Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ମାଡ଼ ମାରି ବ୍ୟାଙ୍କ ଲୁଟିଲେ

Odisha

ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ମାଡ଼ ମାରି ବ୍ୟାଙ୍କ ଲୁଟିଲେ

Ritu Das
Browse all articles by Ritu Das
·1 year ago·1 min read
ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ମାଡ଼ ମାରି ବ୍ୟାଙ୍କ ଲୁଟିଲେ

ଦିନ ଦ୍ଵିପ୍ରହରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି। ଦୁର୍ବୁର୍ତ୍ତଙ୍କ ମାଡ଼ରେ ଦୁଇ ବ୍ୟାଙ୍କ କର୍ମଚାରୀ ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବହଳଦା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି। ବ୍ୟାଙ୍କ କର୍ମଚାରୀଙ୍କ ପଛପଟରୁ ବନ୍ଧୁକର ପଛଅଂଶରେ ମାଡମାରି ଲକ୍ଷାଧିକ ଟଙ୍କା ଲୁଟି ନେବା ସହିତ ୫ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। 18ଜଣ ଗ୍ରାହକଙ୍କୁ ବାହାର ପଟୁ ତାଲାମାରି ପଳାବାରେ ସମର୍ଥ ହୋଇଛନ୍ତି ଦୁର୍ବୃତ୍ତ। ଦୁଇ ଗୁରୁତର କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ୟାଙ୍କ ଅଣା ଯାଇଛି। ପୋଲିସ ସୂଚନାରୁ ଜଣା ପଡିଛି ହାରାହାରି ସତେଇଶ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନେଇ ଯାଇଛନ୍ତି।


ଗୁରୁତର କର୍ମଚାରୀ ଦୁଇଜଣ ହେଲେ ବ୍ୟାଙ୍କ ମ୍ୟାନେଜର ବୈଦ୍ୟନାଥ ହେମ୍ବ୍ରମ ଏବଂ ସନ୍ତୋଷ ମହାନ୍ତ ବୋଲି ଜଣା ପଡିଛି। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଦୁର୍ବୃତ୍ତ ମାନେ ହିନ୍ଦୀ ଭାଷାରେ କଥା ବାର୍ତ୍ତା କରୁଥିଲେ। ସେମାନେ ଦୁଇଟି ପଲସର ବାଇକ ଦ୍ୱାରା ପଳେଇ ଯାଇଛନ୍ତି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣାସ୍ଥଳରେ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକାରୀ ଏବଂ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏବଂ ଟିମ ପହଞ୍ଚି ତନାଘନା ଜାରି ରଖିଥିଲେ। ତେବେ ଦୁର୍ବୃତ୍ତମାନେ ବ୍ୟାଙ୍କ ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ ନେଇ ଯାଇଥିବା ବେଳେ ପୋଲିସ ପାଖରେ ସିସିଟିଭି କ୍ୟାମେରା ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bank robbed, branch manager and other employees beaten up | Argus News