଖୁବ୍ ପୁରୁଣା
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପେଟ ପୋଷୁଛି ବାଉଁଶ କଳା କାରିଗରୀ | Argus News