Videos
|
Odisha

ଭାଇଙ୍କ FIR ଆଧାରରେ ଭୋଗରାଇ ପୋଲିସ ବି ଆରମ୍ଭ କଲା ତଦନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭାଇଙ୍କ FIR ଆଧାରରେ ଭୋଗରାଇ ପୋଲିସ ବି ଆରମ୍ଭ କଲା ତଦନ୍ତ

Key Points

ଛାତ୍ରୀ ମୃତ୍ୟୁର କାରଣ ଖୋଜିବାକୁ କ୍ରାଇମବ୍ରାଞ୍ଚର ତନାଘନା
ପୀଡ଼ିତା ରହୁଥିବା ଭଡ଼ାଘରେ ପହଞ୍ଚି ମାଲିକଙ୍କୁ କଲେ ପଚରାଉଚରା
ଭାଇଙ୍କ FIR ଆଧାରରେ ଭୋଗରାଇ ପୋଲିସ ବି ଆରମ୍ଭ କଲା ତଦନ୍ତ
ପୀଡ଼ିତାଙ୍କ ଚରିତ୍ର ସଂହାର କରିଥିବା ଛାତ୍ରଙ୍କୁ ପରିବାର ଦାବି କରିଛି ଦଣ୍ଡ

ପୀଡିତାଙ୍କ ମୃତ୍ୟୁକୁ ୩ ଦିନ ପୁରିଥିବା ବେଳେ କାହିଁକି ଦେଲେ ଆତ୍ମାହୁତି ତାର କାରଣ ଖୋଜିବାକୁ ଫକୀରମୋହନ କଲେଜରେ କ୍ରାଇମବ୍ରାଞ୍ଜ ପକ୍ଷରୁ ଜାରି ରହିଛି ତନାଘନା। କ୍ରାଇମବ୍ରାଞ୍ଚ ଡିଜି ବିନିୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ୨ଜଣିଆ ଟିମ୍ ତଦନ୍ତକୁ କରିଛନ୍ତି ଅଧିକ ତ୍ବରାନ୍ବିତ। ପୂର୍ବରୁ ସିସିଟିଭି ହାର୍ଡଡିସ୍କ ଜବତ ସହ ଇଣ୍ଟରନାଲ କମ୍ପ୍ଲେନ କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ପଚରା ଉଚୁରା କରାଯାଇଥିବା ବେଳେ ଏବେ ପୀଢିତା ରହୁଥିବା ଭଡାଘରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଘର
ମାଲିକଙ୍କୁ କରିଛନ୍ତି ପଚରା ଉଚୁରା।

ସେପଟେ ଗତକାଲି ରାତିରେ ପୀଢିତାଙ୍କ ଭାଇ ଭୋଗରାଇ ଥାନାରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ। ତାଙ୍କ ଦିବଂଗତ ଭଉଣୀ ସହ ପରିବାରର ଚରିତ୍ର ସଂହାର କରାଯାଇଥିବା ନେଇ ସେ ଏତଲାରେ ଦର୍ଶାଇଛନ୍ତି । FIRରେ ସୌରଭ ବେହେରା, ଶୁଭ୍ରାଂଶୁ ଶେଖର, ଅଜୟ କୁମାର ପଣ୍ଡା, ବୃଷଭାନୁ ପତିଙ୍କ ସମେତ ଅନେକଙ୍କ ନାଁ ରହିଛି। ସରକାରଙ୍କ ସହ ଡିଲ କରି ପୀଡ଼ିତାଙ୍କ ପରିବାର ମୁଣ୍ଡ ବିକି ଦେଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଯେଉଁମାନେ ଅପପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ଭାଇ। ଆକ୍ସନ ନହେଲେ ସପରିବାରେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ପୀଡ଼ିତାଙ୍କ ଭାଇ।

କଂଗ୍ରେସର ବାଣିବାହାର ନେତା ଅଜୟ କୁମାର ପଣ୍ଡା ସୋସିଆଲ ମିଡିଆରେ ପୀଡ଼ିତାଙ୍କର କହିଥିଲେ ଚରିତ୍ର ସଂହାର। ସେହିପରି ବାଲେଶ୍ବରର ଛାତ୍ର କଂଗ୍ରେସ ନେତା ସୌରଭ ବେହେରା ପୀଡ଼ିତାଙ୍କ ବିରୋଧରେ କରିଥିଲେ କୁତ୍ସାରଟନା। ଛତ୍ରୀଙ୍କର ଚରିତ୍ର ସଂହାର କରିବା ସହ HODଙ୍କ ସପକ୍ଷରେ ଓକିଲାତି କରି ସୋସିଆଲ ମିଡିଆରେ କରିଥିଲେ ପୋଷ୍ଚ। ଏପରିକି ତାଙ୍କ କମେଣ୍ଟରେ ପୀଡ଼ିତାଙ୍କୁ ମିଥ୍ୟାବାଦୀ କହି ଆତ୍ମହତ୍ୟା କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା ଖାଲି ସେତିକି ନୁହେଁ ସବୁଠୁ ସାଂଘାତିକ କଥା ହେଉଛି ଯେତେବେଳ ଇଣ୍ଟରନାଲ କମ୍ପ୍ଲେନ୍ କମିଟି ଆଗରେ ଏଫଏମ୍ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିଲା ସେତେବେଳ ଅଭିଯୁକ୍ତ HODଙ୍କ ସହ ଛାତ୍ର କଂଗ୍ରେସ ନେତା ସୌରଭ ବେହେରା ଓ ସାଥୀମାନେ କରୁଥିଲେ ଡିନର ପାର୍ଟି। ଖାଲିସେତିକି ନୁହେଁଡିନର ପାର୍ଟି ପରଦିନ ପୀଡ଼ିତାଙ୍କ ବିରୋଧରେ ହୋଇଥିଲା ସିଗନେଚର କ୍ୟାମ୍ପେନ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
based-on-the-brothers-fir-the-voghari-police-also-started-investigation | Argus News