Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Murder In Nuakhai: ଦିବାଲୋକରେ ବୀଭତ୍ସ ହତ୍ୟା; ପେଟ୍ରୋଲ୍ ପମ୍ପରେ ଯୁବକଙ୍କୁ ହାଣିଦେଲା ଦୁର୍ବୃତ୍ତ

Sushanta Sahoo
Browse all articles by Sushanta Sahoo
·10 months ago·1 min read
Murder In Nuakhai: ଦିବାଲୋକରେ ବୀଭତ୍ସ ହତ୍ୟା; ପେଟ୍ରୋଲ୍ ପମ୍ପରେ ଯୁବକଙ୍କୁ ହାଣିଦେଲା ଦୁର୍ବୃତ୍ତ

Key Points

ଘରେ ଘରେ ଲୋକେ ନବାନ୍ନ ଖାଉଥିବା ବେଳେ ପେଟ୍ରୋଲ୍ ପମ୍ପରେ ମୁଣ୍ଡ ଗଡ଼ିଛି । ସ୍ପଷ୍ଟ ଦିବାଲୋକରେ ପେଟ୍ରୋଲ୍ ପମ୍ପ ଭିତରେ ଯୁବକଙ୍କୁ ଭୀବତ୍ସ ଭାବେ ହତ୍ୟା କରି ଚମ୍ପଟ ମାରିଛି ଦୁର୍ବୃତ୍ତ ।

ବରଗଡ଼: ନୂଆଁଖାଇରେ ଝୁମୁଥିଲା ପଶ୍ଚିମ ଓଡ଼ିଶା । ଘରେ ଘରେ ଲୋକେ ନବାନ୍ନ ଖାଉଥିବା ବେଳେ ପେଟ୍ରୋଲ୍ ପମ୍ପରେ ମୁଣ୍ଡ ଗଡ଼ିଛି । ସ୍ପଷ୍ଟ ଦିବାଲୋକରେ ପେଟ୍ରୋଲ୍ ପମ୍ପ ଭିତରେ ଯୁବକଙ୍କୁ ଭୀବତ୍ସ ଭାବେ ହତ୍ୟା କରି ଚମ୍ପଟ ମାରିଛି ଦୁର୍ବୃତ୍ତ । ଏହି ଘଟଣା ସୋହେଲା ସହ ବରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।


ସୋହେଲା ଥାନା ଅନ୍ତର୍ଗତ ହଲଦିପାଲି ପେଟ୍ରୋଲ୍ ପମ୍ପରେ ଘଟିଛି ହତ୍ୟାକାଣ୍ଡ । ନୂଆଁଖାଇ ପାଇଁ ବରଗଡ଼ ବ୍ୟସ୍ତ ଥିବାବେଳେ ଖାଁ ଖାଁ ଥିଲା ହଲଦିପାଲି ପେଟ୍ରୋଲ୍ ପମ୍ପ । ୨ ଜଣ ଚେୟାରରେ ବସିଥିବା ବେଳେ ଅନ୍ୟଜଣେ କଳା ପୋଷାକ ପିନ୍ଧି ପଛରୁ ଆସନ୍ତି ଏବଂ ଚେୟାର ପଛରେ କିଛି ସମୟ ଛିଡ଼ା ହୋଇ ରୁହନ୍ତି ।


ସେହି ସମୟରେ ଅନ୍ୟ ଜଣେ ବାଇକ୍ ନେଇ ଆସନ୍ତି ଆଉ କପଡ଼ା ନେଇ ମୁହଁ ପଛନ୍ତି । ଆଉ ସେହି ସମୟରେ ପଛରେ ଥିବା ଦୁର୍ବୃତ୍ତ ଜଣଙ୍କ ହାତରେ ଧରିଥିବା ମାରଣାସ୍ତ୍ରରେ ପ୍ରହାର କରି ଚାଲନ୍ତି । ଗୋଟିଏ ପରେ ଗୋଟିଏ ଚୋଟ ଏମିତି ୧୬ଥର ବେକକୁ ଆଘାତ କରିବା ପରେ ଦଉଡ଼ି ପଳାଇଛି ଦୁର୍ବୃତ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଲୋମହର୍ଷଣ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ କିଏ ଏବଂ କେଉଁ କାରଣରୁ ହତ୍ୟାକାଣ୍ଡ ଘଟାଇଲା ତାହା ଜଣାପଡ଼ି ନାହିଁ । ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ସୋହେଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।


ଅପରାଧ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Horrific Murder at Petrol Pump in Bargarh on Nuakhai Day Shocks Western Odisha | Argus News | Argus News