|
logo
Live

Argus News - ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, 4 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

Odisha

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, 4 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

Smruti Parija
Browse all articles by Smruti Parija
·2 years ago
ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, 4 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବକମାନେ ଶ୍ରୀବଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ବିଶେଷ ନୀତି ପାଇଁ ଭକ୍ତମାନେ ସନ୍ଧ୍ୟା 5ଟାରୁ ରାତି 9ଟା ପର୍ଯ୍ୟନ୍ତ ଦର୍ଶନ ପାଇବେ ନାହିଁ । ଠାକୁରଙ୍କ ବନକାଲାଗି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ହେବ । ଅପରାହ୍ନରେ ଦ୍ବିତୀୟ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ବନକାଲାଗି ନୀତ ଆରମ୍ଭ ହେବ ।

ତେବେ ଧର୍ମ ମାସ କାର୍ତ୍ତିକରେ ପୁରୀରେ ପ୍ରତିଦିନ ବହୁ ମାତ୍ରାରେ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗୁଛି ଲମ୍ବା ଲାଇନ । ମହାପ୍ରଭୁଙ୍କ ଟିକିଏ ସାନିଧ୍ୟ ପାଇଁ କାହିଁ କେଉଁଠୁ ଧାଇଁ ଆସୁଛନ୍ତି ଭକ୍ତ । ବନକଲାଗି ନୀତି ଥିବାରୁ ସନ୍ଧ୍ୟା 5ଟାରୁ ରାତି 9ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । 

କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀମନ୍ଦିରରେ ଏବେ ଅବଢ଼ା ଦର ଉପରମୁହାଁ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, 4 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ | Argus News