Low Pressure / ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ସପ୍ତାହ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ
·8 months ago·2 min read

Key Points
ବଙ୍ଗୋପସାଗରରେ ଆସୁଛି ଲଘୁଚାପ
ଆସନ୍ତା ସପ୍ତାହ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ
ଏକ ସପ୍ତାହରୁ ଅଧିକ ସମୟ ଲଘୁଚାପ ଅବସ୍ଥାରେ ରହିବ

ବଙ୍ଗୋପସାଗରରେ ଆସୁଛି ଲଘୁଚାପ I ଆସନ୍ତା ସପ୍ତାହ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏହା ଏକ ସପ୍ତାହରୁ ଅଧିକ ସମୟ ଯାଏଁ ଲଘୁଚାପ ଅବସ୍ଥାରେ ଦକ୍ଷିଣ ବଙ୍ଗୋପସାଗରରେ ରହିପାରେ I ବର୍ତ୍ତମାନ ବିଭିନ୍ନ ପାଣିପାଗ ମଡେଲ୍ ପକ୍ଷରୁ ପୂର୍ବାନୁମାନ କରାଯାଉଛି ଯେ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ I 31 ତାରିଖରେ ଘୂର୍ଣ୍ଣିବଳୟ ସ୍ରୁଷ୍ଟି ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ I ସେପଟେ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଜାଡ଼ ଜାରି ରହିବ । ବର୍ଷ ଶେଷ ବେଳକୁ କନ୍ଧମାଳରୁ ଗଜପତି, କୋରାପୁଟ, କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି I
ଭୁବନେଶ୍ବର-କଟକ ଟ୍ବିନ୍ ସିଟିରେ ବି ଥଣ୍ଡା ବଢ଼ିବ । ଥଣ୍ଡାରୁ ନିସ୍ତାର ନାହିଁ । ରାଜ୍ୟରେ ଭୟଙ୍କର ଶୀତ ଲହରୀ । ଉପାନ୍ତରୁ ଉପକୂଳ ଯାଏଁ । ଥରୁଛି ସାରା ରାଜ୍ୟ । ଥଣ୍ଡା ସାଙ୍ଗକୁ ଅନେକ ସ୍ଥାନରେ କଲବଲ କରୁଛି କୁହୁଡ଼ି । ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ କୁହୁଡ଼ି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାକୁ ୟୋଲୋ ଚେତାବନୀ ଦିଆଯାଇଛି । ଆସନ୍ତାକାଲି ପାଇଁ ମଧ୍ୟ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ କୁହୁଡ଼ି ହେବ । ତେବେ ଏହି ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ହେବ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ରାଜ୍ୟରେ ବଡ଼ଦିନ ଠାରୁ ଆହୁରି ବଢ଼ିବ ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ। ଉପକୂଳରୁ ଉପାନ୍ତ, ଥରୁଛି ପୂରା ଓଡ଼ିଶା। ସବୁଠୁ ଥଣ୍ଡା ସହର କୋରାପୁଟ।
ଏଥିସହ ପଢ଼ନ୍ତୁ: ଏହି ରାଶିର ବ୍ୟକ୍ତିମାନଙ୍କୁ ଚାକିରିରେ ମିଳିବ ଢେର୍ ସଫଳତା
କୋରାପୁଟରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି। ସକାଳ ୮ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦୃଶ୍ୟମାନ ହେଉନି। ନିମ୍ନ ବାୟୁମଣ୍ଡଳ ସ୍ତରରେ ଆର୍ଦ୍ରତାଯୁକ୍ତ ବାୟୁ ସଞ୍ଚାଳନ ବୃଦ୍ଧି ପାଇବା ଯୋଗୁଁ ଆଗାମୀ ଦିନରେ କୁହୁଡ଼ି ଅଧିକ ଘନିଭୂତ ହୋଇପାରେ। କୁହୁଡି ବର୍ଷାରେ ରାସ୍ତା ଓଦା ହୋଇଯାଉଛି। ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ସେପଟେ ଥଣ୍ଡାରେ ମର୍ଣ୍ଣି ଓ୍ୱାର୍କର ମଜା ନେଉଛନ୍ତି ଲୋକେ। ସ୍ଥାନେ ସ୍ଥାନେ ନିଆଁ ପୁଇଁବା ସହ ଚା ଖଟି ଜମୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories