ନୂଆପଡା-ବରଗଡ ରେଳଲାଇନ୍ ପାଇଁ ଦାବିପତ୍ର ଦେଲେ ବରଗଡ ସାଂସଦ
·1 year ago

ଝାରସୁଗୁଡା: ନୂଆପଡ଼ା-ବରଗଡ଼ ରେଳଲାଇନ୍ ପାଇଁ ପୁଣି ଥରେ ଦାବି ଦୋହରାଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏହି ପ୍ରକଳ୍ପ ଲାଗି ଦାବିପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷର ରେଲ ବଜେଟରେ ଓଡ଼ିଶାର ଅନ୍ୟ ୬ଟି ପ୍ରକଳ୍ପ ସ୍ଥାନ ପାଇଥିଲେ ବି ନୂଆପଡ଼ା-ବରଗଡ଼ ରେଳ ଲାଇନକୁ ନଜରଅନ୍ଦାଜ କରାଯାଇଛି ।
ସେହିପରି ପଦ୍ମପୁର ଉପନିର୍ବାଚନ ତଥା ଗତ ସାଧାରଣ ନିର୍ବାଚନରେ ଏହି ରେଳ ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ଏହି ପ୍ରତିଶ୍ରୁତି ମୁତାବକ ପ୍ରକଳ୍ପ ଘୋଷଣା ହୋଇନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ନୂଆପଡ଼ା-ବରଗଡ଼ ରେଳ ଲାଇନର ପୁନର୍ବିଚାର କରିବାକୁ ସାଂସଦ ପ୍ରଦୀପ ପୁରୋହିତ ରେଳମନ୍ତ୍ରୀଙ୍କୁ ଭେଟି ଏ ସଂପର୍କିତ ଦାବିପତ୍ର ପ୍ରଦାନ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: