Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍ ମାମଲା: ମୁଖ୍ୟ ସହଯୋଗୀ ଗିରଫ

Rashmita Mishra
Browse all articles by Rashmita Mishra
·1 year ago·1 min read
ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍ ମାମଲା: ମୁଖ୍ୟ ସହଯୋଗୀ ଗିରଫ

Key Points

ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍ ମାମଲା
ନକ୍ସଲଙ୍କ ସହଯୋଗୀ ଜର୍ଜ ମୁଣ୍ଡାକୁ ଗିରଫ କଲା ରାଉରକେଲା ପୋଲିସ
ମାଓବାଦୀଙ୍କୁ ବିସ୍ଫୋରକ ନେଇ ସୂଚନା ଦେଇଥିଲା ଜର୍ଜ
ସୂଚନା ପରେ ମାଓବାଦୀମାନେ ଲୁଟି ନେଇଥିଲେ ୫ ଟନର ବିସ୍ଫୋରକ
ଖଣିକୁ ବିରୋଧ କରି ଆସୁଥିଲା ଜଜ୍

ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍ ମାମଲା । ମାଓବାଦୀଙ୍କ ମୁଖ୍ୟ ସହଯୋଗୀ ଗିରଫ । ଖଣି ଲୁଟ୍ ମାମଲାରେ ମାଓବାଦୀଙ୍କୁ ଖବର ଦେଉଥିବା ଇନଫର୍ମର ଜର୍ଜ ମୁଣ୍ଡାକୁ ବାନ୍ଧିଲା ପୋଲିସ । ଖଣି ସମ୍ମୁଖରେ ଥିବା ଘରେ ରହୁଥିବା ଜର୍ଜ ମାଓବାଦୀଙ୍କୁ ବିସ୍ଫୋରକ ନେଇ ସୂଚନା ଦେଇଥିଲା । ଜର୍ଜର ସୂଚନା ପରେ ମାଓବାଦୀମାନେ ଲୁଟି ନେଇଥିଲେ ୫ ଟନର ବିସ୍ପୋରକ ।


ତେବେ ଜର୍ଜ ଖଣି ହେବା ଦିନରୁ ଖଣିକୁ ବିରୋଧ କରି ଆସୁଥିଲା ଏବଂ ବିସ୍ପୋରକ ଆସୁଥିବା ଖବର ପାଇ ଖଣିକୁ ବନ୍ଦ କରିବାର ସୁଯୋଗ ଦେଖି ମାଓବାଦୀଙ୍କ ସହ ହାତ ମିଳାଇଥିଲା । ଗତ ୨୭ ତାରିଖ ଦିନ ବାଙ୍କ ଖଣିରେ ପ୍ରାୟ ୩୦ ରୁ ୪୦ ଜଣ ମାଓବାଦୀ ଆସିଥିଲେ । ବିସ୍ପୋରକ ଗାଡି ଡ୍ରାଇଭରକୁ ଜୀବନରୁ ମରି ଦେବାକୁ ଧମକ ଦେଇ ବନ୍ଧୁକ ମୁନରେ ବିସ୍ପୋରକ ଲୁଟ କରିଥିଲେ ମାଓବାଦୀ । ତଦନ୍ତ ପରେ ଜଣାପଡ଼ିଥିଲା ବାଙ୍କୋ ଖଣି ସମ୍ମୁଖରେ ଥିବା ଏକ ଘରେ ହୋଇଛି ଲୁଟର ସମ୍ପୂର୍ଣ୍ଣ ପ୍ଲାନିଂ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
banko-mine-explosives-loot-case-key-accomplice-arrested | Argus News