Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

India vs South Africa / Barabati Stadium: ଭିଡ଼ ନୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରୁଟ୍‌ରେ ଚାଲିବ ସଟଲ ବସ୍ !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
Barabati Stadium: ଭିଡ଼ ନୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରୁଟ୍‌ରେ ଚାଲିବ ସଟଲ ବସ୍ !
Barabati Stadium

Key Points

ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକମାନଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ପରିଚାଳନା ହେବ।

ଡିସେମ୍ବର ୯ ତାରିଖରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ଏହାକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ଚଳାଚଳ ହେବ ସ୍ୱତନ୍ତ୍ର ବସ୍ ସେବା। ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ କଟକ ବାରବାଟୀ ଷ୍ଟାଡ଼ିୟମ ଯାଏଁ ଗଡ଼ିବ। କଟକ ରେଳ ଷ୍ଟେସନରୁ ସିଏନ୍‌ବିଟି ଏବଂ ବାରବାଟୀ ଷ୍ଟାଡ଼ିୟମ ଅଞ୍ଚଳରେ ଜନଗହଳିର ବାସ୍ତବ ପରିସ୍ଥିତିକୁ ଆଧାର କରି ବସ୍ ଚଳାଚଳର ବ୍ୟବସ୍ଥା ହେବ।

ମ୍ୟାଚ୍ ପୂର୍ବରୁ ଅପରାହ୍ନ ୪ଟାରେ କଟକ ରେଳ ଷ୍ଟେସନ୍‌ରୁ ସଟଲ୍ ସେବା ଆରମ୍ଭ ହେବ। ମ୍ୟାଚ୍ ଶେଷ ପରେ, ଟ୍ରାଫିକ୍ ପ୍ରବାହକୁ ଧ୍ୟାନରେ ରଖି ବାରବାଟୀ ଷ୍ଟାଡିୟମ୍‌ରୁ ସଟଲ୍ ବସ୍ ସେବା ଜାରୀ ରହିବ। ବାରବାଟୀ ଷ୍ଟାଡିୟମ୍‌ରୁ କଟକ ରେଳଷ୍ଟେସନ୍‌କୁ ଯିବା ପାଇଁ ପ୍ରାଥମିକ ସଟଲ୍ ରୁଟ୍ ହେଉଛି, ଗଡ଼ଗଡ଼ିଆ ଘାଟ, ଚହଟା ଘାଟ, ସତୀଚୌରା, ଜୁଡିସିଆଲ୍ ଏକାଡେମୀ, ସିଏନବିଟି, ବାଦାମବାଡ଼ି, ଲିଙ୍କ ରୋଡ୍ ଏବଂ ଓଏମ୍‌ପି ଛକ । ଏହି ରୁଟ୍ ମଧ୍ୟ ଦେଇ ବସ୍‌ଗୁଡିକ ରେଳଷ୍ଟେସନ୍‌ ଯାଏଁ ଚଳାଚଳ ହେବ । ସଟଲ୍ ସେବାର ନିର୍ଦ୍ଧାରିତ ଭଡ଼ା ୨୦ ଟଙ୍କା ରହିବ ।

ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକମାନଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ପରିଚାଳନା ହେବ। 

ରୁଟ୍-୧: ବାରବାଟୀ ଷ୍ଟାଡିୟମରୁ ବିଏସଏବିଟି, ବରମୁଣ୍ଡା । ଏହା ଜୁଡିସିଆଲ୍ ଏକାଡେମୀ, ନନ୍ଦନକାନନ ଏବଂ ଜୟଦେବ ବିହାର ଦେଇ ଚଳାଚଳ ହେବ।

ରୁଟ୍-୦୨: ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ଵର ରେଳଷ୍ଟେସନ୍। ଏହା ସିଏନବିଟି, ଲିଙ୍କ ରୋଡ୍, ଜାତୀୟ ରାଜପଥରେ ଚଳାଚଳ କରିବ। ଉଭୟ ରୁଟ୍ ପାଇଁ ଏକ ନିର୍ଦ୍ଧାରିତ ଫ୍ଲାଟ୍ ମୂଲ୍ୟ ୪୦ ଟଙ୍କା ରହିବ ଏବଂ ବସ୍‌ଗୁଡିକ ପ୍ରତି ୨୦-ମିନିଟ୍ ଅନ୍ତରରେ ଚଳାଚଳ ହେବ।

ଅନ୍ୟପଟେ ଏହି T20 ଲଢ଼େଇକୁ ରହିଲା ଆଉ ମାତ୍ର ୨ ଦିନ । ୯ ତାରିଖରେ ବାରବାଟୀରେ ନିଜ ଖେଳର ଜଲୱା ଦେଖେଇବେ ଦୁଇ ଦଳ। ମ୍ୟାଚ୍ ଦେଖିବା ପାଇଁ ଆସିବାକୁ ଥିବା ୪୫ ହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ପାଇଁ କରାଯାଉଛି ବ୍ୟବସ୍ଥା। ଏହା ପୂର୍ବରୁ ବାରବାଟୀ ଷ୍ଟାଡିୟମ ବୁଲି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଅଗ୍ନିଶମ ଡିଜି ଡଃ ସୁଧାଂଶୁ ଷଡ଼ଙ୍ଗୀ। ମ୍ୟାଚ୍ ସମୟରେ ବାରବାଟୀ ଷ୍ଟାଡିୟମରେ ୩୫୦ ଜଣ ଅଗ୍ନିଶମ କର୍ମଚାରୀ ମୁତୟନ ରହିବେ। ୭ଟି ଅସ୍ଥାୟୀ ଦମକଳ କେନ୍ଦ୍ର, ୨୧ଟି ଦମକଳ ଗାଡ଼ି, ୨ଟି ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ, ୱାଟର ପମ୍ପ ଆଦି ବ୍ୟବସ୍ଥା କରାଯିବ। ସମସ୍ତ ପ୍ରକାରର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତି ହୋଇ ରହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs South Africa | Barabati Stadium: Shuttle buses will run on special routes to control crowd! | Argus News