Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନବୀନଙ୍କ ହାତରୁ କ୍ଷମତା ଯିବା ପରେ ବାଉଳି ହେଉଛନ୍ତି ବିଜେଡି ନେତା

Odisha

ନବୀନଙ୍କ ହାତରୁ କ୍ଷମତା ଯିବା ପରେ ବାଉଳି ହେଉଛନ୍ତି ବିଜେଡି ନେତା

Rashmita Mishra
Browse all articles by Rashmita Mishra
·1 year ago·2 min read
ନବୀନଙ୍କ ହାତରୁ କ୍ଷମତା ଯିବା ପରେ ବାଉଳି ହେଉଛନ୍ତି ବିଜେଡି ନେତା

Key Points

  •  
  • ବଢୁଛି ବଜେଡି-ବିଜେପି ବାକ୍ ଯୁଦ୍ଧ
  • ନବୀନଙ୍କ ହାତରୁ କ୍ଷମତା ଯିବା ପରେ ବାଉଳି ହେଉଛନ୍ତି ବିଜେଡି ନେତା
  • ବିଜେଡି ନେତାଙ୍କ ବୟାନକୁ ଜୋରଦାର୍ କାଉଣ୍ଟର କଲା ବିଜେପି 
  • ସରକାର ଗଠନ କରିବା ବିବୃତ୍ତିକୁ କଟାକ୍ଷ କଲେ କେନ୍ଦ୍ର ମନ୍ତ୍ରୀ
  • ନିଜ ହତାଶା ଲୁଚାଇବାକୁ ବିଜେଡି ଏଭଳି କହୁଥିବା କହିଲେ ଜୁଏଲ ଓରାମ
  •  କର୍ମୀଙ୍କ ମନୋବଳ ବଢାଇବା ଲାଗି ବିଜେଡି ମିଥ୍ୟା ଆସ୍ଫଳନ କରୁଥିବା କହିଲେ ମନ୍ତ୍ରୀ
  • ଜୟ ନାରାୟଣ କହିଲେ ଆଇସିୟୁରେ ଅଛି ବିଜେଡି, ଆୟୁଷ ବହୁତ କମ୍
  • କେତେ ଦିନ ବା ବଞ୍ଚିବ ଆଉ ଯେ କଂଗ୍ରେସ ସହ ମିଶି ସରକାର କରିବ
  • ନାହାନ୍ତି ନେତୃତ୍ବ, କେବେ ପ୍ୟାରୀ ତ କେବେ ପାଣ୍ଡିଆନ୍ ଙ୍କ ଲିଜ୍ ରେ ଚାଲିଥିଲା ଦଳ

ଅର୍ଗସ ବ୍ୟୁରୋ:  ଦେବାଶିଷ ସାମନ୍ତରାୟ, ମୁନ୍ନା ଖାନ୍ ଙ୍କ ପରେ ଅତନୁ ସବ୍ୟସାଚୀ ନାୟକଙ୍କ ସରକାର ଗଠନର ବୟାନ ରାଜ୍ୟ ରାଜନୀତିରେ ନୂଆ କମ୍ପନ ସୃଷ୍ଟି କରିଛି । ବିଜେପି ଓ କଂଗ୍ରେସରୁ ନେତା ନେଇ ସରକାର ଗଠନ କରିବାର ବିଜେଡି ନେତାଙ୍କ ବୟାନକୁ ଜୋରଦାର କାଉଣ୍ଟର କରିଛି ବିଜେପି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ବିଜେଡି ନେତାଙ୍କୁ କଟାକ୍ଷ କରି କହିଛନ୍ତି ନିଜ ହତାଶା ଭାବ ଲୁଚାଇବାକୁ ଏଭଳି କହୁଛି ବିଜେଡି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି କର୍ମୀଙ୍କ ମନୋବଳ ବଢାଇବା ଲାଗି ବିଜେଡିର ଏହା କେବଳ ମିଥ୍ୟା ଆସ୍ଫଳନ । ତେବେ ଜୋରଦାର୍ କାଉଣ୍ଟର କରି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ଆଇସିୟୁରେ ଅଛି ବିଜେଡି, ଆୟୁଷ ବହୁତ କମ୍ । କେତେ ଦିନ ବା ବଞ୍ଚିବ ଆଉ ଯେ କଂଗ୍ରେସ ସହ ମିଶି ସରକାର କରିବ । କେବେ ପ୍ୟାରୀ ତ କେବେ ପାଣ୍ଡିଆନ୍ ଙ୍କ ଲିଜ୍ ରେ ଚାଲିଥିଲା ଦଳ । ତେଣୁ ବିଜେଡିରେ ନେତୃତ୍ବଙ୍କ ଘୋର ଅଭାବ ରହିଥିବା କହିଛନ୍ତି ଜୟ ନାରାୟଣ । ଶୁଣନ୍ତୁ କଣ କହିଥିଲେ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାନ୍ ଓ ଅତନୁ ସବ୍ୟସାଚୀ ନାୟକ ଆଉ କଣ ଜବାବ ରଖିଛନ୍ତି ବିଜେପି ନେତା

ସେପଟେ ଜବାବ ଦେଇ ବିଜେଡି କହିଛି ସମୟ କହିବ ଆଗକୁ କଣ ହେବ । ୪ ମାସ ମଧ୍ୟରେ କିଏ ଆଇସିୟୁ କୁ ଯାଇଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ । ବିଜେଡି-ବିଜେପି ର ଏପରି ବାକ୍ ଯୁଦ୍ଧ ଭିତରେ ବି ବିଜେପି କ୍ୟାମ୍ପରେ ବିଜେଡି ନେତାଙ୍କ ସୁଅ ବନ୍ଦ ହେଉନି । ଯାହାକୁ ନେଇ କହୁଯାଉଛି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଆକଳନ ସତ ହେବାକୁ ଯାଉଛି ।

 ବିଜେଡିର ନେତୃତ୍ବ ପ୍ରତି ନେତାଙ୍କ ଭରଷା ତୁଟିଲାଣି ।  ନବୀନଙ୍କ ହାତରୁ ପାଣ୍ଡିଆନ୍ ଙ୍କ ହାତକୁ ଦଳର କମାଣ୍ଡ ଚାଲିଯିବାକୁ ଆଉ ଚୁପ ରହି ସହିଯିବା ମୁଡରେ ନାହାନ୍ତି ନେତା । ମୁହଁ ଖୋଲି ବର୍ଷୁଛନ୍ତି ଦଳର ବରିଷ୍ଠ ଓ ଅଭିଜ୍ଞ ନେତାମାନେ । ନିର୍ବାଚନ ପରାଜୟ ପରେ ଜଣେ ପରେ ଜଣେ ନେତା ବିଜେଡି ଶିବିରି ଛାଡି ବିଜେପି କ୍ୟାମ୍ପରେ ବି ହେଉଛନ୍ତି ସାମିଲ । ଏଭଳି ସ୍ଥିତିରେ କିଛି ନେତାଙ୍କ ଏପରି ମିଥ୍ୟା ଆସ୍ଫଳନ କେବଳ କର୍ମୀଙ୍କ ମନୋବଳ ବଡାଇବା ଲାଗି ବୋଲି ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bauli is the leader of BJD after leaving the power of Naveen | Argus News