Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyber Fraud / ସାଇବର ଠକେଇ ପାଇଁ ଭଡ଼ାରେ ଲାଗୁଥିଲା ବ୍ୟାଙ୍କ ଆକାଉଣ୍ଟ

Rashmita Mishra
Browse all articles by Rashmita Mishra
·9 months ago·1 min read
ସାଇବର ଠକେଇ ପାଇଁ ଭଡ଼ାରେ ଲାଗୁଥିଲା ବ୍ୟାଙ୍କ ଆକାଉଣ୍ଟ

Key Points

ସାଇବର ଠକେଇ ପାଇଁ ଭଡ଼ାରେ ଲାଗୁଥିଲା ବ୍ୟାଙ୍କ ଆକାଉଣ୍ଟ
ଆନ୍ତଃରାଜ୍ୟ ସାଇବର ଅପରାଧ ରୋକିବାରେ ସଫଳ ହେଲା ଚାଉଳିଆଗଞ୍ଜ ପୋଲିସ୍
ମହାରାଷ୍ଟ୍ରର ୨ ଜଣଙ୍କ ସହ କଟକର ଜଣେ ଯୁବକକୁ ଗିରଫ କଲା ପୋଲିସ

ବଡ଼ ଧରଣର ଆନ୍ତଃରାଜ୍ୟ ସାଇବର ଅପରାଧକୁ ରୋକିବାରେ ସଫଳ ହୋଇଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ଠକ ଗ୍ୟାଙ୍ଗର ୨ ଜଣ ମହାରାଷ୍ଟ୍ର ଯୁବକଙ୍କ ସହ କଟକର ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ୩ ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର ଉମଙ୍ଗ ଜୟଶଙ୍କର ଦ୍ବିବେଦୀ, ଲକି ଅଲ୍ଲୀ ଅବଦୁଲ୍ କଲାମ ଓ କଟକର ଏସ.କେ ନସିମ୍ ।


ଏମାନେ କଟକ ସହରରେ ନିରୀହ ଲୋକଙ୍କୁ ଅଧିକ ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ସେମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଥିଲେ। ଏହାପରେ ସେମାନଙ୍କ ବ୍ୟାଙ୍କ ପାସବୁକ୍, ଏଟିଏମ କାର୍ଡ, ଇମେଲ ଆଇଡି, ପାସୱାର୍ଡ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ନିଜ ପାଖେ ରଖୁଥିଲେ ଅପରାଧୀ ।


ଅଧିକ ପଢ଼ନ୍ତୁ: ମା'ଙ୍କ ପାଖରେ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗିରଫ ଅଭିଯୁକ୍ତ ମାନଙ୍କୁ ମହାରାଷ୍ଟ୍ର ସହ ବିଭିନ୍ନ ରାଜ୍ୟରୁ କଣ୍ଟ୍ରୋଲ କରାଯାଉଥିଲା। ଜଣଙ୍କ ପିଛା ୨୫ଟି ଆକାଉଣ୍ଟ ଖୋଲିବା ପାଇଁ ଟାର୍ଗେଟ ଦିଆଯାଉଥିଲା । ରହିବା ପାଇଁ ହୋଟେଲ, ଗାଡ଼ି ଆଦି ଯୋଗେଇ ଦିଆଯାଉଥିଲା ।


ଏଭଳି ଗ୍ୟାଙ୍ଗ କେବଳ କଟକ ସହର ନୁହେଁ ବରଂ ଓଡ଼ିଶାସାରା ସକ୍ରିୟ ହୋଇ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ସେଥିରେ ବେଆଇନ କାରବାର କରୁଥିଲେ । ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତଙ୍କ ନିକଟରୁ କାର, ମୋବାଇଲ ଫୋନ, ବିପୁଳ ମାତ୍ରାର ବ୍ୟାଙ୍କ ପାସବୁକ୍, ଏଟିଏମ କାର୍ଡ ଆଦି ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
Cyber Fraud | Bank Accounts Rented for Cyber Fraud | Argus News | Argus News