Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବ୍ୟବସାୟ ନାଁରେ  ଆସୁଛନ୍ତି.. ଲୁଟୁଛନ୍ତି

Odisha

ବ୍ୟବସାୟ ନାଁରେ  ଆସୁଛନ୍ତି.. ଲୁଟୁଛନ୍ତି

Manini Pattanayak
Browse all articles by Manini Pattanayak
·2 years ago·2 min read
ବ୍ୟବସାୟ ନାଁରେ  ଆସୁଛନ୍ତି.. ଲୁଟୁଛନ୍ତି

ପୁରୀ: ଏମାନେ କିଏ ଓ କେଉଁଠୁ ଆସୁଛନ୍ତି କାହା ପାଖରେ ଡାଟା ରହୁନି । ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ର। ପର୍ଯ୍ୟଟକ ଠାରୁ ଭକ୍ତଙ୍କ  ଭିଡ଼ରେ ସବୁବେଳେ ପରିପୂର୍ଣ୍ଣ  ରହିଥାଏ ଶ୍ରୀକ୍ଷେତ୍ର । ହେଲେ ଦିନକୁ ଦିନ ବାହାର ରାଜ୍ୟରୁ ଆସୁଥିବା  ଏହି ବଞ୍ଜରାଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପୁରୀର ବିଭିନ୍ନ ଅଞ୍ଚଳ ଯଥା ବେଳାଭୂମି , ତାଳଵଣିଆ, ବଳିଆପଣ୍ଡା ଆଦି ସ୍ଥାନରେ ଜରିପାଲ ଟାଣି ଏମାନେ ରହିବା ସହ କେତେକ ବୁଲା ବ୍ୟବସାୟ ମଧ୍ୟ କରୁଛନ୍ତି । ଏମିତିକି ଛୋଟ ଛୋଟ ପିଲାଙ୍କୁ ଧରି ଜନଗହଳି ପୂର୍ଣ୍ଣ ସ୍ଥାନରେ ଏମାନଙ୍କୁ ଲୋକଙ୍କୁ ଭିକ ମାଗି କଲବଲ ମଧ୍ୟ କରୁଛନ୍ତି । ତା ସହିତ ଅନେକ ଅପରାଧିକ  କାର୍ଯ୍ୟକଳାପ ରେ ମଧ୍ୟ ଲିପ୍ତ ହେବାର ନଜର ଆସୁଛି । ହେଲେ କାହାରି ପାଖରେ ଏମାନଙ୍କ ବାବଦରେ ତଥ୍ୟ ରହୁନି ।  ଏ ବାବଦରେ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପାଖରେ କିଛି ତଥ୍ୟ ନାହିଁ  ।ଯାହା ଫଳରେ ଦିନକୁ ଦିନ ଏମାନଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଶ୍ରୀକ୍ଷେତ୍ର ସୁରକ୍ଷା ପ୍ରତି ପ୍ରଶ୍ନ ଚିହ୍ନ ଦେଖାଯାଇଛି ।

ସେପଟେ ଗତ ୧୨ ତାରିଖରେ ଦୁଇଜଣ ବଙ୍ଗୀୟ ଲୁଟେରା ଏକ ସପିଁଙ୍ଗ ମଲ୍ ରେ ପର୍ଷ ଚୋରି କରି ପୋଲିସ ହାତରେ  ଧରାପଡ଼ିବା ପରେ ଶ୍ରୀକ୍ଷେତ୍ର ସୁରକ୍ଷା ପ୍ରତି ଆହ୍ବାନ ସୃଷ୍ଟି ହୋଇଛି । ଏଇଭଳି ବଞ୍ଜରା ମାନଙ୍କର ଲୁଟପାଟ ଓ ଚୋରି ରେ ସାମିଲ ରହିବା ଘଟଣା ଶ୍ରୀକ୍ଷେତ୍ର ଭଳି ଏକ ସମ୍ବେଦନଶୀଳ ସ୍ଥାନ ପ୍ରତି ଉଦବେଗଜନକ ହେଉଛି । ତେଣୁ ମୋଟାମୋଟି ଭାବରେ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ଶ୍ରୀକ୍ଷେତ୍ରରେ ସୁରକ୍ଷା କୁ ନେଇ ଦେଖାଦେଇଛି ଚ୍ୟାଲେଞ୍ଜ । ସେପଟେ ପ୍ରତିକ୍ରିୟା ରଖି ପୋଲିସ ଏସପି କହିଛନ୍ତି ଯେ ସେମାନଙ୍କୁ ରେକର୍ଡ ଭୁକ୍ତ କରିବା ସମ୍ଭବ ନୁହେଁ କିନ୍ତୁ ଗତିବିଧି ଉପରେ ତୀକ୍ଷ୍ମ ନଜର ରହିଛି । ସେପଟେ ଶ୍ରୀମନ୍ଦିର ଆତଙ୍କବାଦୀ ମାନଙ୍କ ଟାର୍ଗେଟରେ ଥିବା କଥା ୨୦୧୯  ଗୁଇନ୍ଦା ରିପୋର୍ଟ କହୁଥିବା ବେଳେ ଏଭଳି ବିନା ପରିଚୟ ରେ ବଂଜରା ମାନେ କାୟା ବିସ୍ତାର କରିବା ଶ୍ରୀକ୍ଷେତ୍ର ସୁରକ୍ଷା ପାଇଁ  ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
nomads increased in puri, No one has any data on who they are and where they are coming from | Argus News