ହଟିଲା ଅନ୍ତର୍ଦ୍ଵନ୍ଦ୍ଵ, ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଦୋକାନ ଗୃହ ଆବଣ୍ଟନ ପାଇଁ ହେବ ଲଟେରି

Key Points
ପୁରୁଣା ବସ୍ଷ୍ଟାଣ୍ଡରେ ଦୋକାନ କରିଥିବା ଦୋକାନୀଙ୍କୁ ଦୋକାନ ମିଳିବ । ଦୋକାନ ଆବଣ୍ଟନ ପାଇଁ ଲଟେରି କରାଯିବ ।
ଭୁବନେଶ୍ଵର: ବରମୁଣ୍ଡା ବସ୍ଷ୍ଟାଣ୍ଡରେ ମିଳିବ ଦୋକାନ । ପୁରୁଣା ବସ୍ଷ୍ଟାଣ୍ଡରେ ଦୋକାନ କରିଥିବା ଦୋକାନୀଙ୍କୁ ଦୋକାନ ମିଳିବ । ଦୋକାନ ଆବଣ୍ଟନ ପାଇଁ ଲଟେରି କରାଯିବ । ଏନେଇ ସୂଚନା ଦେଇଚନ୍ତି ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (BDA) ଉପାଧ୍ୟକ୍ଷ ଡ. ଏନ୍. ତିରୁମାଳା ନାଏକ । ସେ କହିଛନ୍ତି, ଦୋକାନ ଆବଣ୍ଟନକୁ ନେଇ ଦୋକାନୀଙ୍କ ମଧ୍ୟରେ ଥିବା ଅନ୍ତର୍ଦ୍ଵନ୍ଦ୍ଵ ଦୂର ହୋଇଛି ।
ଦୋକାନ ଆବଣ୍ଟନ ଲାଗି ଲଟେରି କରାଯିବ । ୧୦ ଦିନ ଭିତରେ ଲଟେରି ମାଧ୍ୟମରେ ୧୨୦ ଦୋକାନ ଆବଣ୍ଟନ କରାଯିବ । ପୁରୁଣା ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ । ଏଥିପାଇଁ ଚୟନ ମଧ୍ୟ ସରିଛି । ବସ୍ ଟର୍ମିନାଲରେ ପାଖାପାଖି ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ୍ ରହିଛି । ଏହାର ଉନ୍ନତି ପାଇଁ ପ୍ରତି ବର୍ଗ ମିଟରକୁ ୫୨ ଟଙ୍କା ହିସାବରେ ଗୋଟିଏ ଏଜେନ୍ସିକୁ ଦିଆଯାଇଛି ।
ଏଜେନ୍ସି ଉନ୍ନତିକରଣ କାମ କରିବ । ଖୁବ୍ଶୀଘ୍ର ସେହି ଏଜେନ୍ସିକୁ ଦିଆଯିବ ୱାର୍କ ଅର୍ଡର । କିଛି ଷ୍ଟ୍ରକଚରରେ ପରିବର୍ତ୍ତନ କରାଯିବ । ଭାଙ୍ଗିରୁଜି ଯାଇଥିବା କବାଟ କିମ୍ବା ଅନ୍ୟାନ୍ୟ ଷ୍ଟ୍ରକଚର ପାଇଁ ସମ୍ପୃକ୍ତ ଏଜେନ୍ସି ଦାୟୀ ରହିବ । ଯେଉଁ ସୁବିଧା ସୁଯୋଗ ଯୋଗାଇବା ଲକ୍ଷ୍ୟ ନେଇ ବସ୍ ଟର୍ମିନାଲ ଆରମ୍ଭ ହୋଇଥିଲା ସବୁ ସୁବିଧା ସୁଯୋଗ ଯାତ୍ରୀଙ୍କୁ ମିଳିବ ।