Low Pressure / ୧୧ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା,୧୦ ତାରିଖରେ ସ୍ପଷ୍ଟ ସୂଚନା
·4 months ago·2 min read

Key Points
୧୧ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
୧୦ ତାରିଖରେ ସ୍ପଷ୍ଟ ସୂଚନା; ଓଡ଼ିଶା ଉପରେ ପ୍ରଭାବ କମ୍
ଆଗାମୀ ୨-୩ ଦିନରେ ବଢ଼ିବ ପାରଦ
ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଦଳିବ ପାଣିପାଗ
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୁଚନା

୦୮/୦୫,ଭୁବନେଶ୍ବର: ରାଜ୍ୟରେ ପାଣିପାଗର ମିଶ୍ରିତ ସ୍ଥିତି ଦେଖିବାକୁ ମିଳିଛି। ଗୋଟିଏ ପଟେ ଦିନର ତାପମାତ୍ରା ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅନ୍ୟପଟେ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପକୁ ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ ରୁ ୬ ଡିଗ୍ରୀ କମ୍ ରହିଥିବା ବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ୨ ରୁ ୩ ଡିଗ୍ରୀ କମ୍ ରହିଛି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଦେଇଛନ୍ତି।
ଅନ୍ୟପଟେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ଅନ୍ତର୍ଜାତୀୟ ମଡେଲକୁ ଆଧାର କରି କହିଛନ୍ତି ଆସନ୍ତା ମେ’ ୧୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ୧୦ ତାରିଖ ସୁଦ୍ଧା ସ୍ପଷ୍ଟ ହେବ। ଯଦିଓ ବାତ୍ୟା ସୃଷ୍ଟି ହୁଏ, ଓଡ଼ିଶା ଉପକୂଳରେ ସେତେଟା ପ୍ରଭାବ ରହିବ ନାହିଁ ବୋଲି କିଛି ମଡେଲ ସୂଚନା ଦେଉଛନ୍ତି। ଓଡ଼ିଶାବାସୀ ବାତ୍ୟା ଗୁଜବରେ ବିଶ୍ୱାସ ନକରି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ବାତ୍ୟା ସମ୍ପର୍କରେ ଏବେଠାରୁ ଆତଙ୍କିତ ହେବାର କୌଣସି କାରଣ ନାହିଁ। ୧୦ ତାରିଖ ପରେ ହିଁ ସଠିକ୍ ଚିତ୍ର ସାମ୍ନାକୁ ଆସିବ। ଏହା କେଉଁ ଆଡକୁ ଗତି କରିବ ତାହା ଏବେ ବି ଅସ୍ପଷ୍ଟ।
ପଢନ୍ତୁ ଏହି ଖବର: ଘରୁ ବାହାରିବା ପୂର୍ବରୁ ଜାଣିନିଅନ୍ତୁ ପାଣିପାଗ; ପୁଣି ଏହି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାନେଇ ଅନୁମାନ କରାଯାଉଛି। ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରାପ୍ ଲାଇନ୍ ରହିଛି, ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି। ମାତ୍ର ୧୧ ତାରିଖ ବେଳକୁ ଏହି ଟ୍ରାପ୍ ଲାଇନ୍ ଦୁର୍ବଳ ହେଲେ ଏହାପରେ ଲଘୁଚାପ କ୍ଷେତ୍ରଟି କେଉଁ ଦିଗକୁ ଯିବ ତାହା ସ୍ପଷ୍ଟ ହେବ। ଆସନ୍ତା ୧୨ ସୁଦ୍ଧା ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମୁଦ୍ର ପୃଷ୍ଠର ତାପମାତ୍ରା ପୂର୍ବାପେକ୍ଷା ୧ ଡିଗ୍ରୀ ବଢ଼ି ୩୦- ୩୧ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି । ଏହା ବାତ୍ୟା ପାଇଁ ଅନୁକୂଳ ପରିବେଶ । ସେହିପରି ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପୂର୍ବରୁ ପବନର ଗତି ୪୬ କିମିରୁ ୫୫ କିମି ଥିଲା । ଏହାର ବେଗ ହ୍ରାସ ପାଇ ଘଣ୍ଟା ପ୍ରତି ୩୭ କିମି ରହିଛି । ଏହା କମିବା ଦ୍ୱାରା ଲଘ ଘନୀଭୂତ ହେବାକୁ ଅନୁକୂଳ ହେବ ବୋଲି ପାଣିପାଗ ବିଜ୍ଞାନୀ ପ୍ରଫେସର ପଶୁପାଳକ କହିଛନ୍ତି।
Related Topics
Explore more stories