Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Raid in pub / ବାର୍ ମାଲିକ ସାବଧାନ୍,ଆକ୍ସନ ମୋଡରେ ଅବକାରୀ ବିଭାଗ

Bikash Mohanty
Browse all articles by Bikash Mohanty
·4 months ago·2 min read
ବାର୍ ମାଲିକ ସାବଧାନ୍,ଆକ୍ସନ ମୋଡରେ ଅବକାରୀ ବିଭାଗ
Pub

Key Points

ବାର୍ ମାଲିକ ସାବଧାନ୍
ଆକ୍ସନ ମୋଡରେ ଅବକାରୀ ବିଭାଗ
ରାଜଧାନୀର ସବୁ ବାର ଉପରେ ହେବ ରେଡ୍
ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ସୁଚନା

ରାଜଧାନୀର ସବୁ ବାର ଉପରେ ହେବ ରେଡ୍ I ରାଜଧାନୀରେ ବିଳମ୍ବିତ ରାତ୍ରି ଯାଏଁ ଖୋଲୁଥିବା ବାର ମାନଙ୍କରେ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ଅବକାରୀ ବିଭାଗ I ଏବେ ଆକ୍ସନ ମୋଡରେ ଅବକାରୀ ବିଭାଗ I ଆଉ ଚଳିବନି ବାର ମାନଙ୍କରେ ନିୟୋଜିତ ଥିବା ବାଉନସର ମାନଙ୍କ ଦାଦାଗିରି I

ଗତ ୧୪ ଫେବୃଆରୀ ଭାଲେଣ୍ଟାଇନ ଡେ'ରେ ରାତି ତମାମ ଖୋଲାଥିଲା ବାର। ନିଶା ଖାଇ ଭୋର ପର୍ଯ୍ୟନ୍ତ ନାଚିଲେ ଯୁବପୀଢ଼ି । ନିୟମ କାନୁନର ଉଡିଲା ଧଜ୍ଜିଆ । ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ। ଏହି ଘଟଣା ଘଟିଛି ଖାରବେଳନଗର ଅଞ୍ଚଳରେ ଥିବା ବାର ଓ ପବ୍ ଉପରେ । ଡିଜେ ବଜାଇ ଛାତି ଥରାଇ ଦେଉଥିଲେ ବାର କର୍ତ୍ତୃପକ୍ଷ। ଭୋର ପର୍ଯ୍ୟନ୍ତ ବାର ଚଲାଇବା ପାଇଁ ଥିଲା ଯୋଜନା । କିନ୍ତୁ ଶେଷ ମୁହୂର୍ତ୍ତରେ ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ। ୧୨ ଟା ପର୍ଯ୍ୟନ୍ତ ବାର ଖୋଲା ନେଇ ଅନୁମତି ଥିବା ବେଳେ ନିୟମ କାନୁନର ଧଜ୍ଜିଆ ଉଡିଥିବା କହିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଗତକାଲି ବିଳମ୍ବିତ ରାତିରେ ଏସବୁ ବନ୍ଦ କରାଯାଇଥିବା ବେଳେ ଆଜି ବାରକୁ ସିଲ କରାଯିବ ସୂଚନା ଦେଇଛି ଅବକାରୀ ବିଭାଗ।

ପଢ଼ନ୍ତୁ ଏହି ଖବର: ଏହିଦିନ ଖାତାକୁ ଆସିବ ‘ସୁଭଦ୍ରା’ର ଚତୁର୍ଥ କିସ୍ତି, କୋଟିଏ ମହିଳା ପାଇବେ ୫୦୦୦ ଲେଖାଏଁ

ଗତ ୧୪ ତାରିଖ ରାତିରେ ଖାରବେଳନଗର ଅଞ୍ଚଳରେ OD02 ନାମକ ଏକ ବାର ରେ ଚଢାଉ କରିଥିଲା ଅବକାରୀ ବିଭାଗ। ପ୍ରାୟ ୧୦୦ ଲୋକଙ୍କ ସହିତ ବିନା ଅନୁମତିରେ ଚାଲୁଥିବା ନଜରକୁ ଆସିଥିଲା। ଅବକାରୀ ବିଭାଗ ପହଞ୍ଚିବା ସମୟରେ ସେହି ବାର୍ ସାମ୍ନାରେ ଚାରି ଚକିଆ ଏବଂ ଦୁଇ ଚକିଆ ଯାନ ପାର୍କିଂ ହୋଇଥିବା ଦେଖିଲୁ ଏବଂ ବାର୍ ର ସଟର ଟାଣି ଦିଆଯାଇଥିଲା। ଅବକାରୀ ଅଧିକାରୀ ଏବଂ ପୋଲିସ ବଳପୂର୍ବକ ପରିସରରେ ପ୍ରବେଶ କରିବାକୁ ପଡିଲା। ଏହି ସମୟରେ କିଛି ଯୁବକ ଏବଂ ବାର୍ ପରିଚାଳକ କିଛି ଦୁର୍ବୃତ୍ତଙ୍କ ସହାୟତାରେ ଆମ ସହିତ ମୁହାଁମୁହିଁ ହୋଇଥିଲେ ଏବଂ ଯୁକ୍ତିତର୍କ କରିଥିଲେ ଯେ ଆମେ କାହିଁକି ସେମାନଙ୍କ ପାନୀୟ ଏବଂ ରାତ୍ରୀଭୋଜନରେ ବିଭ୍ରାନ୍ତ କରୁଛୁ। ସରକାରୀ ଅଧିକାରୀମାନଙ୍କୁ ସେମାନଙ୍କର ବୈଧ କର୍ତ୍ତବ୍ୟ ପାଳନ କରିବାରେ ବାଧା ଦେବା, ଅଧିକାରୀମାନଙ୍କୁ ଅପମାନିତ କରିବା ଏବଂ ଦୁର୍ବ୍ୟବହାର କରିବା ପାଇଁ ଏକ ଏଫଆଇଆର ରୁଜୁ କରାଯାଇଥିଲା। ତେଣୁ, ବାର୍ ପରିଚାଳକ ଅବିନାଶ ସାହୁଙ୍କୁ ଗିରଫ କରାଯାଇଥିଲା ମାମଲାଟି ଏବେ ତଦନ୍ତାଧୀନ ରହିଛି। ଏବଂ ତ୍ରୁଟିପୂର୍ଣ୍ଣ ବାର୍ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raid in pub | Excise Department to Raid Bars in Capital | Bar Owners on Alert | Argus News