Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bargarh Dhanu Yatra / ବରଗଡ଼ରେ ବସିବ ଦରବାର, ଶୁଭିବ କଂସଙ୍କ ଅଟହାସ୍ୟ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ବରଗଡ଼ରେ ବସିବ ଦରବାର, ଶୁଭିବ କଂସଙ୍କ ଅଟହାସ୍ୟ
Bargarh Dhanu Yatra

Key Points

ବରଗଡ଼ରେ ବସିବ ଦରବାର, ଶୁଭିବ କଂସଙ୍କ ଅଟହାସ୍ୟ
ଆରମ୍ଭ ହେବ ୭୮ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା
ଦିନ ପର୍ଯ୍ୟନ୍ତ ଚାଲିବ ମହାରାଜା କଂସଙ୍କ ରାଜୁତି
ବରଗଡ଼ରେ ବସିବ ଦରବାର, ଶୁଭିବ କଂସଙ୍କ ଅଟହାସ୍ୟ । ଆରମ୍ଭ ହେବ ୭୮ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଚାଲିବ ମହାରାଜା କଂସଙ୍କ ରାଜୁତି । ବରଗଡ଼ ପାଲଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଲଟିଯିବ ଜମୁନା ନଦୀ । ଏହା ସହିତ ବରଗଡ଼ର ଆବାଳ ବୃଦ୍ଧ ବନୀତା ପାଲଟିଯିବେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଜଣେ ଜଣେ କଳାକାର । ଏନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରାଠାରୁ ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ଵ ଦରବାରର ଏହି ମହାମଞ୍ଚ ପାଇଁ କଳାକାର ମାନେ ନିଜ ନିଜର ଅଭ୍ୟାସ ଶେଷକରିଛନ୍ତି । ପୋଲିସ ପ୍ରଶାସନ ମଧ୍ୟ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି | କିପରି ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ନହେବ ସେନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୃତୟନ କରାଯିବ । ବରଗଡ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ଅପରାଧ ଉପରେ ନଜର ରଖାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଆଜିଠାରୁ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ପାଲଟିଯିବ ମଥୁରାନଗରୀ ଏବଂ ଅମ୍ବାପାଲି ହୋଇଯିବ ଗୋପପୁର। ସମସ୍ତେ ଫେରିଯିବେ ସେହି ଦ୍ୱାପର ଯୁଗକୁ। ସୂଚନାନୁସାରେ, ୮ କିମି ପରଧି ମଧ୍ୟରେ ୩ଟି ଦରବାର ଓ ୧୮ଟି ମୁକ୍ତାକାଶ ରଙ୍ଗମଞ୍ଚରେ ଧନାଯାତ୍ରା ଅନୁଷ୍ଠିତ ହେବ। ଯାତ୍ରାକୁ ଏଥର ଖୁବ ଆକର୍ଷଣୀୟ କରାଯାଇଛି। ୧୫୦ ଜଣ ଅଫିସରଙ୍କ ସହ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏହାସହ ସାରା ସହର ସିସିଟିଭି କ୍ୟାମେରା ବଳୟରେ ରହିବ ବୋଲି ଏସପି ଶ୍ରୀ ମୀନା ସୂଚନା ଦେଇଛନ୍ତି। ଆସନ୍ତାକାଲି ମଧ୍ୟାହ୍ନ ୨ଟାରୁ ଗାନ୍ଧୀଛକରୁ ସମଲେଶ୍ୱରୀ ମନ୍ଦିର ଯାଏଁ ସାଯସ୍କୃତିକ ଶୋଭାଯାତ୍ରା ଆରମ୍ଭ ହେବ ।

ଏଥିସହ ପଢ଼ନ୍ତୁ: ରାଶିଫଳ: ଏହି ରାଶି ପାଇଁ ଆଜିର ଦିନ ଶୁଭଫଳ ଦେବ

ସନ୍ଧ୍ୟା ସାଢ଼େ ୫ଟାରେ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିରରୁ ରାଜଦରବରାର ଅଭିମୁଖେ ଶୋଭାଯାତ୍ରା ଯିବ ବୋଲି ଡିଆପିଆରଓ ପ୍ରୈଲ୍ଲାଦ ଖୋସଲା ସୂଚନା ଦେଇଛନ୍ତି। ଉଦଘାଟନୀ ଦିବସରେ ଅତିଥି ଭାବେ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇ ହାଟପଦାସ୍ଥିତ ରାଜ ଦରବାର ମଞ୍ଚରେ ଧନୁଯାତ୍ରାର ଶୁଭ ଉଦଘାଟନ କରିବେ ବୋଲି ଜଣାପଡ଼ିଛି। ଏଥି ସହିତ ମୋଟ ୨୧ଟି ଖୋଲା ମଞ୍ଚରେ ନାଟକ ପରିବେଷଣ ହେଉଥିବାରୁ ଏହା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ପାଇଛି। ଯାତ୍ରା ପୂର୍ବରୁ ମଥୁରାର ରାଜପଥରେ ସୁଦୃଶ୍ୟ ତୋରଣକୁ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଉଦ୍‌ଘାଟନ କରିଛନ୍ତି। ଏଥର ଯାତ୍ରା ପାଇଁ ରାଜ ମହଲ, ରଙ୍ଗମହଲ ସବୁ କିଛିରେ ବ୍ୟାପକ ପରିବର୍ତ୍ତନ ହେବା ସହ ଉଚ୍ଚକୋଟୀର ସାଜସଜ୍ଜା ହୋଇଛି। ଯାତ୍ରା ପୂର୍ବରୁ ମଥୁରା ରଙ୍ଗିନ ଆଲୋକ ମାଳାରେ ଝଲସି ଉଠିଲାଣି।

ଅପରପକ୍ଷରେ ଯେଉଁ ଦରରେ ବିଭିନ୍ନ ଆୟୋଜନର ଟେଣ୍ଡର ହୋଇଛି ତାହା ସାଧାରଣ ଲୋକଙ୍କୁ ବାଧିଲା ଭଳି ହୋଇଛି; ତେବେ କିଛି ଖାଦ୍ୟ ସାମଗ୍ରୀ ଓ ମନୋରଞ୍ଜନ ବ୍ୟବସ୍ଥାର ଦର ନିର୍ଦ୍ଧାରଣ କରାଯାଇଛି। ସାଧାରଣ ଲୋକେ ଯେମିତି ଅଧିକ ଖର୍ଚ୍ଚାନ୍ତ ନହେବେ ସେଥିପାଇଁ ବ୍ୟବସ୍ଥା ହୋଇଛି। ଏହାକୁ ବ୍ୟବସାୟୀମାନେ କେତେ ଦୂର ପାଳନ କରିବେ ତାହା ଯାତ୍ରା ସମୟରେ ଜଣାପଡ଼ିବ। ଧନୁଯାତ୍ରା ସମୟରେ ପ୍ରବଳ ଜନଗହଳିର ଆଶା ଥିବାରୁ ପ୍ରଦୂଷଣ ବୃଦ୍ଧିର ମଧ୍ୟ ଆଶଙ୍କା ରହିଛି। ଏଥିପ୍ରତି ପ୍ରଶାସନ କିପରି ତତ୍ପର ତାହା ଲକ୍ଷ୍ୟ କରିବାର କଥା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bargarh Dhanu Yatra | Bargarh Dhanu Yatra 2025 | Argus News | Argus News