Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରବାଟୀ ଦିନିକିଆ ଟିକେଟ୍ ବ୍ଲାକରେ ବିକ୍ରି କରି ୭ ଗିରଫ, ୨୫ ଟିକେଟ୍ ଜବତ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବାରବାଟୀ ଦିନିକିଆ ଟିକେଟ୍ ବ୍ଲାକରେ ବିକ୍ରି କରି ୭ ଗିରଫ, ୨୫ ଟିକେଟ୍ ଜବତ

Key Points

ବାରବାଟୀ ଦିନିକିଆ ଟିକେଟ୍‌ କଳାବଜାରୀ ନେଇ କଟକ କମିଶନରେଟ୍ ପୋଲିସ ୪ଟି ଏତଲା କରିଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି ।

କଟକ: ବଢ଼ୁଛି ଉତ୍କଣ୍ଠା । ୯ରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବାରବାଟୀ ଦିନିକିଆକୁ ନେଇ ଉତ୍କଣ୍ଠା ଚରମରେ ଥିବା ବେଳେ ମାତିଛନ୍ତି ଟିକେଟ୍ ବ୍ଲାକର । ବାରବାଟୀ ଦିନିକିଆ ଟିକେଟ୍‌ କଳାବଜାରୀ ନେଇ କଟକ କମିଶନରେଟ୍ ପୋଲିସ ୪ଟି ଏତଲା କରିଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି ।


ଗିରଫଙ୍କ ଠାରୁ ୨୫ଟି ଟିକେଟ୍ ସହ ୩୦ ହଜାର ଟଙ୍କା, ମୋବାଇଲ୍ ଏବଂ ବାଇକ୍ ଜବତ କରିଛି ପୋଲିସ । ଟିକେଟ୍ କଳାବଜାରୀ ନେଇ ଦରଘା ବଜାର ଥାନାରେ ଗୋଟିଏ ଏତଲା ହୋଇଛି । ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮ଟି ଟିକେଟ୍ ସହ ୩୦ ହଜାର ଟଙ୍କା ଜବତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିଭଳି କଟକ କ୍ୟାଣ୍ଟନମେଣ୍ଟ ଥାନାରେ ୩ଟି ଏତଲା ହୋଇଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ଠାରୁ ୧୭ଟି ଟିକେଟ୍ ସହ ୩ଟି ମୋବାଇଲ୍ ଓ ୨ଟି ବାଇକ୍ ଜବତ କରିଛି ପୋଲିସ । ୭୦୦ ଟଙ୍କିଆ ଟିକେଟ୍‌କୁ ୩ ହଜାର ଟଙ୍କାରେ ବିକ୍ରି ବେଳେ ସାଦା ପୋଷାକଧାରୀ ପୋଲିସ ମାଡ଼ି ବସିଛନ୍ତି । ୧୧୦୦ ଟଙ୍କିଆ ଟିକେଟ୍‌କୁ ୫ରୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି ।

Sponsored
Barabati ODI 7 Arrested In Cuttack For Ticket Black Marketing | Argus News