ବରଗଡ଼ବାସୀଙ୍କୁ 122 କୋଟିର ପ୍ରକଳ୍ପ ଭେଟି

ଅର୍ଗସ ବ୍ୟୁରୋ: ପଶ୍ଚିମ ଓଡିଶାର ଭାବାବେଗକୁ ନଜରରେ ରଖି ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବିଜେପି ସରକାର ଆସିବା ପରେ ଖୋଲା ହାତରେ ଅନୁଦାନ ଦେଇ ରଚିଲେ ଇତିହାସ । ବରଗଡ଼ବାସୀଙ୍କୁ 122 କୋଟିର ପ୍ରକଳ୍ପ ଭେଟି । ଧନୁଯାତ୍ରା ପାଇଁ ନିର୍ମାଣ ହେବ ସ୍ଥାୟୀ ରଙ୍ଗମଞ୍ଚ ଓ ଭବ୍ୟ ରାଜମହଲ । ଖର୍ଚ୍ଚ ହେବ 12 କୋଟି 80 ଲକ୍ଷ ଟଙ୍କା । ଜିରା ନଦୀ ଉପରେ 80 କୋଟି ବ୍ୟୟରେ ନିର୍ମାଣ ହେବ ଆନିକଟ । 30 କୋଟି ଟଙ୍କା ବ୍ୟୟରେ କରାଯିବ ବରଗଡ଼ କେନାଲର ସୋନ୍ଦର୍ଯ୍ୟକରଣ ।
ଆଜି ସରିବ ବରଗଡ଼ ଧନୁଯାତ୍ରା। କଂସ ବଦ୍ଧ ସହ ପଡିବ ଯବନିକା। ୧୦ ଦିନ ଧରି ବରଗଡ଼ ମଥୁରାନଗରୀରେ ଚାଲିଥିଲା ପ୍ରବଳପ୍ରତାପୀ କଂସଙ୍କ ରାଜୁତି। ଗତକାଲି ଧନୁଯାତ୍ରାର ଦଶମ ଦିନରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ସ୍ଥାୟୀ ରଙ୍ଗମହଲ ତିଆରି କରବା ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଯମୁନା ନଦୀ ବା ଜିରା ନଦୀ ରେ ଆନିକଟ ପାଇଁ ୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନାଲର ସୋନ୍ଦର୍ଯ୍ୟ କରଣ ପାଇଁ ୩୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟ ରେ ଧନୁଯାତ୍ରାର ୧୭୦ ଜଣ କଳାକାର ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆଜି ମଞ୍ଚ ରେ ୧୦ଜଣ କଳାକାର ଙ୍କୁ ୧୦ହଜାର ଟଙ୍କା ଆଜି ମଞ୍ଚରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।