Videos
|
Odisha

୧୫୦ ବର୍ଷ ପୂର୍ବେ ରାଜାଙ୍କ ପାଇଁ ପ୍ରସ୍ତୁତ ହେଉଥିଲା ବରା, ଆଉ ଆଜି ....

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
୧୫୦ ବର୍ଷ ପୂର୍ବେ ରାଜାଙ୍କ ପାଇଁ ପ୍ରସ୍ତୁତ ହେଉଥିଲା ବରା, ଆଉ ଆଜି ....

ଆମ ରାଜ୍ୟରେ ସକାଳ ଜଳଖିଆରେ ବରା ଘୁଘୁନିର ଏକ ସ୍ବତନ୍ତ୍ର ଚାହିଦା ରହି ଆସିଛି। ସେ ସକାଳ ହେଉକି ସଂନ୍ଧ୍ୟା, ଜଳଖିଆ ଦୋକାନକୁ ଯିବ ମାନେ ଯାହା ଖାଇଲେ ଖାଅ କି ନଖାଅ, ବରାଟିଏ ଖାଇବାକୁ ମନ ନିଶ୍ଚୟ କହିବ।


ସାଧାରଣ ଖଟିଖିଆଙ୍କ ଠାରୁ ନେଇ ଧନୀ ଲୋକଙ୍କ ପର୍ଯ୍ୟନ୍ତ ବରା ପ୍ରତି ସମସ୍ତଙ୍କର ରହିଥାଏ ଲୋଭ। ଆଉ ଯଦି ପିଆଜ, କଞ୍ଚାଲଙ୍କା, ଭୃସଙ୍ଗ ପତ୍ର ଟିକେ ପଡ଼ିଥିବ, ତାହେଲେ କଥା ସରିଲା। ଦୁଇଟା ଯାଗାରେ ଚାରିଟା ବରା ଖାଇ ହୋଇଯିବ। ତେବେ ଆମ ଜଳଖିଆକୁ ଟିକେ ରୁଚିକର କରୁଥିବା ବରା ପାଇଁ ଆଜି ପାଳନ ହେଉଛି ବରା ଦିବସ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଢେଙ୍କାନାଳରେ ଧୂମଧାମରେ ପାଳନ ହୁଏ ବରା ଦିବସ। ଢ଼େଙ୍କାନାଳ ବରାର ସାରା ଦେଶରେ ସ୍ଵତନ୍ତ୍ର ପରିଚୟ ରହିଛି ।ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ଏପ୍ରିଲ ୭ ତାରିଖକୁ ବରା ଦିବସ ଭାବେ ପାଳନ କରାଯାଉଛି। ଜିଲ୍ଲାବାସୀ ଦାବି କରନ୍ତି ଢେଙ୍କାନାଳ ବରାର ଚାଦିଦା ଦୀର୍ଘ ଦେଢଶହରୁ ଅଧିକ ବର୍ଷ ହେଲା ରହି ଆସିଛି। ରାଜା ଭଗିରଥ ମହେନ୍ଦ୍ର ବାହାଦୂରଙ୍କ ଶାସନ ସମୟରୁ ଢେଙ୍କାନାଳରେ ଏହି ବରା ପ୍ରସ୍ତୁତ ହୋଇଆସୁଛି ବୋଲି ଦାବି କରାଯାଏ।


ରାଜା,ମହାରାଜାଙ୍କ ପାଇଁ ରାଜନଅରରେ ସୁଆରମାନେ ବରା ପ୍ରସ୍ତୁତ କରୁଥିଲେ। ପରେ ଏହା ବିକ୍ରି ହେବା ଆରମ୍ଭ ହୋଇଥିଲା। କୁଞ୍ଜ ସାହୁ ନାମରେ ଜଣେ ବ୍ୟକ୍ତି ଗ୍ରାହକମାନଙ୍କ ପାଇଁ ବରା ପ୍ରସ୍ତୁତ କରୁଥିଲେ । ପରେ ଏହା ଓଡ଼ିଶାର ଅନ୍ୟ ସ୍ଥାନ ମାନଙ୍କରେ ବିକ୍ରି ହେବା ଆରମ୍ଭ ହୋଇଥିଲା।


ଏବେବି ସାରା ଓଡ଼ିଶାରେ ଢେଙ୍କାନାଳ ବରାର ବେଶ୍‌ ଚାହିଦା ରହିଛି। ୨୦୨୩ ମସିହାରୁ ଏପ୍ରିଲ୍‌ ୭ ତାରିଖକୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ବରା ଦିବସ ରୂପରେ ପାଳନ କରାଯାଇଆସୁଛି । ଏହି ଦିନ ଢେଙ୍କାନାଳବାସୀ ଏକାଠି ହୋଇ ବରା ଖାଇ ଏହି ଦିବସ ପାଳନ କରୁଛନ୍ତି ।

Bara Day is being celebrated in Dhenkanal today | Argus News