Videos
|
Odisha

ରାଜଧାନୀରୁ ତଡା ହେବେ ବାଂଲାଦେଶୀ

Banajyotshna Ray
Browse all articles by Banajyotshna Ray
·1 year ago
ରାଜଧାନୀରୁ ତଡା ହେବେ ବାଂଲାଦେଶୀ

Key Points

ରାଜଧାନୀରୁ ତଡା ହେବେ ବାଂଲାଦେଶୀ

ଚିହ୍ନଟ କରିବାକୁ ପକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ

ରାଜଧାନୀରୁ ତଡା ହେବେ ବାଂଲାଦେଶୀ । ଏଥିପାଇଁ ଖୁବଶୀଘ୍ର ଚିହ୍ନଟ କରିବାକୁ ପକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ । ଏନେଇ ସମସ୍ତ ଥାନାକୁ ଅବଗତ କରିଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ କ୍ରାଇମ ମିଟିଂ ରେ ସବୁ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ପ୍ରତି ଥାନାରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତାର ତଥ୍ୟ ବାହାର କରିବାକୁ କୁହାଯାଇଛି । ବିଶେଷ କରି ବାଂଲାଦେଶୀମାନେ ରାଜଧାନୀକୁ କେମିତି ଆସୁଛନ୍ତି, ଏଠାରେ ରହି କଣ କରୁଛନ୍ତି ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ । ଆବଶ୍ୟକ କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ । କାଗଜପତ୍ର ଦେଖାଇ ନପାରିଲେ ଆଇନ ଅନୁସାରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bangladeshis-will-be-expelled-from-the-capital | Argus News