Videos
|
Odisha

ମିଳୁନି ମୌଳିକ ସୁବିଧା, ପାଣି ପାଇଁ ଲୋକ ହନ୍ତସନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମିଳୁନି ମୌଳିକ ସୁବିଧା, ପାଣି ପାଇଁ ଲୋକ ହନ୍ତସନ୍ତ

ସାରସକଣାର ଦୁର୍ଗମ ଗାଁ ପାଳସିଡିହି। ଗାଁକୁ ଯିବାକୁ ହେଲେ ବିଶୋଇ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ 49 ନମ୍ବର ଜାତୀୟ ରାଜପଥ ଠାରୁ 3 କିଲୋ ମିଟର ଜଙ୍ଗଲ ମଧ୍ଯ ଦେଇ ଯିବାକୁ ପଡେ। ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ। ଗାଁ କୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ। ସଂକୀର୍ଣ୍ଣ ମାଟି ରାସ୍ତା ଦେଇ ଗଲେ ପଡେ ପାଳିଶିଡିହି । ରାସ୍ତା ରୁ ମେଟାଲ ଉଠିଯାଇ ପଥଚାରୀ ଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ବର୍ଷା ଦିନ କଥା ନ କହିବା ଭଲ। ଏହି ବିପର୍ଯ୍ୟସ୍ତ ରାସ୍ତା ଉପରେ ରେ ୩ ଟି ଗାଁ ର ଲୋକେ ନିର୍ଭର କରୁଥିବାବେଳେ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।

ଗାଁରେ ପାନୀୟ ଜଳ ସମସ୍ୟା ତଦୃପ । ଜଳ ଯୋଗାଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲା। ପାଇପ ଲାଇନ୍ ବିଛା ସରିଲା, ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିଲାନି । ଗାଁରେ ଏବେ ଗୋଟିଏ ନଳକୂପରୁ ପାଣି ବାହାରୁଛି। ମାତ୍ର ତାହାବି ଗୋଳିଆ ପାଣି। ମାତ୍ର ଜଳ ଯୋଗାଣର ବିକଳ୍ପ ନଥିବାରୁ ଏହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳ ବାସୀ l ଏହି ପାଣି ପାଇଁ ଲାଇନ ଲାଗିବା ସହ ମହିଳା ମାନଙ୍କ ମଧ୍ୟରେ ଝଗଡ଼ା ବି ହେଉଥିବା ନଜିର ରହିଛି l ସରକାର ବଦଳିଛି, ଲୋକ ଙ୍କ ମନରେ ଆଶା ଯାଗିଛି। ଲୋକଙ୍କ ଭରସା ପୂର୍ବ ସରକାରଙ୍କ ଭଳି ଏ ସରକାର ଧୋକା ଦେବେନି। ଗାଁରେ କାର୍ଯ୍ୟକ୍ଷମ ହେବ ଯୋଜନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
basic-amenities-are-not-available-people-are-desperate-for-water | Argus News