Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖୋଲୁଛି ବରଗଡ଼ ନକଲି ଶିକ୍ଷକ ରାକେଟର ଲିଙ୍କ୍

Odisha

ଖୋଲୁଛି ବରଗଡ଼ ନକଲି ଶିକ୍ଷକ ରାକେଟର ଲିଙ୍କ୍

Sangram Tripathy
Browse all articles by Sangram Tripathy
·1 year ago·2 min read
ଖୋଲୁଛି ବରଗଡ଼ ନକଲି ଶିକ୍ଷକ ରାକେଟର ଲିଙ୍କ୍


ଅର୍ଗସ ବ୍ୟୁରୋ: ଖୋଲୁଛି ନକଲି ଶିକ୍ଷକ ରାକେଟ ପଛର ଲିଙ୍କ୍। ଫେକ୍ ସାର୍ଟିଫିକେଟଧାରୀଙ୍କୁ ଘାରିଲାଣି ଅଜଣା ଡର। ଚର୍ଚ୍ଚା ହେଉଛି ବରଗଡ଼ରେ ବିକ୍ରି ହେଉଥିଲା କି ଚାକିରି। ସନ୍ଦେହ ଘେରରେ ରହିଛି ଜିଲ୍ଲାପରିଷଦ କାର୍ଯ୍ୟାଳୟର ଭୂମିକା। ୨୦୦୬ ମସିହାରେ ଶିକ୍ଷା ସହାୟକ ବା ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୭୩ ଜଣ ନକଲି ସାର୍ଟିଫିକେଟ ଦେଇ ଆବେଦନ କରିଥିଲେ। ୨୦୦୬ରେ ଓଡ଼ିଶା ବାହାର ବିଶ୍ବବିଦ୍ୟାଳୟର ସାର୍ଟିଫିକେଟରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ବିରୋଧରେ ହୋଇଥିଲା ଯାଞ୍ଚ। ଯେଉଁଥିରେ ଧରା ଧରାପଡ଼ିଥିଲେ ଏହି ୭୩ ଜଣ ।

୫୦ଜଣ ଅନ୍ନାମଲାଇ ୟୁନିଭର୍ସିଟି ନାଁରେ ନକଲି ସାର୍ଟିଫିକେଟ ଦେଇ ଆବେଦନ କରିଥିବା ବେଲେ ୨୩ ଜଣ ପଣ୍ଡିଚେରୀ ୟୁନିଭର୍ସିଟି ନାଁରେ ନକଲି ସାର୍ଟିଫିକେଟ ଆଣି ଶିକ୍ଷକ ହେବାକୁ କରିଥିଲେ ଆବେଦନ। ହେଲେ ଏ ସବୁ ଭିତରେ ବର୍ତ୍ତିଯାଇଥିଲେ,ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାଁରେ ନକଲି ସାର୍ଟିଫିକେଟ ଆଣି ଆବେଦନ କରିଥିବା ପ୍ରାର୍ଥୀ। ସବୁଠାରୁ ବଡ଼ କଥା  ଯଦି ବାହାର ୟୁନିଭର୍ସିଟିର ସାର୍ଟିଫିକେଟ ଯାଞ୍ଚ ହୋଇପାରିଲା ତେବେ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ ଯାଞ୍ଚ କରିବାରେ କେଉଁଠି ଥିଲା ଅସୁବିଧା? ନା ଜାଣିଶୁଣି ଏ ପ୍ରସଙ୍ଗକୁ କୋଣ ଠେସା କରିଦିଆଗଲା,ସବୁଠୁ ବଡ଼ କଥା ହେଉଛି ୨୦୦୫ମସିହାରେ ଶିକ୍ଷକଙ୍କ ନିଯୁକ୍ତି ପକ୍ରିୟାର ଦାୟିତ୍ବ ଥିଲା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ହାତରେ  ଆଉ ଏଇଠୁ ହିଁ ଏହି ଦୁର୍ନୀତିର ଚେରଲମ୍ବିଥିବାର ଅଭିଯୋଗ ହୋଇଥିଲା ଏନେଇ ବାରମ୍ବାର ଖବରପ୍ରସାରଣ କରିଆସୁଛି ଅର୍ଗସ,ସେପଟେ ଏ ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଦେଖାଦେଲାଣି ଅଶାନ୍ତି,ଏ ମାମଲାର ଶୀଘ୍ର ତଦନ୍ତ ନହେଲେ ଜିଲ୍ଲା ଶିକ୍ଷା ବିଭାଗ ବିରୋଧରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବିଭିନ୍ନ ଛାତ୍ର ସଙ୍ଗଠନ ।

ବରଗଡ଼ରେ ମାଲମାଳ ନକଲି ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ତାଲିକା ରାଜ୍ୟବାସୀଙ୍କୁ ଜଳକା କରିଛି। ଏହି ମାମଲାରେ ବଡ଼ବଡ଼ିଆଙ୍କସମ୍ପୃକ୍ତି ନେଇ ହେଉଥିବା ଚର୍ଚ୍ଚାକୁ ମଧ୍ୟ ଏଡାଇ ଦିଆଯାଇନପାରେ
ତେବେ ମାମଲାରେ ତଦନ୍ତ ପ୍ରତିଶ୍ରୁତି ଦେବା ସହ ଖାଲି ନକଲି ଶିକ୍ଷକ ନୁହଁନ୍ତି ବରଂ ବିଇଓ ଏବଂ ଏବିଇଓଙ୍କ ସାର୍ଟିଫିକେଟ ମଧ୍ୟଯାଞ୍ଚ କରାଯିବ ବୋଲି କହିଛନ୍ତି ବରଗଡ଼ ଡିଇଓ। 
ଏବେ ଦେଖନ୍ତୁ ଅର୍ଗସ ହାତରେ ଲାଗିଥିବା ଏହି ନକଲି ଶିକ୍ଷକଙ୍କ ତାଲିକା,ବିଭିନ୍ନ ରାଜ୍ୟ ବାହାର ୟିନିଭର୍ସିଟି ନାଁରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି ୪୦ରୁ ଅଧିକ ନକଲି ଶିକ୍ଷକ
।ସୁଶାନ୍ତ ବାରିକ, ସଚିଦାନନ୍ଦ ନାୟକ, କଳ୍ପତ ବେହେରା, ରୋହିତ କୁମାର ଭୋଇ, ମିଲନ କୁମ୍ଭାରଙ୍କ ଭଳି ଅନେକ ନକଲି ଶିକ୍ଷକ ଗଳାବାଟରେ ଚାକିରି ପାଇଥିବାର ଅଭିଯୋଗ ହୋଇଛି,ଏମାନେ 
ଆନ୍ନମଲାଇ ବିଶ୍ବବିଦ୍ୟାଳୟ ନାଁରେ ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଛନ୍ତି। ବଲାଙ୍ଗିରରେ ମଧ୍ୟ ଦୁଇ ନକଲି ଶିକ୍ଷକଙ୍କ କାରନାମା ସାମ୍ନାକୁ ଆସିଛି ତେବେ ସବୁଠୁ ବଡ଼ କଥା ହେଉଛି 
ଏମାନଙ୍କ ବିରୋଧରେ ପ୍ରମାଣ ଥିଲେ ବି ନିଦା ବିଷ୍ଣୁ ସାଜିଛିଜିଲ୍ଲା ଶିକ୍ଷା ବିଭାଗ।

ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ଶତାଧିକ ନକଲି ଶିକ୍ଷକ ଚାକିରି କରୁଥିବା ବେଳେ ଏମାନଙ୍କ ବିରୋଧରେ କେବେ କାର୍ଯ୍ୟନୁଷ୍ଠାନ ହେଉଛି ତାକୁ ଜିଲ୍ଲାବାସୀଙ୍କ ଅପେକ୍ଷା । ଅନ୍ୟପଟେ ଶିକ୍ଷକ ନିଯୁକ୍ତି ଜାଲିଆତି କେବଳ ଏହି ଦୁଇ ଜିଲ୍ଲା ଭିତରେ ସୀମିତ ନାଁ ସାର ରାଜ୍ୟରେ ଏଭଳି ଭାବରେ ବିଜେଡି ସରକାର ଅମଳରେ ଜାଲ୍ ସାଟିସାର୍ଟିଫିକେଟ ଜରିଆରେ ଶିକ୍ଷକମାନଙ୍କୁ ଦିଆଯାଇଥିଲା ନିଯୁକ୍ତି।ଅଭିଯୋଗ ହେଉଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଠାରୁ ବଳିଯାଇପାରେ ଓଡ଼ିଶାର ଶିକ୍ଷକ ନିଯୁକ୍ତି ମହାଘୋଟାଲା। ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ ଆସିବ ସାମ୍ନାକୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Bargarh fake teacher racket link is opening | Argus News