Videos
|
Odisha

Low Pressure / ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୫ରେ ଅବପାତରେ ପରିଣତ ହେବା ସମ୍ଭାବନା

Bikash Mohanty
Browse all articles by Bikash Mohanty
·1 day ago·2 min read
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୫ରେ ଅବପାତରେ ପରିଣତ ହେବା ସମ୍ଭାବନା
Low Pressure

Key Points

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଆସନ୍ତାକାଲି ସ୍ପଷ୍ଟ ଚିହ୍ନିତ ଲଘୁଚାପ
୧୬ରେ ଅବପାତରେ ପରିଣତ ହେବା ସମ୍ଭାବନା
ଭୂବନେଶ୍ବର,୧୩/୧୧: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗକୁ ଅଧିକ ଘନୀଭୂତ ହେବାର ସମ୍ଭାବନା। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଉପକୂଳ ଆଡ଼କୁ ମୁହାଁଇବ। ନଭେମ୍ବର ୧୬ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ। ଅନୁକୂଳ ପାଣିପାଗ ପରିସ୍ଥିତି ରହିଲେ ସମୁଦ୍ର ମଧ୍ୟରେ କିଛି ସମୟ ପାଇଁ ବାତ୍ୟାର ରୂପ ନେବାର ମଧ୍ୟ ସମ୍ଭାବନା ରହିଛି। ତେବେ ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଓ ଶୁଷ୍କ ପବନ ପ୍ରଭାବରେ ଏହା ଦୁର୍ବଳ ହୋଇପାରେ। ନଭେମ୍ବର ୧୫ ସୁଦ୍ଧା ଏହାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ମିଳିବ।

ଲଘୁଚାପର ଗତିପଥରେ ପରିବର୍ତ୍ତନ ହେଲେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବାର ମଧ୍ୟ ଆକଳନ କରାଯାଉଛି। ବିଶାଖାପାଟଣା ନିକଟରେ ଅତିକ୍ରମ କଲେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ଅନ୍ୟପକ୍ଷରେ ଏହା ଅଧିକ ଉତ୍ତର ଦିଗକୁ ଗତି କଲେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ।ନଭେମ୍ବର ୧୬ରୁ ଆକାଶରେ ବାଦଲ ଦେଖାଯିବା ସହ ୧୭ ତାରିଖରୁ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇପାରେ।

ପଢନ୍ତୁ ଏହି ଖବର:  ଆସନ୍ତା କାଲି ଲଘୁଚାପ ! ୧୫ରେ ଅବପାତ ଆଶଙ୍କା, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

ଆସନ୍ତା ୧୮ରୁ ୨୦ ନଭେମ୍ବର ମଧ୍ୟରେ ବର୍ଷାର ପରିମାଣ ବଢ଼ିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆକଳନ ରହିଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ବର୍ଷାର ପ୍ରଭାବ ରହିପାରେ। ଏହାସହ ଗତିପଥ ଅନୁଯାୟୀ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ।ତେବେ ଏହି ପାଣିପାଗ ପ୍ରଣାଳୀ ଯୋଗୁଁ ଓଡ଼ିଶାରେ ବଡ଼ ବିପଦ କିମ୍ବା ବାତ୍ୟାଜନିତ ପ୍ରଭାବର ଆଶଙ୍କା ଏବେ ନାହିଁ। ମୁଖ୍ୟତଃ ବର୍ଷାର ପ୍ରଭାବ ରହିବ। ଏହା ଫଳରେ ଚାଷ କାର୍ଯ୍ୟ ଉପରେ କିଛିଟା ପ୍ରଭାବ ପଡ଼ିପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ରାଜ୍ୟରେ ଶୀତର ପ୍ରଭାବ ଜାରି ରହିବ। ନଭେମ୍ବର ୧୭ ଯାଏଁ ଶୀତ ଅନୁଭୂତ ହେବା ସହ ୧୮ରୁ ୨୦ ତାରିଖ ମଧ୍ୟରେ ବର୍ଷା ଓ ପବନ ଯୋଗୁଁ ତାପମାତ୍ରା ଆହୁରି କମିପାରେ। ଫଳରେ ଲୋକେ ଅଧିକ ଥଣ୍ଡା ଅନୁଭବ କରିପାରନ୍ତି।