Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାପାନ ଦେଖିବ ବରଗଡ଼ ଝିଅର ଟେକ୍ ଇନୋଭେସନ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜାପାନ ଦେଖିବ ବରଗଡ଼ ଝିଅର ଟେକ୍ ଇନୋଭେସନ୍

ଦିନେ ଓଡ଼ିଶାର ଭାତ ହାଣ୍ଡିର ପରିଚୟ ମୁଣ୍ଡାଇଥିବା ବରଗଡ଼ ଜିଲ୍ଲା ଖାଲି ଚାଷ ନୁହେଁ ପରିଧାନକୁ ବି ନେଇ ସୃଷ୍ଟି କରିଛି ସ୍ବତନ୍ତ୍ର ପରିଚୟ। ବରଗଡ଼ର ବୁଣାକାରଙ୍କ ହାତ ତିଆରି ସମ୍ବଲପୁରୀ ବସ୍ତ୍ରର କେବଳ ରାଜ୍ୟ କି ଦେଶରେ ନୁହେଁ ପୁରା ବିଶ୍ବରେ ରହିଛି ଏହାର ଚାହିଦା। ହେଲେ ଏହି ବସ୍ତ୍ର ଯେ ପ୍ରସ୍ତୁତ କରିବା କେତେ କଷ୍ଟ ସେହି ବୁଣାକାର ଟିଏ ଜାଣିଛି। ଯାହାକୁ ନଜରରେ ରଖି ଏମିତି ଏକ ଯନ୍ତ୍ର ପ୍ରସ୍ତୁତ କରିଛନ୍ତି ଏଇ କୁନି ପ୍ରତିଭା ଯାହା ବୁଣାକାରଙ୍କ ସମୟ ବଞ୍ଚାଇବା ସହ ତାଙ୍କ ପରିଶ୍ରମକୁ ଅନେକାଂଶରେ ଲାଘବ କରୁଛି। ବରଗଡ ଜିଲ୍ଲା ସୋହେଲା ବ୍ଲକ ସରକଣ୍ଡା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଟିକେଶ୍ୱରି ଭୁଏ। ନିଜସ୍ଵ ଉଦ୍ୟମରେ ସେ ତିଆରି କରିଛନ୍ତି "ସ୍ମାର୍ଟ ଅରଟ" ।


ଗୋଟିଏ ଏଲିମିନେଟର, ଗୋଟିଏ ରେଗୁଲେଟର,12 ଭୋଲ୍ଟ ର ଏକ ଏସି ମୋଟର ସହ ଏକ ସାଇକେଲ ଚକ ଓ କିଛି ଆଲୁମିନିୟମ ପ୍ଲାୟ ଦ୍ଵାରା ଏହାକୁ ତିଆରି କରାଯାଇଛି । ଆଉ ଏଥିପାଇଁ ଖର୍ଚ୍ଚ ହୋଇଛି ମାତ୍ର ଚାରି ହଜାର ଟଙ୍କା । ଏହି ଅରଟରେ ବିଦ୍ୟୁତ୍ ସଂଯୋଗ କଲେ ମୋଟର ଘୁରିବା ସହ ସାଇକେଲ ଚକ ଘୁରିବ ଏବଂ ରେଗୁଲେଟର ମାଧ୍ୟମରେ ସ୍ପିଟକୁ କମ ବେଶୀ କରିହେବ ଯାହାଫଳରେ ଅତି ସହଜରେ କମ ପରିଶ୍ରମରେ ଓ ଅଳ୍ପ ସମୟ ମଧ୍ୟରେ ବୁଣାକାର ସୂତାକୁ ଗୁଡ଼ାଇ ପାରିବେ । ଏପରି ଏକ ପ୍ରୋଜେକ୍ଟ ତିଆରି କରି ସେ ପଲ୍ଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଶଂସା ସାଉଟିଥିବା ବେଳେ ଏବେ ସେ ଜାପାନରେ ହେବାକୁଥିବା ଆନ୍ତର୍ଜାତୀୟ ବିଜ୍ଞାନମେଳାରେ ଏହି ପ୍ରୋଜେକ୍ଟ ପ୍ରଦର୍ଶିତ କରିବାକୁ ମନୋନୀତ ହୋଇଛନ୍ତି ।

ବରଗଡ ଜିଲ୍ଲା ସୋହେଲା ବ୍ଲକ ସରକଣ୍ଡା ଗ୍ରାମର ଗୋବିନ୍ଦ ଭୁଏ ଏବଂ ସୁଜାତା ଭୁଏ ଙ୍କ ଝିଅ ହେଉଛନ୍ତି ଟିକେଶ୍ୱରୀ। ପିଲାଟି ଦିନରୁ କିଛି ନା କିଛି ନୂଆ କରିବାର ଆଗ୍ରହ ରଖିଥିବା ଟିକେଶ୍ବରୀ ଗାଁର ବୁଣାକାର ପରିବାରକୁ ପିଲାଟି ବେଳରୁ ଦେଖିଆସୁଛନ୍ତି । ଏହି ସମୟରେ ସୂତା ଅରଟରେ ସୂତା ଗୁଡ଼ାଇବା ଦେଖନ୍ତି । ଏହି ସୂତା ଗୁଡ଼ାଇବାକୁ ଅନେକ ଦିନ ଲାଗି ଯାଉଥିବା ବେଳେ ପରିଶ୍ରମ ମଧ୍ୟ ଅଧିକ କରିବାକୁ ପଡ଼ିଥାଏ । ତେଣୁ ସେ ଏହି ସ୍ମାର୍ଟ ଅରଟ ତିଆରି କରିବାକୁ ମନସ୍ଥ କରିଥିଲେ ଓ ବିଜ୍ଞାନ ଶିକ୍ଷକ ହରିହର ବାରିକ ତାଙ୍କୁ ଏଥିରେ ଭରପୁର ସହଯୋଗ କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଝିଅର ଏହି ପ୍ରୋଜେକ୍ଟ ଏବେ ଜାପାନରେ ପ୍ରଦର୍ଶିତ ହେବା ଜାଣି ଟିକେଶ୍ବରୀଙ୍କ ପରିବାର ଯେତିକି ଖୁସି ମୁଣ୍ଡରେ ସେତିକି ଚିନ୍ତା ମଧ୍ୟ। ବାପା ହେଉଛନ୍ତି ଜଣେ ରାଜମିସ୍ତ୍ରୀ, କଷ୍ଟେ ମଷ୍ଟେ ପରିବାର ପ୍ରତିପୋଷଣ କରୁଥିବା ବେଳେ ଟିକେଶ୍ୱରୀଙ୍କ ପାସପୋର୍ଟ ତିଆରି କରିବା ଏବଂ ତାଙ୍କୁ ବିଦେଶ ପାଠାଇବାକୁ ସୃଷ୍ଟି ହୋଇଥିବା ଆର୍ଥିକ ଚ୍ୟାଲେଞ୍ଜର କେମିତି ସାମ୍ନା କରିବେ ତାଙ୍କୁ ଏବେ ସେ ଚିନ୍ତା ଘାରିଛି । ଯେଉଁଥି ପାଇଁ ସହଯୋଗ ଲାଗି ସେ ଜିଲ୍ଲାପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ଏକ ଅଜ୍ଞାତ ପଲ୍ଲିରୁ ଦିଲ୍ଲୀ ଯାଏ ପହଞ୍ଚି ଜାତୀୟ ସ୍ତରରେ ସଫଳତା ହାସଲ ପରେ ଏବେ ଜାପାନରେ ହେବାକୁ ଥିବା ଆନ୍ତର୍ଜାତୀୟ ବିଜ୍ଞାମେଲାରେ ମଧ୍ୟ ସଫଳତା ହାସଲ କରିବାର ଲକ୍ଷ ରଖିଛନ୍ତି ଟିକେଶ୍ୱରୀ ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
bargarh-girl-to-go-to-japan-and-to-show-tech-innovation | Argus News