ବାରବାଟୀ ଦିନିକିଆ ଅଫଲାଇନ୍ ଟିକେଟ୍ ବିକ୍ରି: ମହିଳାଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର

କଟକ: ଫେବୃଆରୀ ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ବନାମ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତୀୟ (ODI) କ୍ରିକେଟ୍ ମ୍ୟାଚ୍ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି ବୁଧବାର ଆରମ୍ଭ ହେବ। ଫେବୃଆରୀ ୫ ଏବଂ ୬ ତାରିଖରେ ଷ୍ଟାଡିୟମର ନିର୍ଦ୍ଦିଷ୍ଟ କାଉଣ୍ଟରରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫଲାଇନ୍ ଟିକେଟ୍ ବିକ୍ରି ହେବ। ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିଷ୍ପତ୍ତି ନେଇଛି ଯେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯିବ। ପ୍ରତ୍ୟେକ କାଉଣ୍ଟରରେ ମୋଟ ୩ଟି ଧାଡ଼ି କରାଯିବ।
ପ୍ରତ୍ୟେକ ବ୍ୟକ୍ତି ଏକ ବୈଧ ପରିଚୟପତ୍ର ଦେଖାଇ ଦୁଇଟି ପର୍ଯ୍ୟନ୍ତ ଟିକେଟ୍ କିଣିପାରିବେ। ଷ୍ଟାଡିୟମର ବିଭିନ୍ନ ଗ୍ୟାଲେରୀରେ ବସିବା ପାଇଁ ଟିକେଟ୍ ମୂଲ୍ୟ ନିମ୍ନଲିଖିତ ରହିଛି।
ଗ୍ୟାଲେରୀ ନମ୍ବର ୧ ଏବଂ ୩ ପାଇଁ ୧,୧୦୦ ଟଙ୍କା।
ଗ୍ୟାଲେରୀ ନମ୍ବର ୨ ଏବଂ ୪ ପାଇଁ ୯୦୦ ଟଙ୍କା।
ଗ୍ୟାଲେରୀ ନମ୍ବର ୫ ପାଇଁ ୧,୨୦୦ ଟଙ୍କା।
ଗ୍ୟାଲେରୀ ନମ୍ବର ୭ ପାଇଁ ୭୦୦ ଟଙ୍କା।
ସ୍ୱତନ୍ତ୍ର ଏନକ୍ଲୋଜର ପାଇଁ ୬,୦୦୦ ଟଙ୍କା।
ଏସି ବକ୍ସ ପାଇଁ ୮,୦୦୦ ଟଙ୍କା।
ନୂତନ ପାଭିଲିୟନ ପାଇଁ ୧୦,୦୦୦ ଟଙ୍କା।
କର୍ପୋରେଟ୍ ବକ୍ସ ପାଇଁ ୨୦,୦୦୦ ଟଙ୍କା।
📱 Get Argus News App
✨ଅନ୍ୟପଟେ ଯେଉଁମାନେ ଅନଲାଇନରେ ଟିକେଟ୍ କିଣିଛନ୍ତି ସେମାନେ ଫେବୃଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଦୁଇଟି ସ୍ଥାନରେ ଟିକେଟ୍ କିଣିପାରିବେ। କଟକର କେମ୍ବ୍ରିଜ୍ ସ୍କୁଲ୍ ଏବଂ ଭୁବନେଶ୍ୱରର KIIT ବିଶ୍ୱବିଦ୍ୟାଳୟ। ଅନଲାଇନ୍ ଟିକେଟ୍ ୭ ଏବଂ ୮ ତାରିଖ ସକାଳ ୧୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଏବଂ ଫେବୃଆରୀ ୯ ତାରିଖ ସକାଳ ୭ ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ରିଡିମ୍ କରାଯିବ।