ବରଦା ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ; ଭାଗ ନେଇଛନ୍ତି 8ଟି ମହିଳା ଟିମ୍

Key Points
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରଦା ବେଲ ବଣ ଖେଳପଡିଆରେ ଆଜି ଠାରୁ ଆରମ୍ଭ ହୋଇଛି ବରଦା ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ I ସାର୍ଥକ ଆନୁକୂଲ୍ୟରେ ବରଦା କପରେ ଓଡିଶାର ବଛା ବଛା ଆଠଟି ମହିଳା ଟିମ ଯୋଗ ଦେଇଛନ୍ତି I
ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରଦା ବେଲ ବଣ ଖେଳପଡିଆରେ ଆଜି ଠାରୁ ଆରମ୍ଭ ହୋଇଛି ବରଦା ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ I ସାର୍ଥକ ଆନୁକୂଲ୍ୟରେ ବରଦା କପରେ ଓଡିଶାର ବଛା ବଛା ଆଠଟି ମହିଳା ଟିମ ଯୋଗ ଦେଇଛନ୍ତି I ବଲାଙ୍ଗୀର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁରର ମହିଳା ଟିମ୍ ଯୋଗ ଦେଇଛନ୍ତି I ଆଜିର ପ୍ରଥମ ଦିନର ବଡ଼ଚଣା IIC ଉଦଘାଟନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ I
📱 Get Argus News App
✨ଆଜିର ପ୍ରଥମ ମ୍ୟାଚ କେନ୍ଦ୍ରାପଡ଼ା ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା I ଟସ୍ ଜିତି କେନ୍ଦ୍ରାପଡା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା I କେନ୍ଦ୍ରାପଡା 20 ଓଭରରେ 3 ୱିକେଟ୍ ହରାଇ 80 ରନ୍ ସଂଗ୍ରହ କରିଥିଲା I ଦୀପଶିଖା ନାୟକ 27 ବଲରେ 23 ରନ ଓ ସ୍ମୁତିରେଖା 46 ବଲରେ 12 ରନ କରିଥିବାବେଳେ ଯାଜପୁର ଟିମର ଅନ୍ଵେଷା ବିଶ୍ୱାଳ, କଲନ୍ସୀ, ଅନ୍ଵେଷା ପି ଜେନା ଗୋଟିଏ ଗୋଟିଏ ୱିକେଟ୍ ନେଇଥିଲେ I
81 ରନର ପିଛା କରି ଯାଜପୁର ଟିମର ଦୁଇ ଓପନର କାଜଲ ଜେନା ଓ ଅଲିପ୍ଶା ବିଶ୍ୱାଳ ଧୂଆଁ ଧାର୍ ବ୍ୟାଟିଂ କରିଥିଲେ I ଅଲିପ୍ସା ବିଶ୍ୱାଳ 6 ଚୌକା ସହ 17 ବଲରେ 29 ରନ କରି ଶେଷ ପର୍ଯ୍ୟନ୍ତ ନଟ ଆଉଟ ହୋଇ ଯାଜପୁର ଟିମକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିଲେ I 6.3 ଓଭରରେ 1 ୱିକେଟ୍ ହରାଇ ଆବଶ୍ୟକ 81 ରନ୍ ହାସଲ କରି 9 ୱିକେଟରେ କେନ୍ଦ୍ରାପଡ଼ାକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି I ଦ୍ୱିତୀୟ ମ୍ୟାଚ ଜଗତସିଂହପୁର ଓ ପୁରୀ ବ୍ଲାଷ୍ଟର ମଧ୍ୟରେ ଅନୁଷ୍ଠିତ ହେବ I
