Videos
|
Odisha

ହେଲ୍‌ପ ଲାଇନ ନଂ ଜାରି କଲା କମିଶନରେଟ୍ ପୋଲିସ

Smruti Parija
Browse all articles by Smruti Parija
·1 year ago·1 min read
ହେଲ୍‌ପ ଲାଇନ ନଂ ଜାରି କଲା କମିଶନରେଟ୍ ପୋଲିସ

Key Points

କମିସନରେଟ ପୋଲିସର ହେଲପ୍ ଲାଇନ୍ ନଂ ଜାରି

ବନ୍ଦ ପାଇଁ ହଇରାଣ ହେଲେ ଏହି ନଂ ରେ କଲ୍ କରନ୍ତୁ

ଯୋଗାଯୋଗ ପାଇଁ ହେଲ୍‌ପ ଲାଇନ ନଂ- ୦୬୭୪ ୨୫୪୩୫୪୧

କଂଗ୍ରେସର ଓଡିଶା ବନ୍ଦ ସମୟରେ କୌଣସି ବ୍ୟକ୍ତି ଯଦି ହଇରାଣ ହରକତ ହେଉଥାନ୍ତି ତେବେ କମିସନରେଟ ପୋଲିସର ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ ପାଇଁ ଅପିଲ କଲା ପୋଲିସ । ଯୋଗାଯୋଗ ପାଇଁ ହେଲ୍‌ପ ଲାଇନ ନଂ- ୦୬୭୪ ୨୫୪୩୫୪୧। କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଯୋଗାଯୋଗ କରିବାରୁ ପରାମର୍ଶ । ହେଲ୍‌ପ ଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ ।


ବିଶେଷ କରି ମେଡିକାଲ ଯାଉଥିବା ରୋଗୀ, ସରକାରୀ କର୍ମଚାରୀ, ଜରୁରୀକାଳୀନ ସେବା ଯୋଗାଉ ଥିବା ବ୍ୟକ୍ତି କିମ୍ବା ଗାଡି ଚାଳକ ମାନେ ଯୋଗାଯୋଗ କରିପାରିବେ । ଏହା ଶହ କମିସନରେଟ ପୋଲିସର ମେଲ୍ ଆଇଡିକୁ ଜଣେଇବାକୁ ଅପିଲ୍ କଲା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବନ୍ଦ ପାଇଁ ଲୋକେ ନାହିଁ ନଥିବା ଲୋକ ଅସନ୍ତୋଷ ହେଉଛନ୍ତି । ମେଡିକାଲରେ ପହଞ୍ଚି ପାରୁନାହାନ୍ତି ରୋଗୀ । ବିମାନ ବନ୍ଦରରେ ଗାଡି ନପାଇ ଅସନ୍ତୋଷ ଯାହାରି କରୁଛନ୍ତି ଲୋକେ । ନିଜ ଚିକିତ୍ସା ପାଇଁ ବାହାର ରାଜ୍ୟରୁ ଆସିଥିଲେ ଏହି ବୟସ୍କ ଲୋକ ଜଣଙ୍କ । ଯିଏ କି କର୍କଟ ରୋଗରେ ପୀଡିତ । ମାତ୍ର ତାଙ୍କୁ ଭୁବନେଶ୍ବରରେ କଂଗ୍ରେସ କର୍ମୀ ମାନେ ଛାଡିଲେ ନାହିଁ । ସେପଟେ ବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଯାତ୍ରୀମାନେ ହଇରାଣ ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସେହିପରି ମାଷ୍ଟର କ୍ୟାଣ୍ଟିନରେ ଆମ ବସକୁ ଅଟକାଇ ଚାବି ଛଡାଇ ନେଇଗଲେ କଂଗ୍ରେସ କର୍ମୀ । ରାସ୍ତା ମଝିରେ ଠିଆ ହୋଇଛି ଆମ ବସ୍ । ରେଲୱେ ଷ୍ଟେସନଠୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ଯାତ୍ରୀ ହନ୍ତସନ୍ତ ହେଉଥିବାର ଚିତ୍ର ସାମ୍ନାକୁ ଆସିଛି ।

bandh-effect-commissionerate-police-issues-helpline-number | Argus News