ମାର୍ଚ୍ଚ ୨୨ରୁ ୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାରଣ କ'ଣ ?

Key Points
୨ ଦିନ ବନ୍ଦ ରହିବ ବ୍ୟାଙ୍କ
୨୪ ଓ ୨୫ରେ ୨ ଦିନିଆ ଧର୍ମଘଟ
ଭୁବନେଶ୍ଵର: ୪ ଦିନ ବନ୍ଦ ରହିବ ବ୍ୟାଙ୍କ । ଆସନ୍ତା ସପ୍ତାହରେ ସାପ୍ତାହିକ ଛୁଟି ଓ ଧର୍ମଘଟ ଡାକରା ଯୋଗୁଁ ବିଭିନ୍ନ ବ୍ୟାଙ୍କ ୪ ଦିନ ଧରି ବନ୍ଦ ରହିବ । ୨୨ ଓ ୨୩ରେ ସାପ୍ତାହିକ ଛୁଟି ଯୋଗୁଁ ବ୍ୟାଙ୍କ ବନ୍ଦ ରହିବା ଥିବା ବେଳେ ୨୪ ଓ ୨୫ର ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) । ଏହି ଧର୍ମଘଟରେ ୟୁଏଫ୍ବିୟୁର ଓଡ଼ିଶା ଶାଖା ସାମିଲ୍ ହେଉଥିବାରୁ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି ।
୯ ଦଫା ଦାବୀ ନେଇ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ । ୟୁଏଫ୍ବିୟୁ ଆହ୍ଵାନରେ ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ ସାମିଲ୍ ହେବାକୁ ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟାପ୍ତ ନିଯୁକ୍ତି ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ସପ୍ତାହରେ ୫ କାର୍ଯ୍ୟ ଦିବସ, ପିଏଲ୍ଆଇ ନେଇ ଡିଏଫ୍ଏସ୍ଙ୍କ ନିର୍ଦ୍ଦେଶାବଳୀ ପ୍ରତ୍ୟାହାର, ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିର୍ଦ୍ଦେଶକ ପଦବୀ ପୂରଣ, ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ, IDBI ବ୍ୟାଙ୍କରେ ସର୍ବନିମ୍ନ ୫୧% ଅଂଶଧନ ରଖିବା ଭଳି ୯ଟି ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ।
ଏହି ଧର୍ମଘଟରେ ଓଡ଼ିଶାର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ । ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନର ଓଡ଼ିଶା ଶାଖା ।
📱 Get Argus News App
✨
ୟୁଏଫ୍ବିୟୁ ଓଡ଼ିଶା ଶାଖାର ଆବାହକ ଅରୁଣ କୁମାର ବିଷୋୟୀ କହିଛନ୍ତି, ୨୪ ଓ ୨୫ରେ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟ ସମୟରେ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହେବ । ଧର୍ମଘଟ ପୂର୍ବରୁ ମାର୍ଚ୍ଚ ୨୨ ଓ ୨୩ ତାରିଖ ସାପ୍ତାହିକ ଛୁଟି ଥିବାରୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ ।