Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁର୍ଗମରେ ବସୁଧା ଧୋକା

Odisha

ଦୁର୍ଗମରେ ବସୁଧା ଧୋକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଗମରେ ବସୁଧା ଧୋକା

ଅର୍ଗସ ବ୍ୟୁରୋ:  ବୌଦ୍ଧ କଣ୍ଟାମାଲ ବ୍ଲକ ବରଗାଁ ଗ୍ରାମପଂଚାୟତ ର ଉପାନ୍ତ ବରଗାଁ I ଏହି ଅଂଚଳରେ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟ ଲୋକ ବସବାସ କରିଥାନ୍ତି I ତେବେ ଏଠାରେ ମୁଖ୍ୟ ସମସ୍ୟା ହେଇଛି ପିଇବା ପାଣି ସମସ୍ୟା I ଏହି ଗାଁ ର ବିଭିନ୍ନ ଘର ଆଗରେ ପୁର୍ବ ବିଜେଡି ସରକାର ସମୟ ରେ ବସୁଧI ଯୋଜନା ର ଷ୍ଟାଣ୍ଡପୋଷ୍ଟ ଲଗାଯାଇଛି କିନ୍ତୁ ଆସୁନି ପାଣି I ଏପଟେ ଗାଁ ରେ ଥିବା ନଲକୂପରୁ ବିଶୁଦ୍ଧ ଜଳ ବାହାରୁ ନଥିବା ଅଭିଯୋଗ ହୋଇଛି।

ଲୋକାପଡା ଠାରେ ଏକ ବୃହତ ବସୁଧା ର ପ୍ଲାଣ୍ଟ ନିର୍ମାଣ ହୋଇଛି । ବ୍ଲକ ର କିଛି ଅଂଚଳ ରେ ପାଣି ଯୋଗା ଯାଉଥିଲେ ମଧ୍ୟ ଅନେକ ଅଞ୍ଚଳ ପାଣି ପାଇବାରୁ ବଞ୍ଚିତ ।  କେବଳ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ଲଗେଇ ଦେଇ କାମ ସାରି ଦେଇଛନ୍ତି ପୂର୍ବ ସରକାର I ମାତ୍ର ଷ୍ଟାଣ୍ଡପୋଷ୍ଟରୁ ଟୋପାଏବି ପାଣଇ ବାହାରୁନି। ଏହି ଚିତ୍ର ସ୍ପଷ୍ଟ କରୁଛି ଉପାନ୍ତର ବସୁଧା ଧୋକା। ପ୍ରକଳ୍ପ ହୋଇଛି ହେଲେ ଲୋକଙ୍କୁ ମିଳୁନି ପାଣି। ପାଇପ ଲାଇନ ଷ୍ଟାଣ୍ଡପୋଷ୍ଟ ଏଠି କେବଳ ପ୍ରହସନ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Basudha Dhoka in Durgama | Argus News