ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ ଓଡିଆ ଝିଅ

Key Points
- ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ ଓଡିଆ ଝିଅ
- ପରୀକ୍ଷା ସମୟରେ କେମିତି ଚାପମୁକ୍ତ ରହିବି
- ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
- ଚାପରୁ ମୁକ୍ତି ପାଇବାକୁ ହେଲେ ନିଜ ମଧ୍ୟରେ ସ୍ଥିରତା ରଖ
- ଆତ୍ମବିଶ୍ୱସର ସହ ପରୀକ୍ଷା ଦିଅ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ କଟକ ବାଙ୍କୀ ଅଞ୍ଚଳର ଛାତ୍ରୀ ରାଜଲକ୍ଷ୍ମୀ ଆଚାର୍ଯ୍ୟ । ପରୀକ୍ଷା ଚାପକୁ ଦୂର କରି କିପରି ପରୀକ୍ଷା ହଲ୍ ରେ ଶାନ୍ତ ରହିହେବ । ଆଉ ପ୍ରଧାନମନ୍ତ୍ରୀ ରାଜଲକ୍ଷ୍ମୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଯେ କୌଣସି ଚାପରୁ ମୁକ୍ତି ପାଇବାକୁ ହେଲେ ନିଜକୁ ସାମର୍ଥ୍ୟବାନ କରିବା ଜରୁରୀ । ସେଥିପାଇଁ ପିଲାଙ୍କୁ ଏମିତି ତାଲିମ ଦିଅ ଯେମିତି ସେମାନେ ନିଜ ମଧ୍ୟରେ ସ୍ଥିରତା ରଖିପାରିବେ । ଯାହା ତାଙ୍କୁ ଚାପରୁ ମୁକ୍ତି କରିବ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ପାଇ ଖୁସିବ୍ୟକ୍ତ କରିଥିଲେ ଓଡିଆ ଛାତ୍ରଛାତ୍ରୀ ।
କେବଳ ଛାତ୍ରଛାତ୍ରୀ ନୁହେଁ, ଏହି କାର୍ଯ୍ୟକ୍ରମ ଅଭିଭାବକ ଓ ଶିକ୍ଷକଙ୍କ ପାଇଁ ମଧ୍ୟ ହୋଇଥିଲା । ଓଡିଶାରୁ ଦୁଇ ଛାତ୍ରଛାତ୍ରୀଙ୍କୁ ନେଇ ଯାଇଥିବା ଶିକ୍ଷକ ମଧ୍ୟ ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ବେଶ ଉତ୍ସାହିତ ଥିବା କହିଥିଲେ ।
ତେବେ ଏହି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ଶିକ୍ଷା ପରିବାର ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହାସହ ଧର୍ମେନ୍ଦ୍ର କହିଛନ୍ତି ଯେ, ପରୀକ୍ଷା ପେ ଚର୍ଚ୍ଚା ଏକ ଐତିହାସିକ ଉତ୍ସବ, ଯାହା ଏକ ଜନଆନ୍ଦୋଳନର ରୂପ ନେଇସାରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ଅନୁସାରେ ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବା ଉଚିତ୍ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ହରାଇବା ଭଳି ପ୍ରେରଣା ଉଜାଗର ହେଉ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ବିଜୟ କରିବାର ଲକ୍ଷ୍ୟ ରହିବା ଉଚିତ୍ । ତେବେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଦେଖିଥିବା ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ।
ସେହିପରି ଏହି କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ, ପରୀକ୍ଷା ଯୋଦ୍ଧା, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ଗୁଡିକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
📱 Get Argus News App
✨